Kangana ଙ୍କ ପରେ Raveena Tondoan କହିଲେ bollywood ର କଳା କାରନାମା ବିଷୟରେ

ବଲୀଉଡର ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏହି ଦୁନିଆକୁ ଛାଡି ଯିବା ପରେ ବଲୀଉଡ ଇଣ୍ଡଷ୍ଟ୍ରିର କିଛି ଷ୍ଟାରମାନେ ସମସ୍ତଙ୍କ ସାମ୍ନାରେ ପକ୍ଷପାତର ବିରୋଧ କରୁଛନ୍ତି । କିଛି ଦିନ ହେବ ବଲୀଉଡର ଷ୍ଟାରମାନେ ହିଁ ବଲୀଉଡର ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ନେଇ ଆସିଛନ୍ତି । ଏହି ସବୁ ଷ୍ଟାରମାନେ ନିଜର ପର୍ସନାଳ ଲାଇଫରେ ଘଟି ଥିବା କିଛି ଘଟଣା ବିଷୟରେ କହିଛନ୍ତି କି ବଲୀଉଡକୁ ବାହାରୁ ଆସିଥିବା ଲୋକମାନଙ୍କ ସହ ବହୁତ ଖରାପ ବ୍ୟବହାର ହୋଇଥାଏ ।

ଏହି କ୍ରମରେ ଜଣା ଶୁଣା ଅଭିନେତ୍ରୀ ରବିନା ଟଣ୍ଡନ କହିଥିଲେ କି ବଲୀଉଡରେ ସଫଳତା ହାସଲ କରି ସାରିବା ପରେ ବି ତାଙ୍କୁ ବଲୀଉଡରେ କାମ କରିବା ପାଇଁ ବହୁତ ଷ୍ଟ୍ରଗଳ କରିବାକୁ ପଡିଥିଲା ।

ଏହିଭଳି ପ୍ରାୟତଃ ଦେଖିବାକୁ ମିଳୁଛି କି ପ୍ରତିଭାଶାଳୀ ଅଭିନେତ୍ରୀମାନଙ୍କୁ ବି ଲାଇମ ଲାଇଟରେ ଆସିବା ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ । ୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଥିବା ରବିନା ଟଣ୍ଡନ ନିଜର ଅଭିନୟ ଦମରେ ଆଜି ବି ଲୋକମାନଙ୍କ ହୃଦୟରେ ରାଜ କରୁଛନ୍ତି । ରବିନା ଟଣ୍ଡନ ୧୯୯୧ରେ ବଲୀଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେ ବଲୀଉଡକୁ ଗୋଟିଏ ପରେ ଗୋଟିଏ ବହୁତ ହିଟ ଫିଲ୍ମ ଦେଇଛନ୍ତି ।

ଏହା ମଧ୍ୟରେ ରବିନା ଟଣ୍ଡନ ଏକ ଇଣ୍ଟରଭିୟୁରେ କହିଥିଲେ କି ବଲୀଉଡରେ ତାଙ୍କର କେହି ବି Godfather ନ ଥିଲେ । ସେ କୌଣସି ବଲୀଉଡ କ୍ୟାମ୍ପର ଅଂସ ବି ନ ଥିଲେ । ସେ କେବେ ବି ଫିଲ୍ମରେ କାମ କରିବା ପାଇଁ ହିରୋ ସହ ଶୋଇବା ପାଇଁ ରାଜି ହୋଇ ନାହାନ୍ତି ଓ ନା ହିଁ ତାଙ୍କର ଅଫେୟାରର ଅଧିକ ଖବର ଶୁଣିବାକୁ ମିଳିଛି । ରବିନା ଟଣ୍ଡନ ଆଗକୁ କହିଲେ କି ତାଙ୍କୁ ପ୍ରାୟତଃ କେତେକ ଲୋକମାନେ ଖରାପ ବୋଲି କହିଛନ୍ତି କାରଣ ଅଭିନେତ୍ରୀ ନିଜ ସହିତ ହେଉଥିବା ଖରାପ ବ୍ୟବହାର ବିଷୟରେ ସବୁବେଳେ ସମସ୍ତଙ୍କ ସାମ୍ନାରେ କହୁଥିଲେ ।

ସେ ଆଗକୁ କହିଲେ କି ସେ ନିଜ ହିସାବରେ ନିଜର ଜୀବନ ବ୍ୟତୀତ କରିଛନ୍ତି । ନିଜ ଷ୍ଟ୍ରଗଳ ବିଷୟରେ କହି ରବୀନ ଟଣ୍ଡନ କହିଲେ କି ସେହି ସମୟରେ ବି ବଲୀଉଡରେ କିଛି ଦଲାଲ ଥିଲେ । ଏଥିରେ କିଛି ମିଡିଆର ଲୋକମାନେ ବି ଥିଲେ । ଏମାନେ ପ୍ରାୟତଃ ମୋର କ୍ୟାରିୟରକୁ ବର୍ବାଦ କରିବା ପାଇଁ ଚେଷ୍ଟା କରିଛନ୍ତି । ସେ ଆଗକୁ କହିଲେ କି ମୁଁ କେବେ ବି ନିଜ ନାଁରେ ଉଡୁଥିବା ଖବର ଉପରେ ଧ୍ୟାନ ଦେଇ ନାହିଁ । ମୋ ହାତରୁ କେବେ ବି କୌଣସି ଫିଲ୍ମ ଖସି ଯାଇ ନାହିଁ । କିନ୍ତୁ ବଦନାମ ହୋଇଛି । ମୋ ବିଷୟରେ ପ୍ରାୟତଃ ଖରାପ କଥା କୁହଯାଏ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।