ଯେତେବେଳେ କିନ୍ନର ବେଶରେ ପରଦାରେ ନଜର ଆସିଲେ Bollywood ର ଏହି 5 ଜଣ Actor, ନିଜର ଦମଦାର ଅଭିନୟରେ ଲୁଟିନେଲେ ଖୁବ ପ୍ରଶଂସା

ସାଧାରଣତଃ ଆମର ଏହି ସମାଜରେ କିନ୍ନର ମାନଙ୍କୁ ଏକ ଅଲଗା ଦୃଷ୍ଟିରେ ଦେଖାଯାଏ କିନ୍ତୁ ପୁରୁଷ ମହିଳା ମାନଙ୍କ ପରି ସେମାନେ ଗୋଟିଏ ଜାତି । କୁହାଯାଏ କି ଏହି କିନ୍ନର ମାନଙ୍କ ଆଶୀର୍ବାଦ ବହୁତ ଫଳପ୍ରଦ ମଧ୍ୟ ହୋଇଥାଏ । ଏହି କିନ୍ନର ମାନନକୁ ନେଇ ଟିଭି ଓ ସିନେମା ରେ ଅନେକ ସିରିଏଲ ଓ ଫିଲ୍ମ ସାବି ଆସିଛି ଯାହା ସୁପର ହିଟ ମଧ୍ୟ ହୋଇଛି । ବଲିଉଡର କେତେକ କଳାକାର ପରଦା ଉପରେ କିନ୍ନରର ଅଭିନୟ କରିଛନ୍ତି ଏବଂ ନିଜର ଶାନଦାର ଅଭିନୟରେ ଜିତିଛନ୍ତି ଲୋକଙ୍କ ହୃଦୟ । ବଲିଉଡରେ ଫିଲ୍ମ କେବଳ ଦମଦାର କାହାଣୀ ଆଉ ବଡବଡ ଅଭିନେତା ମାନଙ୍କ ଯୋଗୁଁ ସଫଳ ହୁଏନି । ଏହି ଫିଲ୍ମ ଗୁଡିକରେ କାମ କରୁଥିବା କଳାକାର ମାନେ ବହୁତ ସମୟରେ ଏମିତି ବିଚିତ୍ର ଓ ମନଲୋଭା ଅଭିନୟ କରନ୍ତି ଯେ ତାଙ୍କ ଚେହରା ଭୁଲିହୁଏନି ।

ଏହି କିନ୍ନର ମାନଙ୍କ ଚରିତ୍ରରେ ଅଭିନୟ କରି ଏହି ଷ୍ଟାର ମାନେ ନିଜର ଦମଦାର ଅଭିନୟରେ ଲୋକଙ୍କ ମନକୁ ଜିତି ପାରିଛନ୍ତି । ଆଜି ଆମେ ଆପଣଙ୍କୁ ସେହିଭଳି କିଛି ଅଭିନେତାଙ୍କ ବିଷୟରେ କହିବୁ ଯେଉଁମାନେ ପରଦା ଉପରେ କିନ୍ନର ଅଭିନୟ କରି ଲୋକଙ୍କ ଠାରୁ ପ୍ରଶଂସା ଲୁଟି ନେଇଛନ୍ତି ଏବଂ ସେହି ଚରିତ୍ରକୁ ବି ଅମର କରିଦେଇଛନ୍ତି ।

ରବି କିସନ

ବଲିଉଡ ଓ ଭୋଜପୁରୀ ସିନେମାର ଜଣାଶୁଣା କଳାକାର ମାନଙ୍କ ମଧ୍ୟରେ ରବିକିଶନ ନିଜ ଅଭିନୟ ପାଇଁ ସବୁବେଳେ ଲୋକଙ୍କ ଠାରୁ ପ୍ରଶଂସିତ ହୋଇଛନ୍ତି । ତିମାନଶୁ ଧୂଳିଆ ଙ୍କ ଫିଲ୍ମ ବୁଲେଟ ରାଜା ରେ ରବିକିଶନ ଏକ କିନ୍ନର ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଚରିତ୍ରକୁ ବହୁତ ପସନ୍ଦ କରାଯାଇଥିଲା । ଏହି ଫିଲ୍ମ ରେ ସେଫ ଅଲି ଖାନ ,ସୋନାକ୍ଷୀ ସିହ୍ନା ଆଉ ଜିମ୍ମୀ ସର୍ଗଲ ବି ଥିଲେ ।

ପରେଶ ରାୱଲ

ହିନ୍ଦୀ ଫିଲ୍ମର ପୋଖତ କଳାକାର ପରେଶ ରାୱଲ ବଲିଉଡରେ ଏକ ରୁ ବଳି ଏକ ଫିଲ୍ମ କରିଛନ୍ତି । ୧୯୯୭ ରେ ଆସିଥିବା ଫିଲ୍ମ ତମନ୍ନା ରେ ପରେଶ ଏକ କିନ୍ନରର ଅଭିନୟ କରିଥିଲେ । ଫିଲ୍ମର ନିର୍ଦେଶନା ମହେଶ ଭଟ୍ଟ ଦେଇଥିଲେ । ଏହି ଫିଲ୍ମରେ ପୂଜା ଭଟ୍ଟ , ଶରଦ କପୂର ଏବଂ ମନୋଜ ବାଜପେଇ ଥିଲେ । କିନ୍ନର ଚରିତ୍ରରେ ପରେଶ ରାୱଲଙ୍କ ଅଭିନୟ ଖୁବ ପ୍ରଶଂସନୀୟ ଥିଲା ।

ସଦାଶିବ ଅମରାପୁରକର

ଏବେ ୧୯୯୧ ମସିହାରେ ଆସିଥିବା ମହେଶ ଭଟ୍ଟ ଙ୍କ ଫିଲ୍ମ ସଡକ ର ସିକ୍ଵେଲ ବହୁତ ଚର୍ଚାରେ ଅଛି । ଏହି ଫିଲ୍ମର ପ୍ରଥମ ଭାଗରେ ସଦାଶିବ ଅମରାପୁରକର ଖଳନାୟକ ଭୂମିକାରେ ଥିଲେ । ଏହି ଫିଲ୍ମ ରେ କିନ୍ନର ଚରିତ୍ରରେ ଅଭିନୟ କରି ସେ ଆଜି ବି ଲୋକଙ୍କ ହୃଦୟରେ ରହିଛନ୍ତି । ଏହି ଫିଲ୍ମ ପାଇଁ ସେ ଫିଲ୍ମ ଫେୟାର ପୁରସ୍କାର ଜିତିଥିଲେ ।

ପ୍ରଶାନ୍ତ ନାରାୟଣନ

ଫିଲ୍ମ ମର୍ଡର -୨ ରେ ପ୍ରଶାନ୍ତ ନାରାୟଣନ ଏକ କିନ୍ନରର ଚରିତ୍ର ଚିତ୍ରଣ କରିଥିଲେ । ସେ ଏଥିରେ ଭିଲେନ ର ଭୂମିକା କରି ଲୋକ ମାନଙ୍କୁ ଖୁବ ଡରାଇ ଥିଲେ । ସେ ଏହି ଚରିତ୍ରରେ ଜୀବନ୍ତ ଅଭିନୟ କରିଥିଲେ । ପ୍ରଶାନ୍ତଙ୍କ ଅଭିନୟ ବି ସମସ୍ତଙ୍କୁ ପସନ୍ଦ ଆସିଥିଲା । ଏହି ଫିଲ୍ମରେ ଇମରାନ ହାସମୀ ଓ ଜ୍ୟାକଲିନ ଫରନାଣ୍ଡିଜ ମୁଖ୍ୟ ଭୂମିକାରେ ଥିଲେ । ଫିଲ୍ମ ମର୍ଡ଼ର -୨ ୨୦୧୧ ମସିହାରେ ଆସିଥିଲା ଓ ହିଟ ଫିଲ୍ମ ପ୍ରମାଣିତ ହେଇଥିଲା ।

ଆଶୁତୋଷ ରାଣା

ଆଶୁତୋଷ ବଲିଉଡର ଏକ ଦମଦାର କଳାକାର ଯିଏ କି ପଜିଟିଭ ଓ ନେଗେଟିଭ ଦୁଇ ପ୍ରକାରର ଅଭିନୟ ବହୁତ ହି ସୁନ୍ଦର ଭାବରେ କରିଛନ୍ତି । ଆଶୁତୋଷ ବହୁତ ପ୍ରକାରର ଅଭିନୟ କରିଛନ୍ତି । ସେ ପ୍ରସିଦ୍ଧ କିନ୍ନର ରାଜନେତା ଶବନମ ମାଉସୀଙ୍କ ଜୀବନୀ ରେ ପ୍ରେରିତ ଫିଲ୍ମ ରେ କାମ କରିଥିଲେ । ଏହି ଫିଲ୍ମର ନାମ ଶବନମ ମୌସୀ ଥିଲା । ଏଥିରେ ସେ ଏକ କିନ୍ନର ଭୂମିକା କରିଥିଲେ । ଜଣାଇ ଦେଉଛୁ କି ଶବନମ ମୌସି ପ୍ରଥମ କିନ୍ନର ଯିଏ ନିର୍ବାଚନ ଲଢିଥିଲେ ଏବଂ ଜିତିଥିଲେ । ଏହି ଫିଲ୍ମଟି ୨୦୦୫ ରେ ରିଲିଜ ହୋଇଥିଲା । ଏହି ଅଭିନୟ ପାଇଁ ଆଜି ବି ଆଶୁତୋଷ ରାଣାଙ୍କ ପ୍ରଶଂସା ହୁଏ ।

ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହିତ ଶେୟାର କରନ୍ତୁ  ଓ ବଲିଉଡ ର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ