ସୁନ୍ଦରତାରେ କୌଣସି ପରୀ ଠାରୁ କିଛି କମ ଲାଗନ୍ତି ନାହିଁ Anushka Sharma ଙ୍କ ବଡ ଜା ତଥା Virat Kohli ଙ୍କ ଭାଉଜ, ଦେଖନ୍ତୁ ଫଟୋ

ପ୍ରସିଦ୍ଧ ଫିଲ୍ମ ଅଭିନେତ୍ରୀ ଓ ଫିଲ୍ମ ନିର୍ମାତା ଅନୁଷ୍କା ଶର୍ମା ପ୍ରଥମେ ମଡେଲିଂ ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ତା ପରେ ତାଙ୍କୁ ଏକା ସାଥେ ୟଶରାଜ୍ ବ୍ୟାନରର ତିନୋଟି ଫିଲ୍ମ ପାଇଁ ସାଇନ୍ କରା ଯାଇଥିଲା ଓ ସେ ପ୍ରଥମରୁ ଖୁବ୍ ପ୍ରଶଂସା ଓ ସଫଳତା ମଧ୍ୟ ସାଉଁଟି ଥିଲେ । ଫିଲ୍ମ ରବ୍ ନେ ବନାଦି ଯୋଡ଼ି ଓ ଜବ୍ ତକ୍ ହେ ଜାନ୍ ରେ ସେ ଅଭିନେତା ଶାହରୁଖ ଖାନ୍ ଙ୍କ ସହ ଅଭିନୟ କରିଥିଲେ ଓ ଫିଲ୍ମ ଫେୟାର ଆୱାର୍ଡ଼ ରେ ସମ୍ମାନିତ ମଧ୍ୟ ହୋଇଥିଲେ ।

ଅନୁଷ୍କାଙ୍କ ଜନ୍ମ ଉତ୍ତରପ୍ରଦେଶର ଅଯୋଧ୍ୟାରେ କର୍ଣ୍ଣେଲ ଅଜୟ କୁମାର ଶର୍ମା ଓ ଅସୀମା ଶର୍ମାଙ୍କ ଘରେ ହୋଇଥିଲା । ସେ ଆର୍ମି ସ୍କୁଲରୁ ନିଜ ପାଠ ପଢା ଆରମ୍ଭ କରିଥିଲେ ଓ ତା ପରେ ମାଉଣ୍ଟ କାରାମେଲ୍ କଲେଜରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।

ଏହା ପରେ ସେ ମଡେଲିଂ ଦୁନିଆରେ ପାଦ ଦେବା ପାଇଁ ମୁମ୍ବାଇ ଚାଲି ଆସିଲେ । ତାଙ୍କର ପ୍ରଥମ ଫିଲ୍ମ ରବ୍ ନେ ବନାଦି ଯୋଡ଼ି ଅଭିନେତା ଶାହରୁଖ ଖାନ୍ ଙ୍କ ସହ ସୁପରହିଟ୍ ହୋଇଥିଲା । ଏହା ପରେ ଫିଲ୍ମ ବଦମାସ୍ କମ୍ପାନୀ ଓ ବ୍ୟାଣ୍ଡ୍ ବାଜା ବାରାତ୍ ରେ ମଧ୍ୟ ତାଙ୍କ ଅଭିନୟକୁ ଦର୍ଶକେ ଖୁବ୍ ପ୍ରଶଂସା କରିଥିଲେ । ଏବେ ପର୍ଯ୍ୟନ୍ତ ଅନୁଷ୍କା ଅନେକ ଫିଲ୍ମ ରେ କାମ କରି ସାରିଛନ୍ତି । ସେଥି ମଧ୍ୟରୁ ପିକେ, ଜବ୍ ତକ୍ ହେ ଜାନ୍, ଏନ୍. ଏଚ୍.୧୦, ସୁଲତାନ୍, ୟେ ଦିଲ୍ ହେ ମୁସ୍କିଲ୍, ସୁଇ ଧାଗା ଓ ସଞ୍ଜୁ ପ୍ରମୁଖ ଅଟେ ।

ଅନୁଷ୍କା ଓ ତାଙ୍କ ସ୍ଵାମୀ ତଥା ଲୋକପ୍ରିୟ କ୍ରିକେଟ ତାରକା ବିରାଟ କୋହଲିଙ୍କ ପରସ୍ପର ସହ ସାକ୍ଷାତ ଏକ ଶାମ୍ପୁ ବିଜ୍ଞାପନ ସୁଟିଂ ସମୟରେ ହୋଇଥିଲା । ସେହି ସମୟରେ ବିରାଟ କୋହଲି ଖୁବ୍ ଫର୍ମ ରେ ଥିଲେ ଓ ଅନୁଷ୍କାଙ୍କ ଫିଲ୍ମ ମଧ୍ୟ ହିଟ୍ ହେଉଥିଲା । ଏହି ବିଜ୍ଞାପନରେ କାମ କରିବା ପରେ ଦୁହିଁଙ୍କୁ ଏକାଠି ଅନେକ ଜାଗାରେ ଦେଖିବାକୁ ମିଳିଥିଲା । ଅନେକ ଦିନ ଧରି ପରସ୍ପରକୁ ଡେଟ୍ କରିବା ପରେ ୨୦୧୮ ରେ ଇଟାଲୀରେ ଦୁହେଁ ବିବାହ କରିଥିଲେ ।

ଅନୁଷ୍କା ଶର୍ମାଙ୍କ ସୁନ୍ଦରତାର ଅନେକ ପ୍ରଶଂସକ ଅଛନ୍ତି । କିନ୍ତୁ ଅନୁଷ୍କାଙ୍କ ଛଡ଼ା ବିରାଟଙ୍କ ପରିବାରରେ ଆଉ ଜଣେ ସଦସ୍ୟ ଅଛନ୍ତି ଯିଏ ଦେଖିବାକୁ ଅନୁଷ୍କାଙ୍କ ଠାରୁ ମଧ୍ୟ ଖୁବ୍ ସୁନ୍ଦର । ଆଜ୍ଞା ହଁ ଆମେ କଥା ହେଉଛୁ ବିରାଟ କୋହଲିଙ୍କ ଭାଉଜଙ୍କ ବିଷୟରେ । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜଣେ ବଡ଼ ଭାଇ ଅଛନ୍ତି ଯାହାଙ୍କ ନାମ ଅଟେ ବିକାଶ କୋହଲି । ବିକାଶ କୋହଲି ହେଉଛନ୍ତି ବିରାଟ କୋହଲିଙ୍କ ବଡ଼ ଭାଇ ଓ ତାଙ୍କ ପତ୍ନୀ ହେଉଛନ୍ତି ଚେତନା କୋହଲି ।

ବିରାଟ କୋହଲିଙ୍କ ଭାଉଜ ଚେତନା କୋହଲି ଦେଖିବାକୁ କେଉଁ ବଲିଉଡ ଅଭିନେତ୍ରୀଙ୍କ ଠୁ କିଛି କମ୍ ନୁହନ୍ତି । ଚେତନା କୋହଲି ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି ଓ ପ୍ରାୟତଃ ନିଜ ସ୍ବାମୀ ବିକାଶ କୋହଲିଙ୍କ ସହ ଫଟୋ ଅଫଲୋଡ୍ କରିଥାନ୍ତି । ଅନେକ ଥର ତାଙ୍କୁ କ୍ରିକେଟ ମଇଦାନରେ ମଧ୍ୟ ଦେଖିବାକୁ ମିଳିଛି ।

ସେ ଦେଖିବାକୁ ଯେପରି ସୁନ୍ଦରୀ ସେହିପରି ଫିଟନେସ୍ ଓ ଷ୍ଟାଇଲ୍ ମାମଲାରେ ମଧ୍ୟ କିଛି ପଛରେ ନାହାଁନ୍ତି । ଚେତନାଙ୍କ ଦେବରାଣୀ ଅନୁଷ୍କା ଶର୍ମା ବଲିଉଡର ଜଣେ ସୁନ୍ଦର ଓ ସଫଳ ଅଭିନେତ୍ରୀ । କିନ୍ତୁ ଚେତନା ମଧ୍ୟ କୌଣସି ମାମଲାରେ ଅନୁଷ୍କାଙ୍କ ଠାରୁ କମ୍ ନୁହନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।