Govinda ଙ୍କ ସମେତ Bollywood ର ଏହି 3 ଜଣ ଷ୍ଟାରଙ୍କ ପ୍ରଥମ ପତ୍ନୀ ଙ୍କ ବିଷୟରେ ବହୁତ କମ ଲୋକ ହିଁ ଜାଣନ୍ତି, ଯାହାଙ୍କ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇନ୍ଦ୍ରଦ୍ୟୁମ୍ନ ର ଅଭିନେତା ମାନଙ୍କର ପ୍ରଥମ ପତ୍ନୀ ଙ୍କ ସମ୍ବନ୍ଧରେ ଜଣାଇବୁ । ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ବଲିଉଡ ଇଣ୍ଡଷ୍ଟ୍ରୀ ରେ ପ୍ରାୟ ଅଭିନେତା ବିବାହ ବନ୍ଧନରେ ଆବଦ୍ଧ ହୋଇସାରିଛନ୍ତି । କେତେ ଜଣ ଏଭଳି ଅଭିନେତା ଅଛନ୍ତି ଯେଉଁମାନେ ଜଣ ଙ୍କୁ ହିଁ ବିବାହ କରି ଖୁସିରେ ନିଜର ବୈବାହିକ ଜୀବନ ଅତିବାହିତ କରୁଛନ୍ତି । କିନ୍ତୁ ବଲିଉଡ ଇଣ୍ଡଷ୍ଟ୍ରୀ ର କିଛି ଏଭଳି ଅଭିନେତା ମଧ୍ୟ ଅଛନ୍ତି ଯେଉଁମାନେ ଏକ ରୁ ଅଧିକ ବିବାହ କରିଛନ୍ତି ଏବଂ ସେମାନଙ୍କ ପ୍ରଥମ ପତ୍ନୀ ଙ୍କ ସମ୍ବନ୍ଧରେ ହୁଏତ ବହୁତ କମ ଦର୍ଶକ ଜାଣିଛନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି ବଲିଉଡ ଅଭିନେତା ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଏକ ରୁ ଅଧିକ ବିବାହ କରିଛନ୍ତି ଏବଂ ସେମାନଙ୍କ ପ୍ରଥମ ପତ୍ନୀ ଙ୍କ ସମ୍ବନ୍ଧରେ ଆପଣ ମାନଙ୍କୁ ଅଵଗତ କରାଇବୁ । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅଭିନେତା ଜଣକ ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ର ଖଳନାୟକ ‘ସଞ୍ଜୟ ଦତ୍ତ’ । ଏହି ଅଭିନେତା ଜଣକ ତୃତୀୟ ବିବାହ କରିଛନ୍ତି । ଆପଣ ମାନେ ହୁଏତ କେବଳ ତାଙ୍କ ଦ୍ଵିତୀୟ ପତ୍ନୀ ‘ରେହା ପିଲ୍ଲାଇ’ ଏବଂ ତୃତୀୟ ପତ୍ନୀ ‘ମାନ୍ୟତା ଦତ୍ତ’ ଙ୍କୁ ହିଁ ଜାଣିଥିବେ । କିନ୍ତୁ ବହୁତ କମ ଦର୍ଶକ ଅଛନ୍ତି ଯେଉଁମାନେ ଏହି ଅଭିନେତା ଙ୍କ ପ୍ରଥମ ପତ୍ନୀ ଙ୍କ ସମ୍ବନ୍ଧରେ ଜାଣିଥିବେ । ତେବେ ବନ୍ଧୁଗଣ ଏହି ଅଭିନେତା ଙ୍କ ପ୍ରଥମ ପତ୍ନୀ ଙ୍କ ନାମ ହେଉଛି, ‘ରିଚା ଶର୍ମା’ । ରିଚା ମଧ୍ୟ ଜଣେ ଅଭିନେତ୍ରୀ ଥିଲେ ।

ଉଭୟ ଅଭିନୟ କ୍ଷେତ୍ରରେ ଜଡ଼ିତ ଥିଲେ ଏବଂ ପରସ୍ପର ଙ୍କ ମଧ୍ୟରେ ବନ୍ଧୁତା ରହିଥିଲା । ଏହି ବନ୍ଧୁତା ଭଲ ପାଇବାର ପରିବର୍ତ୍ତନ ହୋଇ ଯାଇଥିଲା ଏବଂ ଦୁହେଁ ୧୯୮୭ ମସିହାରେ ପରସ୍ପର ଙ୍କୁ ବିବାହ କରିଥିଲେ । ବିବାହର ଏକବର୍ଷ ପରେ ଏହି ଯୋଡି କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ ଏବଂ ତାଙ୍କ ନାମ ରଖା ହୋଇଥିଲା ତ୍ରିସାଲା । ଝିଅ ଜନ୍ମ ପରେ ହଠାତ ରିଚା ଙ୍କ ଦେହ ଖରାପ ହୋଇଥିଲା ଏବଂ ୧୯୯୬ ମସିହାରେ ସେ ବ୍ରେନ ଟ୍ୟୁମର ରେ ତାଙ୍କର ପର ଲୋକ ହୋଇଥିଲା ।

ଏହାର ୨ ବର୍ଷ ପରେ ଅଭିନେତା ସଞ୍ଜୟ ଦତ୍ତ ଦ୍ଵିତୀୟ ବିବାହ କରିଥିଲେ । କିନ୍ତୁ ଏହି ଯୋଡି ଙ୍କ ବନ୍ଧନ ଖୁବ ଶୀଘ୍ର ଭାଙ୍ଗି ଯାଇଥିଲା । ଏହାପରେ ସଞ୍ଜୟ ମାନ୍ୟତା ଙ୍କୁ ବିବାହ କରିଥିଲେ ଏବଂ ବର୍ତ୍ତମାନ ସେ ତାଙ୍କ ସହ ଖୁସି ରେ ନିଜ ଜୀବନ ଅତିବାହିତ କରୁଛନ୍ତି ।

୨. ବନ୍ଧୁଗଣ ଦ୍ବିତୀୟ ଅଭିନେତା ଜଣକ ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ‘ସୈଫ ଅଲ୍ଲୀ ଖାଁ’ । ବନ୍ଧୁଗଣ ଏହି ଅଭିନେତା ଜଣକ ୨୦୧୨ ମସିହାରେ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ‘କରିନା କପୁର’ ଙ୍କୁ ବିବାହ କରିଥିଲେ । ଏହା ପୂର୍ବରୁ ସେ ଅଭିନେତ୍ରୀ ‘ଅମୃତା ସିଂ’ ଙ୍କୁ ବିବାହ କରିଥିଲେ । ଅମୃତା ସୈଫ ଙ୍କ ଠାରୁ ବୟସରେ ୧୨ବର୍ଷ ବଡ଼ ଅଟନ୍ତି । ଏହି ଯୋଡି ଙ୍କ ସାକ୍ଷାତ ଏକ ଫିଲ୍ମ ର ସେଟ ରେ ହୋଇଥିଲା ଏବଂ ସୈଫ ଅମୃତା ଙ୍କୁ ଦେଖି ତାଙ୍କୁ ଭଲ ପାଇ ବସିଥିଲେ ଏବଂ ପରେ ପରେ ଅମୃତା ମଧ୍ୟ ସୈଫ ଙ୍କୁ ପସନ୍ଦ କରିବାକୁ ଲାଗିଲେ ।

ଏହି ଯୋଡି ଙ୍କ ଭଲ ପାଇବା ଏତେ ମାତ୍ରା ରେ ବଢି ଯାଇଥିଲା ଯେ ଉଭୟ ପରସ୍ପର ଙ୍କୁ ୧୯୯୧ ମସିହାରେ ଗପ୍ତ ଭାବରେ ବିବାହ କରିଥିଲେ । ସେହି ସମୟରେ ସୈଫ ନିଜ କ୍ୟାରିଅର କୁ ନେଇ ଷ୍ଟ୍ରଗଲ କରୁଥିଲେ ଏବଂ ତାଙ୍କୁ ବହୁତ କମ ଫିଲ୍ମ ମିଳୁଥିଲା । ସେହି ଫିଲ୍ମ ଗୁଡ଼ିକ ମଧ୍ୟ ଫ୍ଲଫ ହୋଇ ଯାଉଥିଲା । ସୈଫ ଙ୍କ ଅସଫଳତା କୁ ନେଇ ଅମୃତା ବହୁତ ଚିନ୍ତିତ ଥିଲେ କିନ୍ତୁ ତଥାପି ଏହି ଯୋଡି ପରସ୍ପର ଙ୍କ ସହ ୧୩ ବର୍ଷ ଏକାଠି ଅତିବାହିତ କରିଥିଲେ । ନିଜ କ୍ୟାରିଆର କୁ ନେଇ ସୈଫ ସଫଳତା ହାସଲ କରିବା ପରେ ବହୁତ ଅଭିନେତ୍ରୀ ଙ୍କ ସହ ତାଙ୍କ ଅଫେୟାର ଶୁଣିବାକୁ ମିଳିଲା ଏବଂ ଏହି କାରଣରୁ ଅମୃତା ଏବଂ ସୈଫ ପରସ୍ପରଙ୍କୁ ଛାଡ଼ପତ୍ର ଦେଇଥିଲେ ।

୩. ବନ୍ଧୁଗଣ ତୃତୀୟ ଅଭିନେତା ଜଣକ ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ର କମେଡି କିଙ୍ଗ ‘ଗୋବିନ୍ଦା’ । ବନ୍ଧୁଗଣ ଏହି ଅଭିନେତା ଜଣକ ୧୧ ମାର୍ଚ୍ଚ ୧୯୮୭ ମସିହାରେ ‘ସୁନିତା ଆହୁଜା’ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏବଂ ସୁନିତା ତାଙ୍କ ମାଆ ଙ୍କ ପସନ୍ଦ ଥିଲେ । ବନ୍ଧୁଗଣ ସୁନିତା ହିଁ ଗୋବିନ୍ଦା ଙ୍କ ପ୍ରଥମ ଏବଂ ଦ୍ଵିତୀୟ ପତ୍ନୀ ଅଟନ୍ତି ।

ଗୋବିନ୍ଦା ଙ୍କ ମାଆ ଙ୍କ ଇଚ୍ଛା ଅନୁସାରେ ଏହି ଯୋଡି ବିବାହ ର ୪୬ ବର୍ଷ ପରେ ଜାନୁଆରୀ ମାସ ୨୦୧୫ ମସିହାରେ ପୁଣିଥରେ ସମ୍ପୂର୍ଣ୍ଣ ବିଧି ବିଧାନର ସହ ବିବାହ କରିଥିଲେ । ଯଦି ତାଙ୍କ ପ୍ରଥମ ବିବାହ ସମ୍ବନ୍ଧରେ କହିବା ତେବେ ଗୋବିନ୍ଦା ନିଜ ବିବାହ କଥାକୁ ଗୁପ୍ତ ରଖିଥିଲେ । ପରେ ତାଙ୍କ ଝିଅ ନର୍ମଦା ଙ୍କ ଜନ୍ମ ପରେ ସେ ନିଜ ବିବାହ ସମ୍ବନ୍ଧରେ ପ୍ରକାଶ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।