ଆଜିର ରାଶିଫଳ, 19 ଜାନୁୟାରୀ 2019, ଶନିବାର – ଆଜି ଶନିଦେବ ଏହି ୫ଟି ରାଶି ଉପରେ କୃପା ବର୍ଷା କରିବେ

ମେଷ:-

ବ୍ୟବସାୟରେ ଉତ୍ତମ ଲାଭ ହେବ । ସହଯୋଗୀ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇବେ । ସୁନା, ରୂପା, କଂସା, ପିତ୍ତଳ, ତେଜରାତି, ଷ୍ଟେନସାରୀ, ଔଷଧ ବ୍ୟବସାୟୀ ମାନଙ୍କର ଅଧିକ ଲାଭ ପ୍ରାପ୍ତି ହେବ । କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ । ଶାରିରୀକ ସୁସ୍ଥ ରହିବ । କର୍ମଚାରୀମାନଙ୍କର ଉନ୍ନତିହେବ । ନୂତନ ନିଯୁକ୍ତିର ସୁଯୋଗ ପାଇବେ । ପ୍ରତିକାର : ବିଧବାଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ ।

ବୃଷ:-

କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । କୌଣସି ପୁରାତନ ରୋଗରୁ ମୁକ୍ତି ମିଳିବ । ପାରିବାରିକ କ୍ଷେତ୍ରରେ ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ଧାର୍ମିକ କାର୍ଯ୍ୟରେ କମ୍ ରୁଚି ରହିବ । କର୍ମ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ଅବିବାହିତ ଯୁବକ ଓ ଯୁବତୀ ବିବାହ କରିବାର ସୁଯୋଗ ପାଇବେ । ପ୍ରତିକାର : ଅଶ୍ୱସ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢ଼ାଳନ୍ତୁ ।

ମିଥୁନ:-

ବ୍ୟବସାୟରେ ଲାଭ ହେବ । ଉତ୍ତମ ରୋଜଗାର ହେଲେ ମଧ୍ୟ ଆୟ ତୁଳନାରେ ବ୍ୟୟ ଅଧିକ ହେବ । ଆର୍ଥିକ ଅନାଟନ ଦେଖା ଦେବ । ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବେ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ । ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ପ୍ରତିକାର : ଗାଈକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-

ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ଲାଭବାନ ହେବେ । ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । କର୍ମଚାରୀମାନଙ୍କର କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ । ମାନସିକ ଅଶାନ୍ତି ଦୂର ହେବ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ । ପ୍ରତିକାର- ଷଣ୍ଢକୁ ଗୁଡ ଓ ରୁଟି ଖାଇବାକୁ ଦିଅନ୍ତୁ ।

ସିଂହ:-

ବ୍ୟବସାୟରେ କ୍ଷତି, ଶତୃ ବୃଦ୍ଧି, ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ । ମାନସିକ ଦୁଃଶ୍ଚିନ୍ତା ବଢ଼ିବ । କର୍ମଚାରୀଙ୍କର କର୍ମ କ୍ଷେତ୍ରରେ ବାଧା ଆସିବ । ଛାତ୍ର-ଛାତ୍ରୀମାନେ ପାଠ ପଢ଼ାରେ ଅମନଯୋଗି ହେବେ । ଦାମ୍ପତ୍ୟ ସୁଖରେ ବାଧା, ଅବିବାହିତ ଯୁବକ-ଯୁବତୀମାନେ ବିବାହ କରିବା ସୁଯୋଗ ପାଇବେ । ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ ।

କନ୍ୟା:-

ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ବାସଗୃହ ଓ ଯାନବାହନର କେତେକ ସମସ୍ୟା ସମାଧାନ ହୋଇଯିବ । ଆର୍ଥିକ ଦିଗରୁ ଉନ୍ନତି ଓ ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କବାଲାନ୍ସ ବୃଦ୍ଧି ପାଇବ । ପାରିବାରିକ ସମ୍ପର୍କରେ ଉନ୍ନତି ହେବ । ରାଜନୈତିକ ଜୀବନରେ ଶତୃମାନେ ପରାଜିତ ହେବେ । ପ୍ରତିକାର- ଶଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-

ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଦୂରଯାତ୍ରାରେ ସଫଳତା ପ୍ରାପ୍ତି ହେବ । ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ । ପ୍ରତିକାର: ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-

ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ହେବେ । ହରାଇଥିବା ଧନ ପ୍ରାପ୍ତି ହେବ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ନୂତନ କର୍ମ ନିଯୁକ୍ତି ପାଇବାର ଅଧିକ ସମ୍ଭାବନା । ପ୍ରେମିକ-ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ଛାତ୍ର-ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେବେ । ପ୍ରତିକାର : ପିମ୍ପୁଡ଼ି ଗାତପାଖରେ ଗୁଡ଼ ରଖନ୍ତୁ ।

ଧନୁ:-

ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ଆକସ୍ମିକ ଧନ ପ୍ରାପ୍ତି ହେବ । ପରୀକ୍ଷା ପ୍ରତିଯୋଗିତାରେ ଜୟଯୁକ୍ତ ହେବେ । ଶାରିରୀକ ଅସୁସ୍ଥତା ଦୂରହେବ । ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନରେ ବୃଦ୍ଧି ହେବ । ପ୍ରତିକାର : ଭିକାରୀଙ୍କୁ ଅନ୍ନ ଦାନ କରନ୍ତୁ ।

ମକର:-

ସୁଖ ସମ୍ପଦ ପ୍ରାପ୍ତି ହେବ । ନୁତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ଉଚ୍ଚିତ୍ । ଆୟକୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ । ଧୀରସ୍ଥିର ଭାବରେ ପାରିବାରିକ ସମସ୍ୟା ଗୁଡିକୁ ସୁଧାରି ନେବା ଉଚିତ୍ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ବହୁମୂତ୍ର ରୋଗୀମାନେ ସାବଧାନ ରହିବା ଉଚିତ୍ । ତୀର୍ଥାଟନଯୋଗ ଥିବାରୁ ଯାତ୍ରାକାଳରେ ଯନ୍ତ୍ରଣା ଭୋଗିବେ । ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-

କର୍ମଜୀବିମାନେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇବେ । ଅବିବାହିତ ଯୁବକ-ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ରାଜନୈତିକ କ୍ଷେତ୍ରରେ ସାସାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ଗୃହରେ ମାଙ୍ଗଳିକ କାର୍ଯ୍ୟରେ ଧନ ବ୍ୟୟହେବ । ଆର୍ଥିକ ଦିଗରୁ ଉନ୍ନତି ହେବ । ସ୍ୱାସ୍ଥ୍ୟ ଠିକ୍ ରହିବ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ । ପ୍ରତିକାର- ଅନ୍ଧ ଭିକାରୀଙ୍କୁ ସାହାଯ୍ୟ କରନ୍ତୁ ।

ମୀନ:-

ବ୍ୟବସାୟରେ ଉନ୍ନତି ଓ ଆର୍ଥିକ ସ୍ଥିତିରେ ବୃଦ୍ଧି । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସମ୍ମାନ ଲାଭ କରିବେ । ଶରୀର ସୁସ୍ଥ ରହିବ । ପାରିବାରିକ କ୍ଷେତ୍ରରେ ସୁଖ ଓ ଶାନ୍ତି ପ୍ରାପ୍ତି ହେବ । ଗାଡି ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ । ନୂତନ ସମ୍ପତ୍ତି କ୍ରୟ କରିବେ । ପ୍ରତିକାର : କେଶର, ହଳଦୀ ଘୋରି ମୁଣ୍ଡରେ ଲଗାନ୍ତୁ ।