Bollywood ର ଏହି 5 ଜଣ ଫେମସ ଷ୍ଟାର ଆକଟିଂ ପାଇଁ ଛାଡି ଦେଇଥିଲେ ନିଜର ସରକାରୀ ଚାକିରୀ, କିଏ ଥିଲା ପୋଲିସ ସବ-ଇନ୍ସପେକ୍ଟର ତ କିଏ ଥିଲା ବ୍ଯାଙ୍କ କ୍ୟାସିୟର

ବଲିଉଡରେ ନିଜ ନାକୁ ବଢେଇବା ପାଇଁ କିଛି ଲୋକ ନିଜ ଭାଗ୍ୟକୁ ବାଜି ଲଗେଇଥାନ୍ତି । ଆଉ କିଛି ଲୋକ  ନିଜର ସବୁ କିଛି ବାଜି ଲଗେଇ ଦିଅନ୍ତି । ଏ ସବୁରୁ କିଛି ଲୋକଙ୍କୁ ସଫଳତା ଆଉ କିଛି ଲୋକଙ୍କୁ ନିରାଶ ହେବାକୁ ପଡିଥାଏ । ଯେତେ ଚେଷ୍ଟା କଲେ ମଧ୍ୟ ଲାଭ ମିଳି ନଥାଏ । ଏମିତି କିଛି ଅଭିନେତା ଅଛନ୍ତି ଯେଉଁମାନେ ଅଭିନୟ ଦୁନିଆରେ ପାଦ ପକେଇବା ପାଇଁ ସରକାରୀ ଚାକିରିକୁ ଛାଡି ବହୁତ କଷ୍ଟ କରିଥିଲେ ।

ଦେବ ଆନନ୍ଦ – ଦେବ ଆନନ୍ଦଙ୍କର ଅନ୍ଦାଜ ଓ ସ୍ଟାଇଲରେ ଦର୍ଶକମାନେ ପ୍ରଭାବିତ ଥିଲେ । ଦେବ ଆନନ୍ଦଙ୍କ ଫିଲ୍ମରେ ଆଗ୍ରହ ଥିବାରୁ  ଭାରତ ସେନାରେ ଚାକିରି ଛାଡି ମୁମ୍ବାଇ ଚାଲି ଆସିଥିଲେ । ମୁମ୍ବାଇକୁ  ଆସିବାବେଳେ ତାଙ୍କ ପାଖରେ ୩୦ଟଙ୍କା ମାତ୍ର ଥିଲା । ସେ ରେଳ ଷ୍ଟେସନ ପାଖରେ ଏକ ଘରଭଡା ନେଇକି ରହୁଥିଲେ । ତାଙ୍କୁ ୧୬୫ଟଙ୍କାରେ ମିଲିଟାରୀ ସେନ୍ସର ଅଫିସିରେ ଚିକିରି ମିଳିଯାଇଥିଲା ।

ରାଜ କୁମାର :  ରାଜ କୁମାର ନିଜର କଥା ଆଉ ଅଭିନୟରେ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଜାଗା କରିପାରିଥିଲେ । ସେ ଗାଇଥିବା ତକିଆ କଲମ “ଯାନୀ”ଗୀତଟି ଏବେ ବି ଲୋକଙ୍କ ମନରେ ଅଛି । ତାଙ୍କର ପ୍ରକୂତ ନାମ “କୁଳଭୂଷଣ ପଣ୍ଡିତ” କିନ୍ତୁ ତାଙ୍କୁ ତାଙ୍କର ନିଜ ଲୋକମାନେ” ଯାନୀ “ନାମରେ ଡାକନ୍ତି । ୧୯୪୦ରେ ରାଜକୁମାର ମୁମ୍ବାଇରେ ସବ ଇନ୍ସପେକ୍ଟର  ପଦରେ ଥିଲେ । ୧୯୫୨ରେ ପୋଲିସ ଚାକିରି ଛାଡି ସେ ବଲିଉଡରେ ପ୍ରବେଶ କରିଥିଲେ ।

ଅମରେଶ ପୁରୀ :  ଅମରେଶ ପୁରୀ ବଲିଉଡରେ “ମୋଗାମ୍ବୋ” ନାଁରେ ପ୍ରସିଦ୍ଧ ଥିଲେ । ସେ ୨୧ବର୍ଷ ପର୍ଯ୍ୟନ୍ତ ସରକାରୀ ଚାକିରିରେ ଥିଲେ । ୧୯୭୧ରେ ଅମରୀ ପୁରୀଙ୍କ ପ୍ରଥମ ଫିଲ୍ମ “ରେଶମ ଅର ଶେରା” ରେ ଅଭିନୟ କରିଥିଲେ । ଏଠାରୁ ତାଙ୍କର ଅଭିନୟର ଭଲ ନାଁ ହୋଇଥିଲା । “ଚାଚି 420”, “ଦାମିନୀ “, “ ଗର୍ଦିସ”, “ଗଦର”,” ଘାତକ,” ଦିଲବାଲେ ଦୁଲହନିଆ ଲେ ଯାଏଙ୍ଗେ” , “ମିସ୍ଟର ଇଣ୍ଡିଆ “ ଆଦି ଫିଲ୍ମରେ ଅଭିନୟ କରିଥିଲେ ।

ଯାନୀ ୱାକର :  ଯାନୀ ୱାକର ନିଜ ହସେଇବା ଅନ୍ଦାଜରେ ଭଲ ନାଁ କରିଥିଲେ । ତାଙ୍କ ପ୍ରକୂତ ନାମ  “ବଦାରୁଦ୍ଦିନ କାଜି”  ଥିଲା । ତାଙ୍କ ବାପାଙ୍କ ଚାକିରି ଗଲା ପରେ ସେ ମୁମ୍ବାଇ ପଳେଇ ଆସିଥିଲେ । ମୁମ୍ବାଇରେ ବସ କଣ୍ଡକ୍ଟର ଥିବାବେଳେ ବଳରାଜ ସାହାନୀଙ୍କ ନଜର ଜାନୀଙ୍କ ଉପରେ ପଡିଥିଲା । ନିର୍ଦେଶକ ଗୁରୁଦତ୍ତଙ୍କ ସହ ଦେଖା କରିବା ପରେ ମ-ଦୁ-ଆ ଅଭିନୟ କରିଥିବାରୁ ତାଙ୍କର ଭାଗ୍ୟ ଚମକି ଉଠିଥିଲା ।

ଶିବାଜୀ ସାତମ : ଶିବାଜି ସାତମଙ୍କୁ କିଏ ନ ଜଣେ ? ସେ C.I.D. ରେ A.S.P. ପ୍ରଦୂମନ ନାମରେ ଜଣାଶୁଣା ଅଭିନେତା ଅଟନ୍ତି । ଶିବାଜି ଅନେକ ଫିଲ୍ମରେ ଅଭିନୟ କରି ନିଜର ଦକ୍ଷତାକୁ ଦର୍ଶାଇଛନ୍ତି । ସେ ରାନୀ ମୁଖାର୍ଜୀ , ସଞ୍ଜୟ ଦତ୍ତ , ନାନା ପାଟେକର , ଓ ଆହୁରି ଅନେକ କଳାକାରଙ୍କ ସହ ଫିଲ୍ମରେ ଆଭିନୟ କରିଛନ୍ତି । ଶିବାଜୀ ଆଗରୁ ବ୍ୟାଙ୍କରେ କ୍ୟାସିଅରରେ ସରକାରୀ ଚାକିରି କରୁଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।