ବିନା ବିବାହରେ ହିଁ ହନିମୁନର ମଜା ନେଇ ସାରିଛନ୍ତି Bollywood ର ଏହି 4 ଜଣ ହିରୋଇନ, ନମ୍ବର 3ଙ୍କ ପ୍ରେମୀ ତ ବୟସରେ ୧୮ ବର୍ଷ ବଡ

ବଲୀଉଡ ଦୁନିଆ ବହୁତ ରଙ୍ଗୀନ ଦୁନିଆ ହୋଇଥାଏ । ଏଠାରେ ପ୍ରତିଦିନ ଷ୍ଟାର ମାନଙ୍କର ଅଫେୟାର ଓ ବ୍ରେକପ ର ଖବର ମଧ୍ୟ ସାଧାରଣ କଥା । ସାଧାରଣତଃ ଯେତେବେଳେ ଗୋଟିଏ ଝିଅ ଓ ପୁଅ ବାହା ହୁଅନ୍ତି ତ ପରେ ସେମାନେ ଏକାଠି ଗୋଟିଏ ରୁମରେ ଦମ୍ପତି ହୋଇ ରୁହନ୍ତି, ହେଲେ ବର୍ତ୍ତମାନର ଏହି ଆଧୁନିକ ସମାଜରେ ଲିଭ ଇନ ରିଲେସନଶିପ ପ୍ରଥା ସାଧାରଣ କଥା ହେଇ ଗଲାଣି ଅର୍ଥାତ ପୁଅ ଝିଅଙ୍କର ବାହାଘର ହେଉ କି ନ ହେଉ ସେମାନେ ପରସ୍ପର ବୁଝାମଣା ସହ ଏକାଠି ଗୋଟିଏ ରୁମ ରେ ରହିଥାନ୍ତି ।

ଏହିପରି କରିବାର ପଛରେ ଦୁଇଟି କାରଣ ଥାଏ । ପ୍ରାୟତଃ ଲୋକମାନେ ବିବାହ ପୂର୍ବରୁ ନିଜର ସାଥୀ କୁ ଭଲ ଭାବେ ଜାଣିବାକୁ ଚାହାନ୍ତି ଅଥବା ତାଙ୍କୁ ବିବାହର କୌଣସି ଆଗ୍ରହ ନଥାଏ ଏବଂ ପ୍ରେମରେ ସବୁ ଦିନ ସାଥୀ ହୋଇ ଏକାଠି ରହିବାକୁ ଚାହାନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ବଲୀଉଡର ସେହି କଳାକାରଙ୍କ କଥା କହିବୁ ଯେଉଁମାନେ ବିବାହ ନକରି ଗୋଟିଏ ରୁମରେ ଏକାଠି ରହିଛନ୍ତି ମାନେ ସେମାନେ କେବେ ଲିଭଇନ ରିଲେସନରେ ରହିଛନ୍ତି ।

 

ଅଭୟ ଦେଓଲ ଏବଂ ପ୍ରୀତି ଦେଶାଇ

୪୨ ବର୍ଷ ର ଅଭୟ ଦେଓଲ ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି । ହେଲେ ସେ ବି ଲିଭଇନ ର ମଜା ନେଇ ସାରିଛନ୍ତି । ଏମାନଙ୍କର ଲିଭ ଇନ ୨୦୧୧ ରେ ନ୍ୟୁୟର୍କ ସହର ରେ ପ୍ରୀତି ଦେଶାଇଙ୍କ ସାଥିରେ ଥିଲା । କିଛି ଦିନ ପରେ ଏମାନଙ୍କର ବ୍ରେକପ ହୋଇ ଯାଇଥିଲା ।

ରଣବିର କପୂର ଓ କଟ୍ରିନା କୈଫ

ଅଜବ ପ୍ରେମ କି ଗଜବ କାହାଣୀ ଫିଲ୍ମ ସମୟରେ କଟ୍ରିନା ଏବଂ ରଣବିରଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ଏମାନଙ୍କ ପ୍ରେମ ବହୁତ ଗଭୀର ଥିଲା, ଏମିତିକି ଏମାନଙ୍କର ବାହାହେବା ଖବର ବି ଆସିବାକୁ ଲାଗିଥିଲା । ଏମିତିରେ ଏହି ଦୁଇଜଣ ଷ୍ଟାର ପ୍ରଥମେ ଏକାଠି ଲିଭ ଇନ ରେ ରହିବାର ନିସ୍ପତି ନେଇଥିଲେ । ଏମାନେ ଦୁଇଜଣ କିଛି ଦିନ ବାନ୍ଦ୍ରାରେ ଏକ ଫ୍ଲାଟ ରେ ସାଥୀ ହୋଇ ରହୁଥିଲେ । ଖାଲି ଏତିକି ନୁହେଁ ରଣବିର ନିଜ ପାଇଁ ଏବଂ କଟ୍ରିନାଙ୍କ ପାଇଁ ଗୋଟିଏ ଘର ନେଇଥିଲେ । ହେଲେ ପରେ ତାଙ୍କର କୌଣସି କାରଣରୁ ବ୍ରେକପ ହେଇ ଯାଇଥିଲା ।

ରାହୁଲ ଦେବ ଓ ମୁଗ୍ଧା ଗଡସେ

ରାହୁଲ ଓ ମୁଗ୍ଧାଙ୍କ ମଧ୍ୟରେ ୧୮ ବର୍ଷର ବ୍ୟବଧାନ ଅଛି, ଏହା ସତ୍ବେ ସେମାନେ ଦୁହେଁ ଦୁହିଙ୍କୁ ଭଲ ପାନ୍ତି ଏବଂ ଲିଭ ଇନ ରେ ରୁହନ୍ତି । ମଜାଦାର କଥା ଏହା ଯେ ଏହି ପ୍ରେମୀ ଯୁଗଳ ଆଜି ପର୍ଯ୍ୟନ୍ତ ଲିଭ ଇନ ରେ ହିଁ ରହିଛନ୍ତି, ଏମାନେ ଏବେ ବି ନିଜ ସମ୍ପର୍କ କୁ କୌଣସି ନାମ ଦେଇନାହାନ୍ତି ।

ଜନ ଆବ୍ରାହମ ଓ ବିପାଶା ବସୁ

ଜନ ଓ ବିପାଶାଙ୍କ ଯୋଡି ବଲୀଉଡ ରେ ବହୁତ ଖ୍ୟାତିଲାଭ କରିଥିଲା । ଏହି ଦୁଇଜଣଙ୍କର ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଅଫେୟାର ଚାଲିଥିଲା । ଏମାନେ ବହୁତ ଦିନ ପର୍ଯ୍ୟନ୍ତ ଲିଭ ଇନ ରେ ବି ରହିଥିଲେ । କିନ୍ତୁ ଏହା ପରେ ସେମାନଙ୍କ ଭିତରେ ଦୁରତା ବଢିବାକୁ ଲାଗିଥିଲା ଏବଂ ସେମାନଙ୍କର ବିଚ୍ଛେଦ ହେଇଗଲା । ଜନ ପ୍ରିୟା ରୁଞ୍ଚାଳ ସାଥିରେ ବିବାହ କଲେ ଏବଂ ବିପାଶା କରନ ସିଂହ ଗ୍ରୋବରଙ୍କ ସାଥିରେ ବିବାହ କରିନେଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।