ଧନତେରସରେ ଘରକୁ ନେଇ ଆସନ୍ତୁ 11 ଟଙ୍କାର ଏହି ୪ଟି ଜିନିଷରୁ କୌଣସିବି ଗୋଟିଏ ଜିନିଷ, ମା ଲକ୍ଷ୍ମୀ ଓ କୁବେର ନିଜେ ଆସିବେ ଘରକୁ

ଏହି ଦୁନିଆରେ ସମସ୍ତେ ଚାହାନ୍ତି କି ମାତା ଲକ୍ଷ୍ମୀ ସବୁବେଳେ ତାଙ୍କ ଉପରେ ନିଜର ଆଶୀର୍ବାଦ ରଖିଥାନ୍ତୁ । ଏଥିପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ବି କରିଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯେଉଁଥିରେ ଆପଣ କେବଳ ୧୧ ଟଙ୍କାରେ ମାତା ଲକ୍ଷ୍ମୀଙ୍କୁ ଖୁସି କରି ପାରିବେ । କହିବାକୁ ଗଲେ ଧନତେରସ ଦିନ ଆପଣ କେବଳ ୧୧ ଟଙ୍କାରେ ଏହି ଜିନିଷକୁ କିଣି ନେଇ ଆସନ୍ତୁ ଦେଖିବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ବର୍ଷିବାକୁ ଲାଗିବ ।

ଧନତେରସ ଦିନ ମାତା ଲକ୍ଷ୍ମୀଙ୍କର ପୂଜା ମଧ୍ୟ କରାଯାଏ । ଆପଣଙ୍କୁ କେବଳ ଏହା କରିବାକୁ ପଡିବ କି ଅଳ୍ପ ଧନିଆ ପତ୍ର ଧନତେରସ ଦିନ ଆପଣ ନିଜ ଘରକୁ ନେଇ ଆସନ୍ତୁ ଓ ଏହାକୁ ଲକ୍ଷ୍ମୀଙ୍କର ଚରଣରେ ରଖି ଦିଅନ୍ତୁ ।

ଏହା ପରେ ମାତା ଲକ୍ଷ୍ମୀଙ୍କୁ ନିଜର ମନ କଥା କୁହନ୍ତୁ । ଏହିଭଳି କରିବା ଦ୍ଵାରା ନିଶ୍ଚିତ ରୂପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିବ । ଏହା ପରେ ଧନିଆ ପତ୍ରକୁ ପ୍ରସାଦ ରୂପରେ ବାଣ୍ଟି ଦିଅନ୍ତୁ । ଏହା ଛଡା ମାତା ଲକ୍ଷ୍ମୀଙ୍କୁ ବାତାସା ବହୁତ ପ୍ରିୟ ଅଟେ ।  ଯଦି ଆପଣ ଧନତେରସ ଦିନ ଅଳ୍ପ ବାତାସା ଆଣି ଘରର ମନ୍ଦିରରେ ଥିବା ପୂଜା ସ୍ଥଲରେ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ । କାରଣ ମାତା ଲକ୍ଷ୍ମୀଙ୍କୁ ଧଳା ରଙ୍ଗ ବହୁତ ପସନ୍ଦ ଅଟେ । ସେଥିପାଇଁ ତାଙ୍କର ଭୋଗ ବି ଧଳା ହୋଇଥାଏ ।

ଯଦି ଆପଣ ମାତା ଲକ୍ଷ୍ମୀଙ୍କୁ ଧନତେରସ ଦିନ ବାତାସା ଭୋଗ ଲଗାଇବେ ତେବେ ସେ ଆପଣଙ୍କ ଉପରେ ପ୍ରସନ୍ନ ହେବେ । କହିବାକୁ ଗଲେ ଦୀପାବଳିର ଦୀପର ମହତ୍ଵ କଣ ଏହା ଆମ ସମସ୍ତଙ୍କୁ ଜଣା । ଧନତେରସ ଦିନ ଠାରୁ ହିଁ ଦୀପ ଜଳାଇବାର ପ୍ରକ୍ରିୟା ଆରମ୍ଭ ହୋଇଯାଏ । ଏମିତିରେ ଧନତେରସ ଦିନ ଦୀପକୁ ଘରର ବାହାରେ ଦକ୍ଷିଣ ଦିଗରେ ମୁହଁ କରି ଜଳାନ୍ତୁ । ଦୀପ ଲଗାଇ ସାରିବା ପରେ ପଛକୁ ବୁଲି ଚାଲି ଆସନ୍ତୁ ଓ ପଛକୁ ମୁହଁ କରି ଦେଖନ୍ତୁ ନାହିଁ ଓ ଏହି କଥାର ଧ୍ୟାନ ରଖନ୍ତୁ କି ଦୀପ ୧୧ ଟଙ୍କାର ହୋଇଥିବା ଦରକାର ।

ଏହି ଦୀପ ଯମ ଦେବତାଙ୍କ ପାଇଁ ଜଳା ଯାଏ । ଯାହା ଦ୍ଵାରା ଘରର ସଦସ୍ୟମାନଙ୍କର ଅକାଳ ମୃତ୍ୟୁର ଭୟ ନ ରହୁ । ଏହା ସହିତ ଧନତେରସ ଦିନ ସିନ୍ଦୁର କିଣିବା ବି ବହୁତ ଶୁଭ ହୋଇଥାଏ । ଏହାକୁ ଆଣି ଆପଣ ନିଜର ଘରର ପୂଜା ଘରେ ରଖନ୍ତୁ ଓ ମାତା ଲକ୍ଷ୍ମୀଙ୍କ ଚରଣରେ ଅର୍ପଣ କରି ଦିଅନ୍ତୁ । ଏହିଭଳି କରିବା ଦାରା ଆପଣ ବହୁତ ଜଲ୍ଦି ଉନ୍ନତି କରିବେ । ଆପଣଙ୍କୁ କହିଦେଉଛୁ କି ଯେତେବେଳେ ବି ଆପଣ କୌଣସି କାମ ପାଇଁ ବାହାରକୁ ଯିବେ ତେବେ ଏହି ସିନ୍ଦୁରକୁ ଲଗାଇ ଯାଆନ୍ତୁ ।

ଏହା ଛଡା ଘରର ମୁଖ୍ୟ ଦ୍ଵାରାରେ ଧନତେରସ ଦିନ ମାତା ଲକ୍ଷ୍ମୀଙ୍କ ପାଦ ଚିହ୍ନ କିଣି ଆଣି ଲଗାନ୍ତୁ । କାରଣ ଏହା ବହୁତ ଶୁଭ ହୋଇଥାଏ । ପାଦ ଚିହ୍ନକୁ ଲଗାଇବା ପୂର୍ବରୁ ଧ୍ୟାନ ରଖନ୍ତୁ କି କେହି ବି ଏହା ଉପରେ ଗୋଡ ଦେବେ ନାହିଁ । ଏହାକୁ ଏମିତ ଏକ ସୁରକ୍ଷିତ ସ୍ଥାନରେ ଲଗାନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।