ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା ପୁଣି ଏକ ବଡ ଦୁଃଖ ଖବର ! କଥା ହେଉ ହେଉ ଆଖି ବିଜୁଦେଲେ ଏହି ଫେମସ Actress

ଫିଲ୍ମ ଇଣ୍ଡଷ୍ଟ୍ରିରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିବାରେ ଲାଗିଛି । କିଛି ଦିନ ତଳେ ହିଁ ପ୍ରସିଦ୍ଧ ଗାୟିକା ଓ ଭାରତ ରତ୍ନ ଲତା ମଙ୍ଗେସକର ଏହି ଦୁନିଆକୁ ଅଳବିଦା କହି ଚାଲି ଯାଇ ଥିଲେ । ପୁଣି କିଛି ଦିନ ପରେ ରବିନା ଟଣ୍ଡନଙ୍କ ପିତା ଓ ଫିଲ୍ମ ଡାୟରେକ୍ଟର – ପ୍ରୋଡ୍ୟୁସର ରବି ଟଣ୍ଡନଙ୍କ ଦେହାନ୍ତ ଖବର ଆସିଥିଲା । ବର୍ତ୍ତମାନ ପୁଣି ଥରେ ଜଣେ ଷ୍ଟାରଙ୍କ ଦେହାନ୍ତ ହୋଇ ଯାଇଛି । ସୂଚନା ଅନୁସାରେ କନ୍ନଡ ଫିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ଓ ଥିଏଟର ଆର୍ଟିଷ୍ଟ ଭାର୍ଗବୀ ନାରାୟଣ ବି ବର୍ତ୍ତମାନ ଆମ ଗହଣରେ ନାହାନ୍ତି ।

ଭାର୍ଗବୀ ନାରାୟଣଙ୍କ ମୃତ୍ୟୁ ସମୟରେ ତାଙ୍କୁ ୮୩ ବର୍ଷର ହୋଇଥିଲା । ସେ ସୋମବାର ୧୪ ଫେବ୍ରୁୟାରୀ ସନ୍ଧ୍ୟା ୭.୩୦ ସମୟରେ ଅନ୍ତିମ ନିଶ୍ଵାସ ନେଇ ଥିଲେ । ତାଙ୍କର ନିଧନର ସୂଚନା ତାଙ୍କର ପୁଅ ପ୍ରକାଶ ବେଲାୱାଡ଼ୀ ଦେଇଛନ୍ତି ।

ସେ କହିଲେ କି ଭାର୍ଗର୍ବୀ ଦେବୀ ଗତ ଦୁଇ ବର୍ଷରୁ ବି ଅଧିକ ସମୟ ହେବ ବହୁତ ରୋଗରେ ପୀଡିତ ଥିଲେ । ଗତକାଲି ସନ୍ଧ୍ୟା ସମୟରେ ସେ ଅଚାନକ ତଳେ ପଡି ଗଲେ । ତାଙ୍କର ଅଣ୍ଟା ଫ୍ୟାକ୍ଚର ହୋଇ ଯାଇ ଥିଲା ଓ ସେ ବହୁତ କମଜୋର ବି ଦେଖା ଯାଉ ଥିଲେ । ସେ କିଛି ସମୟ ପର୍ଯ୍ୟନ୍ତ ଆମ ସହ କଥାବାର୍ତ୍ତା ବି କରିଲେ କିନ୍ତୁ କିଛି ସମୟ ପରେ ଅଚାନକ ତାଙ୍କର ନିଶ୍ଵାସ ବନ୍ଦ ହୋଇଗଲା । ଭାର୍ଗବୀ ଦେବୀ କନ୍ନଡ ଫିଲ୍ନ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା କଳାକାର ଥିଲେ ।

ସେ ନିଜର ଫିଲ୍ମି କ୍ୟାରିୟରରେ ବହୁତ ହିଟ ଫିଲ୍ମ ଦେଇଛନ୍ତି । ତାଙ୍କର ୪ ଟି ସନ୍ତାନ ଓ ନାତି ନାତୁଣୀ ଅଛନ୍ତି । ତାଙ୍କର ସ୍ଵାମୀ ଲାବଡୀ ନଂଜୁଂଦୈୟା ନାରାୟଣ ପ୍ରସିଦ୍ଧ ମେକଅପ ଆର୍ଟିଷ୍ଟ ଥିଲେ । ଯାହାଙ୍କୁ ନାନୀ ନାଁ ରେ ଲୋକମାନେ ଜାଣିଛନ୍ତି । ଦୁଇ ଜଣଙ୍କ ସାକ୍ଷାତ କଲେଜ ସମୟରେ ଥିଏଟରରେ ହୋଇଥିଲା । ଏହି ଦମ୍ପତ୍ତି ୫୦ ବର୍ଷ ପୂର୍ବେ ଜୟନଗରରେ ନିଜ ଘରେ ଗ୍ରୀନ ହାଉସ କରିଥିଲେ । ନାନୀ ୨୦୦୩ରେ ୭୫ ବର୍ଷ ପୂର୍ବେ ଏହି ଦୁନିଆକୁ ଛାଡି ଚାଲି ଯାଇ ଥିଲେ ।

ଭାର୍ଗବୀ ଦେବୀଙ୍କ ପୁଅ ପ୍ରକାଶ ଅନୁସାରେ ମା ଙ୍କ ପାର୍ଥିବ ଶରୀରକୁ ତାଙ୍କ ଇଚ୍ଛା ଅନୁସାରେ ସେଂଟ ଜନ୍ସ ହସ୍ପିଟାଲରେ ଦାନ କରାଯିବ । ତାଙ୍କର ଆଖି ନେତ୍ରଧାମ ସଂସ୍ଥାକୁ ଦାନ କରାଯିବ ।କହିଦେଉଛୁ କି ଭାର୍ଗବୀ ଦେବୀ ୬୦୦ ରୁ ବି ଅଧିକ ନାଟକରେ କାମ କରିଛନ୍ତି । ସେ କେତେକ ହିଟ ଫିଲ୍ମରେ ବି କାମ କରିଛନ୍ତି । ଏହା ସହିତ ତାଙ୍କୁ ରାଜ୍ୟ ପୁରଷ୍କାର ଦ୍ଵାରା ବି ସମ୍ମାନିତ କରାଯାଇଛି । କହିଦେଉଛୁ କି ଭାର୍ଗବୀ ନାରାୟଣ ୨୦୧୨ରେ ନିଜର ବାୟୋଗ୍ରାଫୀ ବି ଲେଖିଥିଲେ । ଏଥିପାଇଁ ତାଙ୍କୁ ସାହିତ୍ୟ ଏକାଡେମି ପୁରଷ୍କାର ଦ୍ଵାରା ସମ୍ମାନିତ କରାଯାଇ ଥିଲା ।