ଘରେ ରଖିଥିବା ଫ୍ରିଜ ସହିତ ଜଡିତ ଏହି ୫ଟି ସତ୍ୟତା ବିଷୟରେ 99% ଲୋକ ଜାଣି ନଥିବେ, କଣ ଆପଣଙ୍କୁ ଜଣା ଅଛି ?

ମଡନ ଜମାନାରେ ତକନିକ ସବୁ ରୂପରେ ପ୍ରସାରିତ ହେଉଛି । ତକନିକର ଏହି ବଢୁଥିବା ଜିନିଷରେ ମାନବ ଶକ୍ତି କମ ହେବାରେ ନଜର ଆସୁଛି । ଆମେ ଯେ କୌଣସି ବି କାମ କରିବାକୁ ଯାଉ, ସେହି କାମ କରିବା ପାଇଁ ଆମେ ସାଙ୍ଗ ସାଙ୍ଗ କୌଣସି ଏକ ଉପକରଣକୁ ବ୍ୟବହାର କରିନେଉ । ଏତିକି ନୁହେଁ ଯଦି ଆମେ କାହାକୁ ଦେଖା କରିବାର ଅଛି ତେବେ ଆଜିକାଲି ସମସ୍ତେ ଭିଡିଓ କଲିଙ୍ଗର ସାହାରା ନେଇଥାଉ ।

ଆଜି ଆମେ ଫ୍ରିଜର କିଛି ମହତ୍ଵ ପୂର୍ଣ କଥା କହିବାକୁ ଯାଉଛୁ ।

ଫ୍ରିଜ ସହିତ ଜଡିତ ମହତ୍ଵପୂର୍ଣ କଥା

ଆମେ ସମସ୍ତେ ଚାହୁଁକି ଆମର ଫ୍ରିଜ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲୁଥାଉ, କିନ୍ତୁ ଆପଣଙ୍କର ଫ୍ରିଜ ଅଳ୍ପ ଦିନରେ ହିଁ ଖରାପ ହୋଇଯାଏ । ଫ୍ରିଜର କିଛି ମହତ୍ଵପୂର୍ଣ ସୂଚନା ଆପଣଙ୍କୁ କେବେବି ଦୋକାନଦାର ଦେଇ ନଥାଏ କି କମ୍ପାନୀ ବି ଦେଇ ନଥାଏ । ତେବେ ଚାଲନ୍ତୁ ଜାଣିବା ଫ୍ରିଜକୁ କେମିତି ଲମ୍ବା ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରଖି ପାରିବେ ?

ଫ୍ରିଜରେ ଆଳୁ ଭୁଲରେ ବି ରଖନ୍ତୁ ନାହିଁ

ଫ୍ରିଜରେ ସବୁ ପନିପରିବା ରଖା ଯାଇଥାଏ । କିନ୍ତୁ ଆପଣ କଣ ଜାଣିଛନ୍ତି କି ଫ୍ରିଜରେ ଆଳୁ ରଖିବା ଉଚିତ ନୁହେଁ ଏବଂ କଦଳୀ ବି ରଖିବା ଉଚିତ ନୁହେଁ । ଏହାକୁ ରଖିବା ଦ୍ଵାରା କିମ୍ବା ଅଲଗା ବେକାର ଜିନିଷ ରଖିବା ଦ୍ଵାରା ଫ୍ରିଜ ଜଲ୍ଦି ଖରାପ ହୋଇ ଯାଇଥାଏ ।

ଫ୍ରିଜରେ ଗରମ ଜିନିଷ ରଖନ୍ତୁ ନାହିଁ

କେତେଥର ଲୋକମାନେ ଖାଦ୍ୟକୁ ଗରମ କରନ୍ତି ଏବଂ ସଙ୍ଗେ ସଙ୍ଗେ ଫ୍ରିଜରେ ରଖି ଦିଅନ୍ତି । ଏହା କରିବା ଦ୍ଵାରା ଫ୍ରିଜ ଜଲ୍ଦି ଖରାପ ହୋଇ ଯାଇଥାଏ । ସେଥିପାଇଁ ଆପଣ କୌଣସି ଜିନିଷକୁ ଗରମ କରିବା ପରେ ତାହାକୁ ବାହାରେ କିଛି ସମୟ ରଖନ୍ତୁ । ତାହ ପରେ ଫ୍ରିଜ ଭିତରେ ରଖନ୍ତୁ ।

ଫ୍ରିଜ ଚାଲୁ ଥିବା ସମୟରେ ଅଧିକ ଫ୍ରିଜର କବାଟ ଖୋଲନ୍ତୁ ନାହିଁ

ଯେତେବେଳ ବି ଫ୍ରିଜ ଚାଲୁଅଛି ସେହି ସମୟରେ ଫ୍ରିଜର କବାଟକୁ ବେଶି ସମୟ ପର୍ଯ୍ୟନ୍ତ ଖୋଲା ରଖନ୍ତୁ ନାହିଁ । କହିବାକୁ ଗଲେ ବେଶି ସମୟ ପର୍ଯ୍ଯନ୍ତ ଫ୍ରିଜର କବାଟ ଖୋଲିବା ଦ୍ଵାରା ଫ୍ରିଜ ଭିତରର ତାପମାତ୍ରା ବଢିବାକୁ ଲାଗେ ଏବଂ ବିଜୁଳି ବେଶୀ ମାତ୍ରରେ ଟାଣି ଥାଏ ।

ଫ୍ରିଜକୁ ସବୁବେଳ ସମତଳ ସ୍ଥାନରେ ରଖନ୍ତୁ

ଫ୍ରିଜକୁ ସବୁବେଳ ସମତଳ ସ୍ଥାନରେ ରଖିବା ଦ୍ଵାରା, ଏଥିରେ ଥିବା କମ୍ପ୍ରୈସର ସୂଚାରୁ ରୂପରେ କାମ କରିଥାଏ । ଏହା ଦ୍ଵାରା ଫ୍ରିଜ ବହୁତ ବର୍ଷ ପର୍ଯ୍ୟନ୍ତ ଠିକ ଭାବରେ ଚାଲିଥାଏ ।

ଫ୍ରିଜକୁ ସବୁବେଳ କାନ୍ଥରୁ ଦେଢ ଫୁଟ ଦୂରରେ ରଖନ୍ତୁ

ଫ୍ରିଜକୁ ସବୁବେଳ ଖୋଲା ସ୍ଥାନରେ ରଖନ୍ତୁ । ଏହା ସହିତ କହିଦେଉଛୁ ଯେ ଫ୍ରିଜକୁ ସବୁବେଳ କାନ୍ଥରୁ ଦେଢ ଫୁଟ ଦୂରରରେ ରଖିବା ଉଚିତ । ଏହା ଦ୍ଵାରା କମ୍ପ୍ରୈସରର ପବନ କାନ୍ଥ ସହିତ ବାଜି ପୁଣି ଥରେ ଫେରିବ ନାହିଁ । ଏହା ଦ୍ଵାରା ଫ୍ରିଜର ତାପମାତ୍ରା ବଦଳେ ନାହିଁ ।