ଦୀପାବଳୀରେ କେଉଁ ଜନ୍ତୁକୁ ଦେଖିଲେ ହୋଇଥାଏ ଧନର ବର୍ଷା – Ajira Anuchinta

ଏମିତିରେ ତ ଆମେ ଘରେ କୌଣସି ଜୀବଜନ୍ତୁ ଦେଖିବା ବହୁତ ସାଧାରଣ କଥା ହୋଇଥାଏ । କିନ୍ତୁ ଏମିତି କିଛି ଜୀବ ଅଛନ୍ତି ଯେଉଁମାନଙ୍କୁ ଦେଖିବା ବହୁତ ଅଶୁଭ ବୋଲି କୁହାଯାଇଛି । କୁହାଯାଏ ଏମାନଙ୍କୁ ଦେଖିବା ବହୁତ ଅଶୁଭ ହୋଇଥାଏ କିନ୍ତୁ ଏହି ଜୀବଜନ୍ତୁ ଙ୍କୁ ଦୀପାବଳି ଦିନ ଦେଖିବା ବହୁତ ଶୁଭ ହୋଇଥାଏ । ହଁ ଆଜ୍ଞା ଏମିତି କିଛି ଜୀବ ଅଛନ୍ତି ଯାହାଙ୍କୁ ଦୀପାବଳି ଦିନ ଦେଖିବା ମା ଲକ୍ଷ୍ମୀ ଙ୍କ ଆଗମନର ଗୁପ୍ତ ସଙ୍କେତ ହୋଇଥାଏ । ଏହା ଦ୍ଵାରା ଆପଣଙ୍କୁ ଧନ ଯଶ ପ୍ରାପ୍ତି ହୋଇଥାଏ । ଜୀବନରୁ ସବୁ ସମସ୍ଯା ଦୂରେଇ ଯାଏ । ତେବେ ଚାଲନ୍ତୁ ଏବେ ଜାଣିବା ସେହି ଜୀବ ସବୁ କିଏ ଯାହାଙ୍କୁ ଦୀପାବଳି ଦିନ ଦେଖିବା ବହୁତ ଶୁଭ ମନାଯାଏ ।

ବିଲେଇ – ଦୀପାବଳି ଦିନ ବିଲେଇ ଦେଖିବା ମା ଲକ୍ଷ୍ମୀ ଙ୍କର ସବୁଠାରୁ ଗୁପ୍ତ ସଙ୍କେତ ମନାଯାଏ । ଏହି ଗୁପ୍ତା ସଙ୍କେତ ଦର୍ଶାଇଥାଏ କି ଏହି ବର୍ଷ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଦୀପାବଳି ଦିନ ବିଲେଇ ଦେଖିବା ଦ୍ଵାରା ମା ଲକ୍ଷ୍ମୀ ପୁରା ବର୍ଷ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।

ପେଚା – ଶାସ୍ତ୍ର ଅନୁସାରେ ଦୀପାବଳି ଦିନ ଯେଉଁ ଘର ପାଖରେ ପେଚା ଦେଖାଯାଏ ସେହି ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି । ଓ ସେହି ଘର ଉପରେ ସାରା ବର୍ଷ ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ରହିଥାଏ । ସେହି ଘରେ ଧନର ଆଗମନ ହୋଇଥାଏ ଓ ସବୁ ବିଗିଡି ଯାଇଥିବା କାମ ସବୁ ସଫଳତା ପୂର୍ବକ ସମ୍ପନ୍ନ ହୋଇଥାଏ ।

ଚୁଚୁନ୍ଦୁରା ବା ମୂଷା – ପ୍ରାୟତଃ ଏମିତି କୁହାଯାଏ କି ମୂଷା ସେହି ଘରେ ରହିଥାଏ ଯେଉଁଠି ଦାରିଦ୍ରତା ଥାଏ କିନ୍ତୁ ଏମିତି ମାନ୍ୟତା ଅଛି କି ଦୀପାବଳି ଦିନ ମୂଷା ଯେଉଁ ଘରେ ଦେଖାଯାଏ ସେହି ଘରର ବ୍ୟକ୍ତି ମାନଙ୍କୁ ହୋଇଥାଏ ଆକସ୍ମିକ ଧନଲାଭ । ଯେମିତିକି ପୁରୁଣା ସମ୍ପତ୍ତି ମିଳିପାରେ ବା ଲଟେରୀ ମଧ୍ୟ ଲାଗିପାରେ ।

 

ଝିଟିପିଟି – ଝିଟିପିଟି କୁ ନେଇ ଏମିତି ମାନ୍ୟତା ଅଛି କି ଯଦି ଘର କିମ୍ବା ଦୋକାନରେ ଦୀପାବଳି ଦିନ ଝିଟିପିଟି ଦେଖାଯାଏ ତେବେ ଏହାର ଅର୍ଥ ଆପଣଙ୍କୁ କିଛି ଗୁପ୍ତଧନ ମିଳିବା ପାଇଁ ଯାଉଛି । ଦୀପାବଳି ଦିନ ଯଦି ପୂର୍ବ ଦିଗରେ ଝିଟିପିଟି ଦେଖାଯାଏ ତେବେ ଆପଣଙ୍କୁ ସାରା ବର୍ଷ ଧନର ଅଭାବ ହେବ ନାହିଁ । ସବୁ କାମରେ ସଫଳତା ମିଳିବ ।

ଯଦି ଉତ୍ତର ଦିଗରେ ଦୀପାବଳି ଦିନ ଝିଟିପିଟି ଦେଖାଯାଏ ତେବେ ବୁଝିଯିବେ ପୁରା ବର୍ଷ ଆପଣଙ୍କ ଘରେ ରହିବ ସୁଖ ଓ ସମୃଦ୍ଧି । ପଶ୍ଚିମ ଦିଗରେ ଝିଟିପିଟି ଦୀପାବଳି ଦିନ ଦେଖାଯିବା ପୂର୍ଣ୍ଣ ବର୍ଷ ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ ଓ ଆପଣଙ୍କ ଉପରେ ଆଶୀର୍ବାଦ ବନି ରହିବ । ଘର ର ସବୁ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଦକ୍ଷିଣ ଦିଗରେ ଦୀପାବଳି ଦିନ ଝିଟିପିଟି ଦେଖାଯିବାର ଅର୍ଥ ହେଲା ସମାଜ ପରିବାର ବ୍ୟାପାରରେ ବିଜୟୀ ହେବେ ।

ତେବେ ଚାଲନ୍ତୁ ଜାଣିବା ସେହି ବିଶେଷ କାମ ବିଷୟରେ ଯାହାକୁ ଦୀପାବଳି ଦିନ ଏହି ସବୁ ଜନ୍ତୁଙ୍କୁ ଦେଖିବା ପରେ ନିଶ୍ଚିତ କରିନେବା ଦରକାର । ଯଦି ଦୀପାବଳି ଦିନ ଘରେ କିମ୍ବା ଦୋକାନରେ ଏହି 4 ଜନ୍ତୁ ଙ୍କ ମଧ୍ୟରୁ ଯଦି ଗୋଟିଏ ଦେଖାଯାଏ ତେବେ ବ୍ୟକ୍ତି ପ୍ରସନ୍ନ ହୋଇଯାଏ କିନ୍ତୁ ଶାସ୍ତ୍ରରେ କୁହାଯାଇଛି କି ଦୀପାବଳି ଦିନ ଏମାନଙ୍କ ମଧ୍ୟରୁ କୌଣସି ଜନ୍ତୁ ଦେଖାଗଲେ ହାତ ଯୋଡି ପ୍ରଣାମ କରିବା ଦରକାର । ତା ସହିତ ମନୋସ୍କାମନା ମାଗିବା ଦ୍ଵାରା ବି ତାହା ପୂର୍ଣ୍ଣ ହୋଇଥାଏ ।