୪୦୦ କୋଟିରୁ ବି ଅଧିକ ସମ୍ପତିର ମାଲିକ ଅଟନ୍ତି ଅଲ୍ଲୂ ଅର୍ଜୁନ, ହେଲେ ଏବେ ଏହି କାରଣ ପାଇଁ ସେ ଚର୍ଚ୍ଚାରେ

ସାଉଥର ସ୍ଟାଇଲିଶ ଷ୍ଟାର ଅଲ୍ଲୁ ଅର୍ଜୁନ ବର୍ତ୍ତମାନ ହିଁ ନିଜ ବାହାଘରର ୮ମ ବାର୍ଷିକ ଉସ୍ତବକୁ ପାଳନ କରିଛନ୍ତି । ଅଲ୍ଲୁ ଅର୍ଜୁନ ୨୦୧୧ରେ ସ୍ନେହା ରେଡ୍ଡୀଙ୍କ ସହ ବିବାହ କରିଥିଲେ । ଅଲ୍ଲୁ ଅର୍ଜୁନ ସାଉଥର ସବୁଠୁ ସ୍ଟାଇଲିଶ ଏବଂ ସ୍ମାର୍ଟ ଅଭିନେତା ଅଟନ୍ତି ଏବଂ ତାଙ୍କର ଅଭିନୟକୁ ଦର୍ଶକମାନେ ବହୁତ ପସନ୍ଦ ବି କରିଥାନ୍ତି । ଏହା ସହିତ ତାଙ୍କର ଡାନ୍ସ ଷ୍ଟାଇଲରେ ତ ଝିଅମାନେ ବହୁତ ଦିବାନୀ ଅଟନ୍ତି । ଅଲ୍ଲୁ ଅର୍ଜୁନ କେବଳ ଫିଲ୍ମରେ ନୁହେଁ ଅସଲ ଜୀବନରେ ବି ସେ ବହୁତ ଷ୍ଟାଇଲରେ ରୁହନ୍ତି ।

ମହଙ୍ଗା ଜୋତା ଏବଂ ଡ୍ରେସ ଯୋଗୁ ଚର୍ଚାରେ ଆସିଥିଲେ ଅଲ୍ଲୁ ଅର୍ଜୁନ

ଅଲ୍ଲୁ ଅର୍ଜୁନ ନିଜର ଦାମୀ ଜୋତା ଏବଂ ଡ୍ରେସ ପାଇଁ ଚର୍ଚାକୁ ଆସିଥିଲେ । ଅର୍ଜୁନ ୨୦୧୮ରେ ୬୫ ହଜାରର ଟୀ-ଶର୍ଟ ଏବଂ ୧.୫୦ ଲକ୍ଷ ଟଙ୍କାର ଜୋତା ପିନ୍ଧଥିଲେ । ଅଲ୍ଲୁ ଅର୍ଜୁନ ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୧୮ କୋଟି ଟଙ୍କା ଚାର୍ଜ କରିଥାନ୍ତି । ତାଙ୍କ ପାଖରେ ପାଖାପାଖି ୬୨ ମିଲିୟନ ଡଲାର ସମ୍ପତି ମାନେ ୪୩୪ କୋଟି ଟଙ୍କାର ସମ୍ପତି ଅଛି ।

ଅଲ୍ଲୁ ଅର୍ଜୁନଙ୍କର ହାଇଦ୍ରାବାଦରେ ଏକ ବଙ୍ଗାଲର ଦାମ ପାଖାପାଖି ୧୦୦ କୋଟି ଟଙ୍କାରୁ ବି ଅଧିକ ଅଟେ । ଜୁବଲୀ ହିଲ୍ସରେ ନିଜର ଘରକୁ ଅଲ୍ଲୁ ଅର୍ଜୁନ ପପୁଲାର ଇଂଟୀରିୟର ଡିଜାଇନର ଆମିର ଏବଂ ହମିଦାରୁ ଡେକୋରେଟ କରାଇଛନ୍ତି ।

କୋଟି କୋଟି ଟଙ୍କାର ଦାମୀ ଗାଡି ବି ରଖିଛନ୍ତି ଅଲ୍ଲୁ ଅର୍ଜୁନ

ଏମିତିରେ ଆପଣ ଯେତେବେଳ ଅଲ୍ଲୁ ଅର୍ଜୁନଙ୍କର ଘରକୁ ଦେଖିବେ ତେବେ ଆପଣଙ୍କୁ ଏକ ବକ୍ସ ଅଫିସ ଭଳି ଲାଗିବ, କିନ୍ତୁ ଭିତରେ ଯିବା ପରେ ଆପଣଙ୍କର ହୋସ ଉଡିଯିବ । ଘର ଭିତରେ ବହୁତ ସୁନ୍ଦର କରିଡୋର ଅଛି । ଯାହାକି ଲିୱିଂଗ ସ୍ଟେପ୍ସ ଆଡକୁ ଯାଇଥାଏ ।

ଅଲ୍ଲୁ ଅର୍ଜୁନ କୋଟି କୋଟି ଟଙ୍କାର ଗାଡି ବି ରଖିଛନ୍ତି । ତାଙ୍କ ପାଖରେ ଦାମିକିଆ ଲଗ୍ଜରୀ ଗାଡି ବି ଅଛି , ଯାହାର ଦାମ ୪ ରୁ ୫ କୋଟି ଟଙ୍କା ଅଟେ । ତାଙ୍କ ପାଖରେ  ରେଂଜ ରୋବର, ଜଗୁଆର, ଅଡୀ ଭଳି ଗାଡି ଅଛି । ତାଙ୍କ ପାଖରେ BMW X6 ଗ୍ରୁପର ଏକ କାର ବି ଅଛି । ଯାହାର ଦାମ ୪ କୋଟି ଟଙ୍କା ଅଟେ ।

ଏହି ଠାରୁ ହୋଇଥାଏ ଜବରଦସ୍ତ ଆୟ

ଅଲ୍ଲୁ ଅର୍ଜୁନ କେବଳ ଫିଲ୍ମରୁ ଆୟ କରନ୍ତି ନାହିଁ ସେ ସେବନ ଅପ, ଓଲଏଏକ୍ସ, ହଟ ସ୍ଟାର, କୋଲଗେଟ, ହୀରୋ ମୋଟୋକପ ଏବଂ ଜୋୟା ଲୁକ୍କାସ ଭଳି ବଡ ବଡ କମ୍ପାନୀର ଆଡ ବି କରନ୍ତି । ଗୋଟିଏ ବ୍ରାଣ୍ଡ ଠାରୁ ସେ ପାଖାପାଖି ୨ କୋଟି ଟଙ୍କା ଚାର୍ଜ କରନ୍ତି । ଅଲ୍ଲୁ ଅର୍ଜୁନ କେତେକ ନାଇଟ କ୍ଲବର ମାଲିକ ବି ଅଟନ୍ତି ।

ଅଲ୍ଲୁ ଅର୍ଜୁନ ଫିଲ୍ମରେ ନିଜର ରୋମାଣ୍ଟିକ ଅଭିନୟ ପାଇଁ ଜଣା ଯାଇଥାନ୍ତି । ଫୋର୍ବ୍ସ ଇଣ୍ଡିଆର ଟପ ୧୦୦ ସେଲିବ୍ରିଟୀଜରେ ଅଲ୍ଲୁ ଅର୍ଜୁନ ନିଜର ଜାଗା କରିଛନ୍ତି । ସାଉଥର ସେ ଜଣେ ହିଁ ଅଭିନେତା ଅଟନ୍ତି ଯାହାଙ୍କର ଫେସବୁକରେ ୧.୨୮ କୋଟି ଫଲୱର୍ସ ଅଛନ୍ତି । ଏହା ସହିତ ଗୁଗଲରେ ସବୁଠୁ ଅଧିକା ସର୍ଚ କରାଯାଉଥିବା ସାଉଥର ସୁପରଷ୍ଟାର ବି ଅଲ୍ଲୁ ଅର୍ଜୁନ ଅଟନ୍ତି । ଆର୍ଟିକୀଲ ଟି ଭଲ ଲାଗିଲେ ସେଆର କରିବେ । ଆଗକୁ ଏମିତି ନୁଆ ନୂଆ ମନୋରଞ୍ଜନ ଖବର ପାଇବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।