ତୃତୀୟ ବିଶ୍ଵ ଯୁଦ୍ଧ ପାଇଁ ସତର୍କ କଲା ଜାତି ସଂଘ, ଏହି କାରଣ ପାଇଁ ଆମେରିକା ଚାଇନା ମଧ୍ୟରେ Critical Situation

ଆପଣମାନେ ଦ୍ଵିତୀୟ ବିଶ୍ୱ ଯୁଦ୍ଧର ବିଭୀଷିକା ବିଷୟରେ ଜାଣିଥିବେ । ସେତେବେଳେ କେହି ବି ଚିନ୍ତା କରି ନ ଥିଲେ କି ଦ୍ଵିତୀୟ ବିଶ୍ଵ ଯୁଦ୍ଧର କରୁଣ ବିଭୀଷିକା ଏମିତି ଏକ ବିପଦ ନେଇ ଆସିବ । କିଛି ଦେଶ ଚିନ୍ତା କରିଥିଲେ କି ସେମାନେ ଅନ୍ୟ ଦେଶ ଉପରେ ଆକ୍ରମଣ କରି ନିଜର ସ୍ଵାର୍ଥ ହାସଲ କରିବା ପରେ ସେମାନେ ଏହି ଯୁଧ୍ୟକୁ ବନ୍ଦ କରିଦେବେ । କିନ୍ତୁ ଏହି ଯୁଦ୍ଧରେ ସବୁ ଦେଶର ବହୁତ ବଡ଼ କ୍ଷତି ହେବ ବୋଲି କେହି ବି କଳ୍ପନା କରି ନ ଥିଲେ ।

ଏହି ଯୁଦ୍ଧରେ ସବୁ ଦେଶ ଗ୍ରୁପରେ ବାଣ୍ଟି ହୋଇଗଲେ । ଗୋଟିଏ ପଟେ କିଛି ଦେଶ ସାଙ୍ଗ ହୋଇଗଲେ ତ ଅନ୍ୟ ପଟେ କିଛି ଶତ୍ରୁ ଦେଶ ବି ଏକ ହୋଇଗଲେ । ଏମାନେ ପରସ୍ପର ମଧ୍ୟରେ ଏକ ବିରାଟ ବଡ ଯୁଦ୍ଧ କରି ବସିଲେ ଯାହାକୁ କି ଦ୍ଵିତୀୟ ବିଶ୍ଵ ଯୁଦ୍ଧ ବୋଲି କୁହାଯାଏ ।

ଏହି ଯୁଦ୍ଧ ବହୁତ ଦିନ ପର୍ଯ୍ୟନ୍ତ ଚାଲିଲା ଏବଂ ଏହି ଯୁଦ୍ଧରେ ପରମାଣୁ ବୋମାର ବି ବ୍ୟବହାର କରାଯାଇଥିଲା । ଏହି ବୋମାର ପ୍ରୟୋଗ ଫଳରେ ବିଭିନ୍ନ ଦେଶ ମାନଙ୍କର ବହୁତ କ୍ଷତି ହେଲା । ଯେଉଁଠାରେ ଏହି ବୋମା ପଡିଲା ସେହି ଦେଶର ଲୋକମାନେ ପୋକ ମାଛି ଭଳି ମୃତ୍ୟୁ ବରଣ କଲେ । ଏହି ଯୁଧ୍ୟରେ ଏତେ ଲୋକଙ୍କ ମୃତ୍ୟୁ ହେଲା କି ତାକୁ ଗଣନା କରି ହେଲା ନାହିଁ । ଏହି ଯୁଦ୍ଧରେ ସବୁ ଦେଶ ଜିତିବା ପାଇଁ ପ୍ରାଣ ପଣେ ଚେଷ୍ଟା କଲେ ଏବଂ ନିଜ ଦେଶର ରାଜ କୋସରୁ ସବୁ ଅର୍ଥ ଖର୍ଚ ବି କରିଦେଲେ ।

ଏହା ପରେ ନିଜ ଦେଶର ଲୋକମାନଙ୍କ ଚିକିତ୍ସା କିମ୍ବା ଦେଶର ଉନ୍ନତି ପାଇଁ ତାଙ୍କ ପାଖରେ ଅର୍ଥ ନ ଥିଲା । ଏହା ପରେ ଲୋକମାନେ ଭୋକ ଉପାସରେ ରାସ୍ତ ଘାଟରେ ମୃତ୍ୟୁ ବରଣ କରିବାକୁ ଲାଗିଲେ ଏବଂ ବିନା ପାଣି କିମ୍ବା ବିଷାକ୍ତ ପାଣି ପିଇ ମୃତ୍ୟୁ ବରଣ କଲେ । ଏହା ପରେ ବଞ୍ଚିଥିବା ଲୋକମାନେ ନିଜ ପରିବାରକୁ ବଞ୍ଚାଇବା ପାଇଁ କ୍ରାଇମର ରାସ୍ତା ଧରି ନେଲେ । ଏହା ଫଳରେ ଦେଶ ଭିତରେ ଅରାଜକତା ବହୁ ମାତ୍ରାରେ ସୃଷ୍ଟି ହେବାକୁ ଲାଗିଲା ।

ଲୋକମାନଙ୍କ ମଧ୍ୟରେ ସାଧାରଣ ଆବଶ୍ୟକତା ଯଥା ଖାଦ୍ୟ, ବସ୍ତ୍ର, ବାସଗୃହର ଅଭାବ ଦେଖାଦେଲା । ଏହା ପରେ କିଛି ଦେଶ ଏହିଭଳି ଯୁଦ୍ଧରୁ ବର୍ତ୍ତିବା ପାଇଁ ଏକ ସଂଘ ଗଠନ କରିଲେ । ଏହି ସଂଘ କୌଣସି ବି ଦେଶ ମଧ୍ୟରେ ଯଦି ଯୁଦ୍ଧର ସମ୍ଭାବନା ଆସିବ ତେବେ ଏମାନେ ତାକୁ ଏଡାଇ ଦେଵ ଏବଂ ଯୁଦ୍ଧ ନ କରିବା ପାଇଁ ଦେଶମାନଙ୍କୁ ଉଚିତ ପରାମର୍ଶ ଦେବେ । ଏହି ସଂଘକୁ ଜାତି ସଂଘ କୁହାଗଲା । ବର୍ତ୍ତମାନ ସମୟରେ ଏହି ଜାତିସଂଘର ମୁଖ୍ୟ ଅଛନ୍ତି António Guterres ।

ସେ ବର୍ତ୍ତମାନ ସମୟରେ ତୃତୀୟ ବିଶ୍ୱ ଯୁଦ୍ଧକୁ ନେଇ ଏକ ଆଶଙ୍କା ପ୍ରକାଶ କରିଛନ୍ତି ଅର୍ଥାତ ଏକ ସତର୍କ ବାଣୀ ଜାରି କରିଛନ୍ତି । ଆପଣମାନେ ଜାଣିଛନ୍ତି କି ଦ୍ଵିତୀୟ ବିଶ୍ୱଯୁଦ୍ଧର ମୁଖ୍ୟ କାରଣ କଣ ଥିଲା । ମୁଖ୍ୟ କାରଣ ଶୀତଳ ଯୁଧ୍ୟ । ଦେଶ ଦେଶ ମଧ୍ୟରେ ହେଉଥିବା ପ୍ରତିଦ୍ୱନ୍ଦିତାକୁ ହିଁ ଶୀତଳ ଯୁଦ୍ଧ କୁହାଯାଏ । ଏମିତିରେ ସେ କହିଲେ କି ବର୍ତ୍ତମାନ ସମୟରେ ଏକ ଶୀତଳ ଯୁଦ୍ଧ ଆମେରିକା ଓ ଚାଇନା ମଧ୍ୟରେ ଚାଲିଛି ।

ଯଦି ଏହାକୁ ନ ବନ୍ଦ କରାଯିବ ତେବେ ବିଶ୍ୱବାସୀ ତୃତୀୟ ବିଶ୍ୱ ଯୁଦ୍ଧ ନିଶ୍ଚିତ ଦେଖିବେ । ଏହା ଦ୍ୱାରା ପୁରା ପୃଥିବୀ ଧ୍ବଂସ ହୋଇଯିବ କାରଣ ବର୍ତ୍ତମାନ ସମୟରେ ସବୁ ଛୋଟ ବଡ ଦେଶ ମାନଙ୍କ ପାଖରେ ପରମାଣୁ ବୋମା ଅଛି । ଏହି ବୋମାର ନିକ୍ଷେପ ଦ୍ୱାରା ପୁରା ପୃଥିବୀର ବହୁତ କ୍ଷତି ହେବ । ଏଥିପାଇଁ ଜାତିସଂଘର ମୁଖ୍ୟ António Guterres ତୃତୀୟ ବିଶ୍ୱ ଯୁଦ୍ଧର ଆଶଙ୍କା ପ୍ରକାଶ କରିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।