TV ର ଏହି 6 ଜଣ ହିରୋଇନଙ୍କୁ ଝିଅ ହେବା ବୟସରେ ହେବାକୁ ପଡିଥିଲା ବୋହୁ, 2 ନମ୍ବର ହିରୋଇନ ତ ସମସ୍ତଙ୍କ ଫେବରେଟ

ଟିଭି ସିରିଏଲ ମାନଙ୍କର ପ୍ରାୟତଃ ଆପଣ ମାନେ ଦେଖିଥିବେ ଶାଶୁ ନିଜ ବୋହୁଙ୍କା ଉପରେ ଅତ୍ୟାଚାର କରିଥାନ୍ତି ଯାହା ଦ୍ଵାରା ସେହି ସିରିଏଲ ର ଟିଆରପି ବଢିଥାଏ । ସେଥିପାଇଁ ସିରିଏଲ ନିର୍ମାତା ମାନେ ଜାଣି ଶୁଣି ସିରିଏଲ ରେ ବୋହୁ ଙ୍କର ସରଳତା ଦେଖାଇବା ପାଇଁ କମ ବାସର ଝିଅଙ୍କୁ ବୋହୁ ଚରିତ୍ର କରିବାକୁ ଦିଅନ୍ତି ଯାହା ଦ୍ଵାରା ସେହି ଚରିତ୍ର ପ୍ରତି ଦର୍ଶକ ଭାବପ୍ରବଣତ ହୋଇଯିବେ । ଏମିତି କେବଳ ଆଜି ହେଉନାହିଁ, ବରଂ ଅନେକ ଦିନରୁ ଟିଭି ଇଣ୍ଡଷ୍ଟ୍ରି ରେ ଏମିତି ହେଉଛି । ଯେଉଁଥି ପାଇଁ ଝିଅ ବୟସରେ ଟିଭି ର ଏହି 6 ଜଣ ଅଭିନେତ୍ରୀଙ୍କୁ ବୋହୁ ହେବାକୁ ପଡିଥିଲା ଓ ସେମାନେ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କ ମନକୁ କିଣି ନେଇଥିଲେ ଓ ସବୁ ଦିନ ପାଇଁ ସେମାନେ ସେହି ଚରିତ୍ର ମାଧ୍ୟରେ ଘରେ ଘରେ ଲୋକପ୍ରିୟ ହୋଇଗଲେ ।

ଟିଭି ର 6 ଜଣ ଅଭିନେତ୍ରୀଙ୍କୁ ଝିଅ ହେବା ବୟସରେ ହେବାକୁ ପଡିଲା ବୋହୂ, ଟିଭି ଇଣ୍ଡଷ୍ଟ୍ରିରେ ଏମିତି ଅନେକ ସଂସ୍କାରୀ ବୋହୁ ଅଛନ୍ତି ଯେଉଁ ମାନେ ନିଜର ଅଭିନୟ ଦମରେ ଦର୍ଶକଙ୍କ ମନରେ ଆଜି ରାଜ କରୁଛନ୍ତି । ଆଜି ଆମେ ଆପଣଙ୍କୁ ଛୋଟ ପରଦାର ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ପରଦାରେ ସମସ୍ତଙ୍କ ପ୍ରିୟ ବୋହୂର ଚରିତ୍ରରେ ଅଭିନୟ କରି ସାରିଛନ୍ତି ।

ପ୍ରତ୍ୟୁଷା ବାନାର୍ଜୀ

କଲର୍ସ ଚ୍ୟାନେଲରେ ବହୁ ଲୋକପ୍ରିୟତା ହାସଲ କରିଥିବା ସିରିୟଲ ‘ବାଲିକା ବଧୂ’ରେ ଆନନ୍ଦି ଭୂମିକାରେ ପ୍ରତ୍ୟୁଷା ବାନାର୍ଜୀ ନଜର ଆସିଥିଲେ । ସେହି ସମୟରେ ପ୍ରତ୍ୟୁଷାଙ୍କୁ 18 ବର୍ଷ ହୋଇଥିଲା ଏବଂ ସେ ସେହି ସମୟରେ ଜଣେ ଆଦର୍ଶ ବୋହୂ ହୋଇଥିଲେ । ଆପଣଙ୍କୁ କହି ଦେଉଛୁ କି ପ୍ରତ୍ୟୁଷା ବାସ୍ତବ ଜୀବନରେ ଏପ୍ରିଲ 1, 2016 ରେ ମୃତ୍ୟୁ ବରଣ କରିଥିଲେ ।

ମହିମା ମକୱାନା

ଟିଭି ଧାରାବାହିକ “ସପ୍ନେ ସୁହାନେ ଲଡକପନ କେ” ରେ, ସାଧା ସିଧା ଦେଖା ଯାଉଥିବା ଅଭିନେତ୍ରୀ ମହିମାଙ୍କୁ ଯେତେବେଳେ ଏହି ରୋଲ ମିଳିଥିଲା ସେତେବେଳେ ତାଙ୍କୁ ମାତ୍ର 12 ବର୍ଷ ହୋଇଥିଲା । ଏହି ସିରିଏଲରେ ସେ ଜଣେ 18 ବର୍ଷର ଝିଅ ଭୂମିକାରେ ଅଭିନୟ କରିଥିଲେ ଏବଂ ସେହି ବୟସରେ ବିବାହ କରିଥିଲେ ।

କ୍ରିଷ୍ଟଲ୍ ଡିସୁଜା

ଟିଭି ଧାରାବାହିକ ‘ଏକ ହଜାର ମେ ମେରୀ ବେହେନା ହୈ’ ରେ ବଡ଼ ଭଉଣୀ ଜୀବୀ ର ଚରିତ୍ରରେ ଅଭିନେତ୍ରୀ କ୍ରିଷ୍ଟଲ ଡିସୁଜା ୨୦ ବର୍ଷ ବୟସରେ ହିଁ ସଂସ୍କାରୀ ଓ ବୁଦ୍ଧିମାନ ବୋହୁରା ଅଭିନୟ କରିଥିଲେ ।

ଅଭିକା ଗୌର

କଲର୍ସର ଦ୍ୱିତୀୟ ଲୋକପ୍ରିୟ ସିରିୟଲ୍ ‘ସସୁରାଲ୍ ସିମର କା’ ରେ ଅଭିକା ଗୌର ମାତ୍ର 15 ବର୍ଷ ବୟସରେ ବୋହୁ ର ଭୂମିକା କରିଥିଲେ । ବାସ୍ତବ ଜୀବନରେ ମଧ୍ୟ ଅବିକାଙ୍କୁ ମାତ୍ର 15 ବର୍ଷ ହୋଇଥିଲା ଏବଂ ସେ ‘ବାଳିକା ବଧୂ’ ସିରିୟଲ୍ ରୁ 9 ବର୍ଷ ବୟସରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ।

କାଞ୍ଚି ସିଂ

ଟିଭି ସିରିଏଲର ‘ଅର ପ୍ୟାର ହୋ ଗେୟା’ ରେ ଅବନୀ ଭୂମିକାରେ ଅଭିନୟ କରିଥିବା କାଞ୍ଚି ସିଂ ଏହି ସୋ ପରେ ସମସ୍ତଙ୍କ ହୃଦୟରେ ରାଜ କରିଥିଲେ । କାଞ୍ଚି ସିରିଏଲରେ ତାଙ୍କର ସୁନ୍ଦର ଅଭିନୟରେ ମେକର୍ଷମାନଙ୍କୁ ଖୁସି କରିଥିଲେ ଓ 16 ବର୍ଷ ବୟସରେ ବୋହୁ ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ହିନା ଖାନ୍

ଷ୍ଟାର୍ ପ୍ଲସ୍ ର ଲୋକପ୍ରିୟ ସିରିଏଲ୍ ‘ୟେ ରିସ୍ତା କ୍ୟା କେହଲାତା ହୈ’ ରେ ଅଭିନେତ୍ରୀ ହିନା ଖାନ୍ ଅକ୍ଷରା ଭୂମିକାରେ ଅଭିନୟ କରିଥିଲେ । ସେହି ସମୟରେ, ହିନାଙ୍କୁ 21 ବର୍ଷ ହୋଇଥିଲା ଏବଂ 18 ବର୍ଷ ବୟସରେ ସିରିଏଲରେ ସେ ଅନସ୍କ୍ରିନ ରେ ସିଙ୍ଗାନିଆ ପରିବାରର ବୋହୂ ହୋଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।