ନିଜ ସ୍ତ୍ରୀଙ୍କୁ ରାଣୀ ଭଳି ରଖନ୍ତି TVର ଏହି 5 ହିରୋ, 5ନଂ ଯୋଡିତ ସମସ୍ତଙ୍କ ଫେଭରେଟ

ଭାରତରେ ବିବାହକୁ ପବିତ୍ର ବନ୍ଧନ ବୋଲି କୁହାଯାଏ । ଯେତେବେଳେ ଗୋଟିଏ ପୁଅ ଓ ଝିଅ ବିବାହ କରିଥାନ୍ତି ତେବେ ସେମାନେ ସାତ ଜନ୍ମ ପର୍ଯ୍ୟନ୍ତ ପରସ୍ପର ସହ ବାନ୍ଧି ହୋଇ ଯାଆନ୍ତି । କିନ୍ତୁ ଏହା ସତ୍ବେ ବଲୀଉଡ ଓ ଟିଭି ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଦମ୍ପତ୍ତି ଅଛନ୍ତି ଯେଉଁମାନେ କିଛି ବର୍ଷ ପର୍ଯ୍ୟନ୍ତ ବି ନିଜର ବିବାହ ବନ୍ଧନକୁ ବାନ୍ଧି ରଖି ପାରିଲେ ନାହିଁ ଓ ସେମାନେ ଅଲଗା ହୋଇଗଲେ । କିନ୍ତୁ ଟିଭି ଇଣ୍ଡଷ୍ଟ୍ରିରେ ଏମିତି ବି କିଛି ଅଭିନେତା ଅଛନ୍ତି ଯେଉଁମାନଙ୍କର ବିବାହ ବର୍ଷ ବର୍ଷ ଧରି ଚାଲିଛି ଓ ସେମାନେ ନିଜର ସ୍ତ୍ରୀଙ୍କୁ ରାଣୀ ଭଳି ରଖନ୍ତି । ତେବେ ଚାଳନ୍ତୁ ଜାଣିବା ସେହି ଅଭିନେତାଙ୍କ ବିଷୟରେ ଜାଣିବା ।

ରବି ଦୁବେ

ଟିଭି ଇଣ୍ଡଷ୍ଟ୍ରିରେ ରବି ଦୁବେ ଜଣେ ଜଣା ଶୁଣା ଓ ବହୁତ ଅଧିକ ପପୁଲାର ନାଁ ଅଟେ । ଆପଣ ତାଙ୍କୁ ଖତରୋ କେ ଖିଲାଡ଼ୀରେ ଦେଖିଥିବେ । ଏହା ଛଡା ତାଙ୍କୁ ହୋସ୍ଟ ରୂପରେ ବି ଲୋକମାନେ ଜାଣିଛନ୍ତି । କିନ୍ତୁ ଆପଣଙ୍କୁ କହିଦେଉଛୁ କି ସେ ନିଜର କ୍ୟାରିୟରର ଆରମ୍ଭ ଦୂରଦର୍ଶନରେ ପ୍ରସାରିତ ହେଉଥିବା ସିରିୟଲ ମାଧ୍ୟମରେ କରିଛନ୍ତି । ଯଦି ତାଙ୍କର ସ୍ତ୍ରୀଙ୍କ ବିଷୟରେ କହିବା ତେବେ ସେ ୨୦୧୩ରେ ସରଗୁନ ମେହତାଙ୍କୁ ବିବାହ କରିଥିଲେ ଓ ରବି ସରଗୁନ ମେହତାଙ୍କୁ ବହୁତ ଭଲ ପାଆନ୍ତି ଓ ରବି ନିଜ ପତ୍ନୀଙ୍କର ବହୁତ ଧ୍ୟାନ ବି ରଖନ୍ତି ।

ଶବ୍ବୀର ଅହଲୁବାଲିୟା

ଶବ୍ବୀର ଅହଲୁବାଲିୟା ଜୀ ଟିଭିର ପ୍ରସିଦ୍ଧ ସିରିୟଲ କୁମ କୁମ ଭାଗ୍ୟରେ ମୁଖ୍ୟ ଅଭିନେତା ରୂପରେ ନଜର ଆସନ୍ତି ଓ ସେ ୨୦୧୩ରେ କାଞ୍ଚି କଲଙ୍କ ସହ ବିବାହ କରିଥିଲେ । ତାଙ୍କର ବିବାହକୁ ବର୍ତ୍ତମାନ ୭ ବର୍ଷ ପୁରା ହୋଇ ଯାଇଛି । କିନ୍ତୁ ଏହି ଦମ୍ପତ୍ତିଙ୍କ ମଧ୍ୟରେ ଆଜି ବି ପୂର୍ବ ଭଳି ହିଁ ପ୍ରେମ ଦେଖିବାକୁ ମିଳେ । ସେ ନିଜର ପତ୍ନୀଙ୍କୁ ରାଣୀ ଭଳି ରଖନ୍ତି ।

ଶୋଏବ ଇବ୍ରାହିମ

ଶୋଏବ ଇବ୍ରାହିମ ବର୍ତ୍ତମାନ ହିଁ କିଛି ଦିନ ତଳେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଦୀପିକା କକରଙ୍କୁ ବିବାହ କରିଛନ୍ତି । କହିବାକୁ ଗଲେ ଏହି ବିବାହ ସବୁଠୁ ଅଧିକ ଚର୍ଚାରେ ବି ଥିଲା । କାରଣ ଦୀପିକା ବିବାହ ପାଇଁ ନିଜର ଧର୍ମ ବଦଳାଇ ଦେଇଥିଲେ । କହିଦେଉଛୁ କି ଶୋଏବ ଦୀପିକାଙ୍କୁ ବହୁତ ଭଲ ପାଆନ୍ତି । ସେଥିପାଇଁ ତ ଦୀପିକା ତାଙ୍କ ପ୍ରେମ ପାଇଁ ନିଜର ଧର୍ମ ବି ବଦଳାଇ ଦେଲେ ।

ରଜତ ଟୋକସ

ରଜତ ଟୋକସ ଟିଭି ସିରିୟଲ ‘ଯୋଦ୍ଧା ଅକବର’ରେ ଅକବରର ଅଭିନୟ କରିଥିଲେ । ଯାହାକୁ ଦର୍ଶକମାନେ ବହୁତ ପସନ୍ଦ ବି କରିଥିଲେ । କହିଦେଉଛୁ କି ରଜତ ଟୋକସ ୧୨୦୧୫ରେ ଶ୍ରିଷ୍ଟି ନୟରଙ୍କ ସହ ବିବାହ କରିଛନ୍ତି ଓ ସେ ଶ୍ରିଷ୍ଟିଙ୍କୁ ବହୁତ ଭଲ ବି ପାଆନ୍ତି । ସେଥିପାଇଁ ସେ ନିଜର ପତ୍ନୀଙ୍କୁ ରାଣୀ ଭଳି ରଖିଛନ୍ତି ।

ମୋହିତ ସେହଗଲ

ଟିଭି ସିରିୟଲ ‘ମିଲେ ଯବ ହମ ତୁମେ’ ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତା ମୋହିତ ସେହି ଶୋରେ କାମ କରୁଥିବା ଅଭିନେତ୍ରୀ ସନାୟା ଇରାନୀଙ୍କୁ ୨୫ ଜାନୁୟାରୀ ୨୦୧୬ରେ ବିବାହ କରିଥିଲେ । ଆଜିବି ବିବାହର ୫ ବର୍ଷ ପରେ ବି ଦୁଇ ଜଣଙ୍କ ମଧ୍ୟରେ ଭଲ କେମେଷ୍ଟ୍ରି ଦେଖିବାକୁ ମିଳିଥାଏ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।