ଆଜିର ରାଶିଫଳ, 12 ନଭେମ୍ବର 2020, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ମାନ ସମ୍ମାନ ଧନ ସମ୍ପତ୍ତିରେ ହେବ ବୃଦ୍ଧି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୨ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜିର ଦିନଟି ଆପଣଙ୍କ ସପକ୍ଷରେ ଯିବ । ଅଚାନକ ଭାବେ କୌଣସି କ୍ଷେତ୍ରରୁ ଧନ ମିଳିବ । କୌଣସି ଯୋଜନା ସମୟ ପୂର୍ବରୁ ସମାପ୍ତ ହୋଇଯିବ । ଭାବିଥିବା କୌଣସି କାର୍ଯ୍ୟ ସହଜରେ ହୋଇଯିବ । ପରିବାରରେ ଖୁସିର ବାତାବରଣ ରହିବ । ଉପରିସ୍ଥ କାମଚାରୀଙ୍କ ଠାରୁ ପ୍ରଶଂସା ମିଳିବ । ପାରିବାରିକ ସମସ୍ୟାର ସମାଧାନ ହୋଇଯିବ । ବ୍ୟବସାୟରେ ଆଜି ବହୁତ ଉନ୍ନତି ହେବ । ଅଫିସ ଓ ବ୍ୟବସାୟରେ ସଠିକ ନିଷ୍ପତି ଯୋଗୁ ଆର୍ଥିକ ରୂପରେ ଲାଭବାନ ହେବେ ।

ବୃଷ

ପରିବାର ସହିତ କିଛି ସମୟ ବିତେଇ ପାରନ୍ତି । ଘରକୁ କୌଣସି ସମ୍ପର୍କୀୟ ଆସିପାରନ୍ତି । ଯାହା ଦ୍ଵାରା ମନୋରଞ୍ଜନ ତଥା ବୁଲିବାକୁ ଯାଇପାରନ୍ତି । ଭାବିଥିବା ପୁରୁଣା କାମ ଆରମ୍ଭ କରିବେ । ଆପଣଙ୍କୁ ଲାଭ ମିଳିପାରେ । ଆଜି କିଛି ଭଲ ଭାବି ପାରନ୍ତି । ପରିବାରରେ ଅଧିକ କାମ କରିବାକୁ ପଡିପାରେ । ସାଙ୍ଗ ସାଥିଙ୍କ ସହ ସମୟ ବିତେଇ ପାରନ୍ତି । ବ୍ୟବସାୟରେ ନିବେଶ କରିବା ଠାରୁ ସାବଧାନ ରୁହନ୍ତୁ । ପରିବାରର ଭଲ ପାଇଁ ମହତ୍ବପୂର୍ଣ ନିଷ୍ପତି ନେଇପାରନ୍ତି ।

ମିଥୁନ

ଅଫିସରେ ସିନିୟର ଖୁସି ହୋଇ କିଛି ଉପହାର ଦେଇପାରନ୍ତି । ଆପଣ ଆଜି ଚିନ୍ତାରେ ପଡ଼ିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ପରିଚିତ ଲୋକମାନଙ୍କ ସାହାର୍ଯ୍ୟ ମିଳିପାରେ । ଆଜି ଅନ୍ୟମାନେ ଆପଣଙ୍କୁ ସାହାର୍ଯ୍ୟ କରିବେ ଯାହା ଅତି ସହଜରେ କାର୍ଯ୍ୟଟି ହୋଇଯିବ । ଦିନଟି ବହୁତ ଶୁଭମୟ ରହିବ । ଭାଗ୍ୟର ସାଥ ରହିବାରୁ ଅଟକିଥିବା ଟଙ୍କା ମିଳିପାରେ । ରୋଜଗାର କରିବାର ବହୁତ ମାର୍ଗ ମିଳିବ । ଯାହା ଦ୍ଵାରା ଜୀବନରେ କିଛି ଉନ୍ନତି କରିପାରିବେ ।

କର୍କଟ

ମା ବାପାଙ୍କ କଥା ମାନନ୍ତୁ ଜୀବନରେ ଉନ୍ନତି କରିବେ । ଆଜି ସାମାଜିକ କାର୍ଯ୍ୟରେ ମନ ଲଗାଇବେ । କୌଣସି କାମ କାରଣରୁ ବାହାରକୁ ଯାଇପାରନ୍ତି । ପରିବାରରେ କୌଣସି ଶୁଭ କାର୍ଯ୍ୟକ୍ରମ ହେବାର ସମ୍ଭାବନା ଥିବାରୁ ଆର୍ଥିକ ଭାବେ ଖର୍ଚାନ୍ତ ହୋଇପାରନ୍ତି । ଏହି ସମୟରେ ଜମି କିମ୍ବା ବାହାନ କିଣିବାର ସୁଯୋଗ ମିଳିବ । ଛାତ୍ରମାନଙ୍କୁ ଶିକ୍ଷା ଓ ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟୀମାନେ କୌଣସି ବିଦେଶୀ କମ୍ପାନୀ ସହ ବଡ ଡିଲ କରିବାର ସମ୍ଭାବନା ଅଛି ।

ସିଂହ

ଆଜି କୌଣସି ଶୁଭ ସମାଚାର ମିଳିବ । କୌଣସି ମିତ୍ରଙ୍କ ସାହାର୍ଯ୍ୟ ମିଳିବ ଯାହା ଦ୍ୱାରା ଭବିଷ୍ୟତରେ ଭଲ ଲାଭ ମିଳିବ । ଆଜି କୌଣସି ମହତ୍ଵ ପୂର୍ଣ କାର୍ଯ୍ୟରେ ସଫଳତା ମିଳିବ । ଆଜି କୌଣସି ବଡ ବ୍ୟକ୍ତି ସହ ଦେଖା ହେବା ଦ୍ଵାରା ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ । ଆଜି ନିଜ କର୍ମ ଓ କାର୍ଯ୍ୟରେ ବହୁତ ଲୋକଙ୍କର ସାହାର୍ଯ୍ୟ ମିଳିବ । ଆଜି ଅଧିକ କାର୍ଯ୍ୟ ଭାର ରହିବ । ସବୁ କାର୍ଯ୍ୟରେ ଧର୍ଯ୍ୟ ରଖନ୍ତୁ ସବୁ କାର୍ଯ୍ୟ ସଫଳ ହେବ ।

କନ୍ୟା

ଅଫିସରେ କାମ ପୁରା କରିବାରେ ସକ୍ଷମ ହେବେ । ଏହି ରାଶିର ଲୋକମାନଙ୍କର ପାଠ ପଢାକୁ ନେଇ ଛାତ୍ରମାନଙ୍କ ପାଇଁ ଦିନଟି ବହୁତ ଭଲ ଅଛି । ଭୂମି ସମ୍ପତ୍ତି କାମରେ ଧନ ଲାଭର ଯୋଗ ମଧ୍ୟ ଅଛି । ଆଜି କୌଣସି କାର୍ଯ୍ୟରେ ସଫଳତା ମିଳିବ । ଆଜି ନିଜ ପରିବାର ସହ ବୁଲିବାକୁ ଯାଇପାରନ୍ତି । ପରିବାରରେ କୌଣସି ମହତ୍ବପୂର୍ଣ କାର୍ଯ୍ୟ ଭାର ବଢିପାରେ । ପରିବାରରେ ସବୁ ସଦସ୍ୟଙ୍କ ସାହାର୍ଯ୍ୟ ମିଳିବ । ଘର ଓ ଅଫିସରେ ବହୁତ ଭଲରେ ଦିନ କଟିବ ।

ତୁଳା

ଅଫିସରେ କାମ ବିଷୟରେ ସିନିୟରଙ୍କ ସାହାର୍ଯ୍ୟ ନେଇ ପାରନ୍ତି । ଯାହା ଦ୍ଵାରା ଅଟକିଥିବା କାର୍ଯ୍ୟ ପୁରା ହୋଇଯିବ । କୌଣସି ସମ୍ପର୍କୀୟ ଘରକୁ ଆସିବା ଦ୍ଵାରା ଖୁସିର ପରିବେଶ ସୃଷ୍ଟି ହେବ । ଆଜି ଯେଉଁ କାମ କରିବେ ସେଥିରେ କିଛି ନା କିଛି ଲାଭ ହେବ । ମନରେ ଟଙ୍କାକୁ ନେଇ କିଛି ଅଲଗା ପ୍ରକାରର ଚିନ୍ତା ଧାରା ଆସିପାରେ । ଯଦି କାହାକୁ ଧାର ବାକି ଦେବାକୁ ଚାହୁଁଛନ୍ତି ତେବେ ସେହିଭଳି ଚିନ୍ତା ଧାରା ଛାଡି ଦିଅନ୍ତୁ କାରଣ ଯଦି ଧାର ବାକି ଦେଉଛନ୍ତି ତେବେ ଫେରସ୍ତ ପାଇବାର ସମ୍ଭାବନା ନାହିଁ ।

ବିଚ୍ଛା

ଅଟକିଥିବା ଟଙ୍କା ମିଳିବାର ସମ୍ଭାବନା ଅଛି । ନୂଆ କାମ କରିବା ପାଇଁ ଭବିପାରନ୍ତି । ଆପଣଙ୍କୁ ଆଗକୁ ଧନ ଲାଭର ଅବସର ମିଳିବ । ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ ଆଉ ଧନ ସଞ୍ଚୟ କରିବାରେ ବି ସଫଳ ହେବେ । ଅଳ୍ପ ସମ୍ଭାଳି କରି ଚାଲନ୍ତୁ ଯାହା ଦ୍ଵାରା କିଛି ସଞ୍ଚୟ କରିପାରିବେ ଆଉ ଆର୍ଥିକ ସ୍ଥିତି ମଜବୁତ ରହିବ । ବ୍ୟବସାୟ ମାନଙ୍କ ପାଇଁ ସମୟ ବଡ ଭଲ ରହିବ । ଆର୍ଥିକ ସ୍ଥିତିରେ କିଛି ପରିବର୍ତ୍ତନ ଆସିପାରେ ।

ଧନୁ

ପରିବାର ସଦସ୍ୟଙ୍କ ସହିତ କିଛି ସମୟ ବିତେଇ ପାରନ୍ତି । ଅଫିସରେ କୌଣସି ସହକର୍ମୀଙ୍କ ସହ ମିତ୍ରତା ହୋଇପାରେ । କ୍ୟାରିୟରରେ ଉନ୍ନତି ହୋଇପାରେ । ମନ ପସନ୍ଦ କାର୍ଯ୍ୟ କରିବା ପାଇଁ ଅନୁମତି ମିଳିବ । ଊର୍ଜାର ସହିତ କାର୍ଯ୍ୟ କରିଲେ ସଫଳତା ପ୍ରାପ୍ତି ହେବ । ବିଦେଶକୁ ମଧ୍ୟ ଯାତ୍ରା କରିବେ । କୌଣସି କାମ ଆରମ୍ଭ କରିବା ପାଇଁ ଦିନଟି ଠିକ ନାହିଁ । ଭଲ ବ୍ୟବହାର ଓ ସହନ ଶକ୍ତି ସହିତ କାମ କରିବେ । ତେବେ ଅଧିକରୁ ଅଧିକ କାମ ଭଲ ଭାବରେ ହୋଇଯିବ । ସବୁ ମନସ୍କାମନା ପୂର୍ଣ ହୋଇଯିବ ।

ମକର

ଏହି ରାଶିର ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ବହୁତ ଭଲ ଅଛି । ପ୍ରେମ ମାମଲାରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ବହୁତ ଭଲ ରହିବ । ମନ ପ୍ରସନ୍ନ ରହିବ । କୌଣସି ପ୍ରକାରର ଖୁସି ଖବର ମିଳିବ । ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ । ଅଚାନକ ଧନ ଲାଭର ସଂଯୋଗ ଅଛି । କାର୍ଯ୍ୟ କ୍ଷେତ୍ର ସମ୍ବନ୍ଧରେ କିଛି ବୁଦ୍ଧି ଆସିପାରେ ଯାହା ଦ୍ଵାରା କିଛି ଅସମ୍ପୂର୍ଣ କାର୍ଯ୍ୟ ସମ୍ପନ ହୋଇଯିବ ତଥା ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ । ଆଜିର ଦିନ ବ୍ୟବସାୟୀ ବର୍ଗଙ୍କ ପାଇଁ କିଛି ଖାସ ରହିବ ।

କୁମ୍ଭ

ଏହି ରାଶିର ଛାତ୍ରମାନଙ୍କ ପାଇଁ ଦିନଟି ଆଜି ବଡ ମହତ୍ବପୂର୍ଣ ଅଛି । ତାଙ୍କୁ କୌଣସି ବଡ ଉପଲବ୍ଧ ମିଳିପାରେ । ଆଜି କାର୍ଯ୍ୟକ୍ଷେତ୍ରରେ ଭଲ ଲାଭ ମିଳିପାରେ । ମିତ୍ରଙ୍କ ଠାରୁ ସାହାର୍ଯ୍ୟ ମିଳିପାରେ । ପୁରୁଣା ଟେନସନ ଶେଷ ହୋଇଯିବ । ନିଜ ପ୍ରତି ଧ୍ୟାନ ଦିଅନ୍ତୁ । ନୂଆ ବସ୍ତ୍ର କିଣି ପାରନ୍ତି । ସମାଜ ଓ ପରିବାର ଦୁଇଟି କ୍ଷେତ୍ରରେ କାର୍ଯ୍ୟ ପୁରା କରିବେ । କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ଵ ବଢିପାରେ । ବ୍ୟବସାୟ ମାମଲାରେ କିଛି ବୁଝି ବିଚାରୀ କାର୍ଯ୍ୟ କରିପାରନ୍ତି ।

ମୀନ

ଧନ କେଉଁଠାରେ ଅଟକି ପାରେ । ଜୀବନସାଥି ସହିତ କୌଣସି ପାହାଡ ଜାଗାକୁ ବୁଲିବାକୁ ଯାଇପାରନ୍ତି । ଖର୍ଚକୁ ନେଇ କିଛି ଟେନସନ ରହିପାରେ । ମୁଣ୍ଡରେ ବିଭିନ୍ନ ପ୍ରକାରର ଆଇଡିଆ ଆସିପାରେ । ସାମାଜିକ କ୍ଷେତ୍ରରେ ଉନ୍ନତି ହୋଇପାରେ । ବୁଦ୍ଧି ଦ୍ଵାରା କୌଣସି ବି କାମକୁ ପୁରା କରିପାରନ୍ତି । ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିପାରନ୍ତି । ଧନ ଲାଭର ଯୋଗ ମଧ୍ୟ ଅଛି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।