ଓଡିଆ ଧାରାବାହିକ “ଦିବ୍ୟଦୃଷ୍ଟି” ହୀରୋ Rishik Mishra ଙ୍କ ରିଅଲ ଲାଇଫ Family & Biography

ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଆଜିକାଲି ଘରେ ଘରେ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ଦେଖିବା ପାଇଁ ଲୋକ ମାନେ ଅଧିକ ଆଗ୍ରହ ହେଉଛନ୍ତି ।

ଏହି କଳାକାର ମାନେ ନିଜର ଅଭିନୟ ପାଇଁ ନୁହେ ବରଂ ନିଜର ପର୍ସନାଲିଟି, ଲୁକ, ଷ୍ଟାଇଲିସ ପାଇଁ ମଧ୍ୟ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ବତନ୍ତ ସ୍ଥାନ ସୃଷ୍ଟି କରି ପାରିଛନ୍ତି । କିଛି କଳାକାର ମାନେ ନିଜର ସୁନ୍ଦରତା ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ “ଦିବ୍ୟଦ୍ରୁଷ୍ଟି” ସିରିଏଲର ଅଭିନେତା ଋଷିକ ମିଶ୍ରଙ୍କ ପରିବାର ଓ ଲାଇଫ ଷ୍ଟାଇଲ ବିଷୟରେ କିଛି ସଂକ୍ଷିପ୍ତ ବିବରଣୀ ଦେବାକୁ ଯାଉଛୁ । ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା “ଦିବ୍ୟଦ୍ରୁଷ୍ଟି” ସିରିଏଲଟି ଘର ଘରେ ଖୁବ ଲୋକପରିୟ ହୋଇ ପାରିଛି ।

ଏହି ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ଓ ଅଭିନେତା ମଧ୍ୟ ଦର୍ଶକ ମାନଙ୍କ ହୃଦୟରେ ନିଜ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି । ଏହି ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଋଷିକ ମିଶ୍ର ଯିଏ କି ଦିବ୍ୟ ଭୂମିକରେ ନଜର ଆସୁଛନ୍ତି । ସେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି । ଅଭିନେତା ଋଷିକଙ୍କର ଜନ୍ମ କଟକରେ ୧୯୯୬ ମସିହାରେ ହୋଇଥିଲା । ପିଲା ଦିନୁ ତାଙ୍କର ପାଠ ପଢା ସହ ଅଭିନୟ କରିବାରେ ମଧ୍ୟ ଅଧିକ ରୁଚି ରହିଥିଲା ।

ସେ ତାଙ୍କର ଅଭିନୟ କ୍ଯାରିୟର ୨୦୧୪ରେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହୋଇଥିବା “ଦୂର୍ଗା” ସିରିଏଲରୁ କରିଥିଲେ । ତାଙ୍କ ପରିବାର ବିଷୟରେ କହିବାକୁ ଗଲେ ତାଙ୍କ ବାପା ଓ ମା ଙ୍କ ଛଡା ତାଙ୍କର ଜଣେ ବଡ ଭାଇ ମଧ୍ୟ ଅଛନ୍ତି ଯାହାଙ୍କର ନାଁ ହେଉଛି ରୌନକ ମିଶ୍ର ଯାହାଙ୍କ ସହ ଋଷିକଙ୍କର ବହୁତ ଭଲ ସମ୍ପର୍କ ରହିବା ସହ ଦୁଇ ଭାଇ ବେଶ ହସ ଖୁସିରେ ଟାଇମ ସ୍ପେନ୍ଡ କରିବାକୁ ଭଲ ପାଆନ୍ତି ।

ଋଷିକଙ୍କର ଭାଇ ବିବାହିତା ଅଟନ୍ତି ଓ ତାଙ୍କ ଭାଉଜଙ୍କର ନା ହେଉଛି ଆଦ୍ୟାସା ତ୍ରିପାଠୀ । ଋଷିକ ରିୟଲ ଲାଇଫରେ ଶିଂଗଲ ଅଛନ୍ତି । ଅଭିନେତା ଋଷିକଙ୍କ ତାଙ୍କ ବା ଓ ମାଙ୍କ ସହ ବେଶ ଭଲ ସମ୍ପର୍କ ରହିବା ସହ ସେ ଅଧିକାଂଶ ସମୟ ନିଜ ପରିବାର ଲୋକଙ୍କ ସହ ବିତାଇବାରେ ବ୍ୟସ୍ତ ରୁହନ୍ତି । ସିରିଏଲ ସେଟରେ ମଧ୍ୟ ଋଷିକ ସମସ୍ତଙ୍କ ସହ ଭଲ ବ୍ୟବହାର କରିବା ସହ ସମସ୍ତଙ୍କ ସହ ତାଙ୍କର ବେଶ ଭଲ ବଣ୍ଡିଙ୍ଗ ରହିଛି ।

ଏହା ସହ ଋଷିକ ଦେଖିବାକୁ ଯେତିକି ହ୍ୟାଣ୍ଡସମ ତାଙ୍କର ପର୍ଶନାଲିଟି ମଧ୍ୟ ସେତିକି ସୁନ୍ଦର । ସେ ତାଙ୍କର ଷ୍ଟାଇଲିସ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛନ୍ତି । ଏହା ଥିଲା ଅଭିନେତା ରିଷିକଙ୍କର ପରିବାର ଓ ଜୀବନୀ ବିଷୟରେ କିଛି ରୋମାଞ୍ଚକର କଥା । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।