ମା ମନା କରିବା ପରେ ମଧ୍ୟ ଏହି ଖଳନାୟକ ଧରିଥିଲେ ଫିଲ୍ମ ଲାଇନ, ସାଙ୍ଗ କହିବାରୁ ବଦଳାଇ ଦେଇଥିଲେ ନାମ, ଆସନ୍ତୁ ଜାଣିବା ତାଙ୍କ ବିଷୟରେ

ସିନେମ ଦୁନିଆର ଦିଗ୍ଗଜ ଅଭିନେତା ଡ୍ୟାନି ଡ୍ୟାନଜୋଙ୍ଗପା ବର୍ତ୍ତମାନ ୭୨ ବର୍ଷର ହୋଇସାରିଛନ୍ତି । ଡ୍ୟାନିଙ୍କ ଜନ୍ମ ୨୫ ଫେବୃୟାରି ୧୯୪୮ ମସିହାରେ ସିକିମ ର ଗ୍ୟାଙ୍ଗଟକରେ ହୋଇଥିଲା । ପିଲା ବେଳରୁ ଡ୍ୟାନିଙ୍କୁ ଭାରତୀୟ ସେନାରେ ଯିବା ପାଇଁ ଇଚ୍ଛା ଥିଲା, ହେଲେ ମା ମନା କରିବାରୁ ତାଙ୍କୁ ଫିଲ୍ମ ଲାଇନରେ ପଶିବାକୁ ପଡିଥିଲା । ହେଲେ ଏହା କିଏ ଜାଣିଥିଲା କି ସିକିମର ଏକ ମାମୁଲି ଯୁବକ ବଲିଉଡର ଏତେ ବଡ ଷ୍ଟାର ହୋଇଯିବ ।

google

ଡ୍ୟାନିଙ୍କର ଅସଲି ନାମ ହେଉଛି ଶେରିଙ୍ଗ ଫିଣ୍ଟସୋ । ହେଲେ ସେ ଯେତେବେଳେ ପୁନେରେ ଥିବା FTII ପହଞ୍ଚିଲେ, ସେତେବେଳେ ଜୟା ବଚନଙ୍କ ପରାମର୍ଶରେ ସେ ତାଙ୍କ ନାମକୁ ବଦଳାଇ ଦେଇଥିଲେ ଓ ତାଙ୍କ ନାମ ଡ୍ୟାନି ରଖିଥିଲେ । ଏହି ନାମ ଅନୁସାରେ ତାଙ୍କର ଏକ ଫିଲ୍ମରେ ନାମ ମଧ୍ୟ ଡ୍ୟାନି ଅଛି । FTII ରେ ଜୟା ଓ ଡ୍ୟାନି ବହୁତ ଭଲ ସାଙ୍ଗ ଥିଲେ । ଏହି ଦୁଇଜଣ କ୍ଳାସମେଟ ମଧ୍ୟ ଥିଲେ । ଡ୍ୟାନି ୧୯୭୧ ମସିହାରେ ଫିଲ୍ମ ‘ଜରୁରତ’ରୁ ଡେବ୍ୟୁ କରିଥିଲେ । ହେଲେ ଆରମ୍ଭରୁ କିଛି ଫିଲ୍ମରେ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା ।

google

ହେଲେ ତାଙ୍କର ଏହି ସଂଘର୍ଷ ବେଶି ସମୟ ପର୍ଯ୍ୟନ୍ତ ରହି ନଥିଲା । ତାଙ୍କର ଦ୍ଵିତୀୟ ଫିଲ୍ମ ‘ଧୁନ୍ଦ’ରେ ସେ ନେଗେଟିଭ ରୋଲ କରିଥିଲେ, ଏହା ଦ୍ଵାରା ସେ ଲାଇମ ଲାଇଟକୁ ଆସିଗଲେ । ଏହି ଫିଲ୍ମରେ ସେ ଜିନତ ଅମାମ, ନବୀନ ନିଶ୍ଚଲ, ସଞ୍ଜୟ ଖାନ ଓ ଅଶୋକ କୁମାର ପରି କଳାକାରଙ୍କ ସହ ଅଭିନୟ କରିଥିଲେ । ଫିଲ୍ମକୁ ଆସିବାର ୯ ବର୍ଷ ପରେ ସେ ଫିଲ୍ମ ଡାୟରେକ୍ସନରେ ମଧ୍ୟ ହାତ ଦେଲେ । ସେ ୧୯୮୦ ମସିହାରେ ଆସିଥିବା ହରର ଫିଲ୍ମ ‘ ଫିର ୱହି ରାତ’ରେ ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମରେ ସୁପର ଷ୍ଟାର ରାଜେଶ ଖନ୍ନା, କିମ ଓ ଅରୁଣା ଇରାନୀ କାମ କରିଥିଲେ । ଏହି ଫିଲ୍ମରେ ଡ୍ୟାନି ମଧ୍ୟ ନଜର ଆସିଥିଲେ ଓ ଏହି ଫିଲ୍ମଟି ସଫଳ ମଧ୍ୟ ହୋଇଥିଲା ।

google

ଡ୍ୟାନି ଖଳନାୟକ, ହିରୋ ଓ ହିରୋର ପିତାଙ୍କ ରୋଲ କରିଛନ୍ତି । ତାଙ୍କୁ ୨୦୦୩ରେ ପଦ୍ମଶ୍ରୀରେ ସମ୍ମାନିତ କରଯାଇଥିଲା । ସେହି ସମୟରେ ତାଙ୍କ ସହ ଅନ୍ୟ କିଛି ଅଭିନେତ୍ରୀମାନଙ୍କର ଅଫେୟାର ମଧ୍ୟ ଥିଲା । ହେଲେ ସେ ସିକିମ ର ପୂର୍ବ ରାଣୀ ଗାବା ଡେଞ୍ଜୋଙ୍ଗଗ୍ପା ଙ୍କ ସହ ବିବାହ କରିଥିଲେ । ବର୍ତ୍ତମାନ ମଧ୍ୟ ସେ କୌଣସି ନା କୌଣସି ଫିଲ୍ମରେ ନଜର ଆସନ୍ତି । ୨୦୧୭ରେ ଆସିଥିବା ଫିଲ୍ମ ‘ବାଇସ୍କୋପବାଲା’ ଫିଲ୍ମରେ ଡ୍ୟାନି ମୁଖ୍ୟ ଭୂମିକାରେ ଥିଲେ ।