IPL 2020- KL Rahul ଙ୍କ 2ଟି କ୍ୟାଚ ଡ୍ରପ କରିବା ପରେ Kohli କହିଲେ ଆଜି…

RCB ର କ୍ୟାପଟେନ ବିରାଟ କୋହଲି ଜଣେ ଚମତ୍କାର ଫିଲ୍ଡର ଅଟନ୍ତି । ନିଜ ଫିଲଡିଂ ଦ୍ଵାରା ସେ ମଇଦାନ ରେ ଗୋଟେ ଷ୍ଟାଣ୍ଡରେ ସେଟ କରନ୍ତି କିନ୍ତୁ ଗୁରୁବାର ଦିନ ଆଇପିଏଲ ୨୦୨୦ ର ମୁକାବିଲାରେ କିଙ୍ଗସ ୧୧ ପଞ୍ଜାବ ବିରୁଦ୍ଧରେ ମଇଦାନରେ ତାଙ୍କର ଦିନ ଭଲ ରହିନଥିଲା । ଏବଂ ମ୍ୟାଚ ପରେ ସେ ନିଜେ ଏହାକୁ ସ୍ୱୀକାର କରିଛନ୍ତି । ବିରାଟ କୋହଲି କିଙ୍ଗସ ୧୧ ପଞ୍ଜାବ ର କ୍ୟାପଟେନ କେ ଆର ରାହୁଲ ଙ୍କ କାଲି ୨ ଟି କ୍ୟାଚ ଛାଡିଦେଇଥିଲେ ।

ବିରାଟ କୋହଲି ପ୍ରଥମ କ୍ୟାଚ ସେତେବେଳେ ଛାଡିଥିଲେ ଯେତେବେଳେ ରାହୁଲ ୮୩ ରନ କରିଥିଲେ । ଏବଂ ଦୁତିୟ ଥର ସେତେବେଳେ ଛାଡିଥିଲେ ଯେତେବେଳେ ରାହୁଲ ୮୯ ରନ ରେ ଖେଳୁଥିଲେ । ରାହୁଲ ଏହାର ପୁରା ଫାଇଦା ଉଠାଇଥିଲେ ଏବଂ ୧୩୨ ରନ କରିଥିଲେ । ରାହୁଲ ଙ୍କ ପାଇଁ ତାଙ୍କ ଟିମ ୨୦ ଓଭର ରେ ୨୦୬ ରନ କରିଥିଲେ ।

ଯାହାକି କେହି ଭାବିନଥିଲେ କାରଣ ୧୬ ଓଭର ପରେ କିଙ୍ଗ ୧୧ ପଞ୍ଜାବ ର ସ୍କୋର ୧୩୨ ଥିଲା ଏବଂ ପଞ୍ଜାବ ଶେଷ ୪ ଓଭରରେ ୭୪ ରନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ମଇଦାନ ରେ ନିଜର ଖରାବ ଦିନକୁ ନେଇ କୋହଲି ନିଜେ ମଧ୍ୟ ବହୁତ ନିରାଶ ହୋଇଥିଲେ । ମ୍ୟାଚ ପରେ କୋହଲି କହିଲେ ଆଜି ମଇଦାନରେ ମୋର ଦିନ ଭଲ ନଥିଲା । ୨ ଟି କ୍ୟାଚ ଛାଡିବାପରେ ଆମକୁ ୪୦ ରୁ ୪୫ ରନ ର କ୍ଷତି ହେଲା ।

ଯଦି ଆମେ ତାଙ୍କୁ ୧୮୦ ପାଖାପାଖି ଅଟକାଇ ଦେଇଥାନ୍ତୁ ତେବେ ଲକ୍ଷ ପୁରଣ କରିବାକୁ ଆମକୁ ପ୍ରଥମ ବଲରୁ ହିଁ ଚାପ ପଡିନଥାନ୍ତା । ଆମେ ଜାଣିଛୁ ଆମେ କଣ ଭୁଲ କଲୁ । ମତେ ଆଗକୁ ବଢିକି ସବୁ ସମ୍ଭାଳିବାକୁ ହେବ । ଏବଂ କହିବାକୁ ହେବ କି ମୋତେ ସେହି ୨ ଟି କ୍ୟାଚ ନେବାର ଥିଲା । କ୍ରିକେଟ ମଇଦାନରେ ଏମିତି ବହୁତ ଥର ହୋଇଥାଏ ।

ଯେତେବେଳେ ତୁମ ପକ୍ଷରେ କିଛି ଯାଇନାହିଁ କିନ୍ତୁ ଆମକୁ ତାକୁ ମନିବା ଦରକାର । ଆମ ପାଇଁ ଗୋଟେ ମ୍ୟାଚ ଭଲ ଥିଲା ଆଊ ଗୋଟେ ମ୍ୟାଚ ଖରାପ । ଆମକୁ ଆଗକୁ ବଢ଼ିବା ଦରକାର । ଫିଲ୍ଡିଂ ପରେ ବିରାଟ କୋହଲି କାଲି ବ୍ୟାଟିଂ ରେ ବି କିଛି ଖାସ କରିନଥିଲେ । ୧ ରନ କରି କ୍ୟାଚ ଆଉଟ ହୋଇଯାଇଥିଲେ । RCB ର ପୁରା ଟିମ ୧୭ ଓଭର ରେ ୧୦୯ ରନ କରି ଅଲ ଆଉଟ ହୋଇଯାଇଥିଲେ । ଏବଂ କିଙ୍ଗସ ୧୧ ପଞ୍ଜାବ ଟିମ ୭୮ ରନ ରୁ ଜିତିଯାଇଥିଲେ । କେ ଆର ରାହୁଲ ମ୍ୟାନ ଅଫ ଦ ମ୍ୟାଚ ହେଲେ ।

ଆଜି ପାଇଁ ଏତିକି ଆଗକୁ କ୍ରିକେଟ ଖବର ଜାଣିବା ପାଇଁ ଆମକୁ ଲାଇକ କରନ୍ତୁ ଏବଂ ନିଜର ମତାମତ କମ୍ମେନ୍ଟ ରେ ଜଣାନ୍ତୁ ।