ବିବାହ କରୁଥିବା ପୁଅ ଓ ଝିଅଙ୍କ ବୟସରେ ଏହି ଅନ୍ତର ରହିବା ଆବଶ୍ୟକ, ନଚେତ ସମ୍ପର୍କ ଉପରେ ପଡେ ଖରାପ ପ୍ରଭାବ

ମଣିଷ ସମୟ ସହିତ ବହୁତ ଉନ୍ନତି କରି ନେଇଛି, ଏହି ଶୀଘ୍ର ହେଉଥିବା ଉନ୍ନତି ମାନବ ଜାତିକୁ ବହୁତ ପ୍ରଭାବିତ କରିଛି । କେବଳ ଏତିକି ନୁହେଁ ଏହି ବଦଳୁଥିବା ସମୟ ମଣିଷର ଭାବନାକୁ ମଧ୍ୟ ବଦଳେଇ ଦେଇଛି । ଆଜିର ସମୟରେ ଏମିତି ବହୁତ ଜିନିଷ ମଣିଷ ପାଇଁ ସାମାନ୍ୟ ହୋଇଯାଇଛି , ଯେଉଁଠି ସେହି ଜିନିଷ ହେବା ସମାଜରେ ଆଜି ବି ମହାପାପ ବୋଲି ମାନନ୍ତି । ଆଜିର ଏହି ଲେଖାରେ ଆମେ ପୁରୁଷ ଓ ସ୍ତ୍ରୀ ର ସମ୍ବନ୍ଧ ବିଷୟରେ ଆଲୋଚନା କରିବୁ ।

ଆଜିର ଯୁବପିଢୀର କଥା କହିବା ତ ଏମାନେ ବହୁତ ଖୋଲା ବିଚାରବାଲା ଅଟନ୍ତି । ଫିଲ୍ମୀ ଏହି ପିଢୀର ଯୁବକଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରିଛି । ପୂର୍ବରୁ ପିଲାମାନଙ୍କର ବିବାହର ନିଷ୍ପତ୍ତି ଘରଲୋକ ନେଉଥିଲେ, କିନ୍ତୁ ଆଜି ପିଲାମାନେ ଯୁବାବସ୍ଥାରେ ପାଦ ଦେଉ ଦେଉ ନିଜ ପାଇଁ କୌଣସି ସାଥି ଖୋଜି ନେଉଛନ୍ତି । ଏମିତିରେ ଦେଶର ଯୁବ ପିଢୀ ଧର୍ମ, ଜାତି ଆଦି ବିଷୟରେ ବିଶ୍ଵାସ ରଖୁନାହିଁ । ସେମାନଙ୍କର ପିଲାଳିଆ ଗୁଣ ଏତେ ବଢିଯାଏ କି କିଛି ଥର ସେମାନେ ନିଜ ପରିବାର ବିରୁଦ୍ଧରେ ଯାଇ ବିବାହ କରି ନିଅନ୍ତି ।

ଗୋଟିଏ ରିସର୍ଚ ଅନୁସାରେ ପତି ଓ ପତ୍ନୀର ସମ୍ପର୍କ ସବୁଠାରୁ ଅତୁଟ ଓ ବହୁତ ପବିତ୍ର ସମ୍ପର୍କ ହୋଇଥାଏ । ଏମିତିରେ ତାଙ୍କର ସମ୍ପର୍କ ସେତେବେଳେ ମଝବୁତ ହୋଇଥାଏ ଯେତେବେଳେ ସେମାନେ ଦୁହେଁ ଦୁହିଁଙ୍କୁ ଭଲ କରି ବୁଝନ୍ତି ଓ ଦୁଇଜଣ ମଧ୍ୟରେ ଭଲ ବୁଝାମଣା ରହିବ । ଏହି ସବୁ ସେତେବେଳେ ସମ୍ଭବ ହୋଇଥାଏ ଯେତେବେଳେ ଦୁଇଜଣଙ୍କ ବୟସରେ କିଛି ବିଶେଷ ଅନ୍ତର ନ ଥାଏ । କାରଣ ମଣିଷର ବୟସ ତାର ସମ୍ପର୍କ ଉପରେ ବହୁତ ପ୍ରଭାବ ପକାଇଥାଏ ।

ଏମିତିରେ ଯଦି ଆପଣଙ୍କର ସାଥି ଆପଣଙ୍କର ବୟସରୁ ଛୋଟ ହେବ ତେବେ ସେ ନିଜକୁ ଆପଣଙ୍କଠାରୁ କମ ବୁଦ୍ଧିମାନ ବୋଲି ଭାବିବ ଏବଂ ଯଦି ସେ ଆପଣଙ୍କଠାରୁ ବଡ ହେବ ତେବେ ସେ ଆପଣଙ୍କୁ ସବୁବେଳେ ଛୋଟ ଦେଖେଇବାକୁ ଚେଷ୍ଠା କରିବ । କାରଣ ବୁଦ୍ଧି ବୟସ ଅଧିକ ହେବା ସହିତ ଆସିଥାଏ ।

ଏମିତିରେ ଯଦି ଆପଣ ଆପଣଙ୍କର ସମବୟସ୍କ ସହିତ ବିବାହ କରୁଛନ୍ତି ତ ଆପଣଙ୍କ ଭୀତରେ ଭଲ ବୁଝାମଣା ରହିବ ଓ ଆପଣ ଦୁହେଁ ଦୁହିଙ୍କୁ ଭଲ ଭାବରେ ବୁଝି ପାରିବେ । ବିବାହର ସମ୍ପର୍କ କର୍ତ୍ତବ୍ୟ ଭରା ହୋଇଥାଏ । ଏମିତିରେ ବିବାହ ପରେ ଆପଣଙ୍କର ଓ ଆପଣଙ୍କ ସାଥିର ଦୁହେଁ ଦୁହିଁଙ୍କଠାରୁ ହଜାରେ ଆଶା ରହିଥାଏ ଓ ସେହି ଆଶା ଗୁଡିକୁ ଆପଣ ସେତିକିବେଳେ ବୁଝିପାରିବେ ଯେତେବେଳେ ଆପଣଙ୍କର ସାଥି ଆପଣଙ୍କର ବଯସର ହୋଇଥିବ ।

ଆଶା ପୂରଣ ନ କରିପାରିବା ମଧ୍ୟ ସମ୍ପର୍କ ଭାଙ୍ଗିବାର ଏକ କାରଣ ହୋଇଥାଏ । ଆପଣଙ୍କର ଓ ଆପଣଙ୍କ ସାଥିର ବୟସରେ ଏକ ବା ଦୁଇ ବର୍ଷର ଅନ୍ତରା ହେବା ଦରକାର। କାରଣ ବୟସ ସହିତ ମଣିଷର ଭାବନା ଓ ପସନ୍ଦ ମଧ୍ୟ ବଦଳି ଯାଇଥାଏ । ଏମିତିରେ ଯଦି ଆପଣ ଗୋଟିଏ ବୟସର ହେବେ ତ ଆପଣଙ୍କର ପସନ୍ଦ ନାପସନ୍ଦ ଏକ ଭଳି ରହିବ ।

୨୦ ରୁ ୨୨ ବର୍ଷର ଯୁବକଙ୍କର ଏହା ମଉଜ ମସ୍ତିର ସମୟ ହୋଇଥାଏ । ଏମିତିରେ ଯଦି ଆପଣଙ୍କୁ ଆପଣଙ୍କଠାରୁ ବଡ ସାଥି ମିଳିଥାଏ ତେବେ ସେ ଆପଣଙ୍କ ସ୍ଵପ୍ନକୁ ଓ ପସନ୍ଦକୁ ପିଲାଳିଆମୀ ବୋଲି କହିବ । ଏମିତିରେ ଆପଣଙ୍କ ଭିତରେ ଛୋଟ ଛୋଟ କଥାକୁ ନେଇ ଝଗଡା ଲାଗିପାରେ ।

ଫ୍ରେଣ୍ଡ୍ସ ଯଦି ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଲା ତେବେ ଲାଇକ, କମେଣ୍ଟ ଓ ଶେୟାର ନିଶ୍ଚୟ କରିବେ।  ॥ ଧନ୍ୟବାଦ ॥