ଗୋଟିଏ ମଶା ପାଇଁ ପାଖାପାଖି ଆସିଥିଲେ ରଣବୀର – ଦୀପିକା, ଏମିତି ହୋଇଥିଲା ତାଙ୍କ ଭଲ ପାଇବାର ଆରମ୍ଭ

ବଲୀଉଡରେ ନୂଆ ବିବାହିତ ଯୋଡି ଅଭିନେତ୍ରୀ ଦୀପିକା ପାଦୁକୋଣ ଏବଂ ଅଭିନେତା ରଣବୀର ସିଂହ ଏବେକା ସମୟର ସବୁଠୁ ରୋମାନ୍ଟିକ ଯୋଡି ଅଟନ୍ତି । ଏମାନେ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି । ବର୍ତ୍ତମାନ ଏମାନେ ବ୍ୱୟଫ୍ରେଂଡ ଏବଂ ଗର୍ଲଫ୍ରେଂଡରୁ ସ୍ଵାମୀ ସ୍ତ୍ରୀ ହୋଇଯାଇଛନ୍ତି । ଏମାନଙ୍କର ପ୍ରଥମ ଦେଖା ୨୦୧୧ରେ ହୋଇଥିଲା । କିନ୍ତୁ ବନ୍ଧୁତା, ରାମ – ଲୀଲା ଫିଲ୍ମରୁ ଆରମ୍ଭ ହୋଇଥିଲା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବ କି ମାତ୍ର ଗୋଟିଏ ମଶା ପାଇଁ ସେମାନେ ପାଖାପାଖି ହୋଇଥିଲେ, ୬ ବର୍ଷ ପର୍ଯ୍ୟନ୍ତ ଭଲ ପାଇବା ପରେ ସେମାନେ ବାହା ହେବା ପାଇଁ ନିଷ୍ପତି ନେଇଥିଲେ ।

ଗୋଟିଏ ମଶା ପାଇଁ ପାଖାପାଖି ଆସିଥିଲେ ରଣବୀର – ଦୀପିକା

ଫିଲ୍ମ ସିମ୍ବାର ପ୍ରମୋଶନ ସମୟରେ ରଣବୀର କହିଲେ କି ବର୍ଷ ୨୦୧୨ରୁ ରଣବୀର ଦୀପିକାଙ୍କର ସବୁ ଫିଲ୍ମ ସେଟରେ ପହଞ୍ଚି ଯାଉଥିଲେ । ବର୍ଷ ୨୦୧୧ରେ ପ୍ରଥମେ ରଣବୀର ଦୀପିକାଙ୍କୁ ଏକ ହୋଟେଲରେ ଦେଖିଥିଲେ । ଏହା ପରେ ସେ ଏକ ଆୱାର୍ଡ ଫଙ୍କସନ ରେ ତାଙ୍କୁ ଦେଖିଥିଲେ ଏବଂ ସେ ତାଙ୍କୁ ମନରେ ମନରେ ହିଁ ଭଲ ପାଉଥିଲେ ଏବଂ ତାଙ୍କ ସହିତ ବନ୍ଧୁତ୍ବ କରିବା ପାଇଁ ମଧ୍ୟ ଚେଷ୍ଟା କରୁଥିଲେ । ଏହା ପରେ ସେମାନେ ୨୦୧୨ରେ ରାମ ଲୀଲା ଫିଲ୍ମରୁ ବହୁତ ପାଖାପାଖି ଆସିଥିଲେ । ଏହା ପରେ ତାଙ୍କର ଭଲ ପାଇବା ଆରମ୍ଭ ହୋଇଯାଇଥିଲା ।

ଏମିତି କୁହାଯାଉଛି କି ଥରେ ରଣବୀରଙ୍କୁ ଡେଙ୍ଗୁ ହୋଇଥିଲା । ସେଥିପାଇଁ ସେ ହସ୍ପିଟାଲରେ କିଛି ସମୟ ପାଇଁ ଆଡମିଟ ହୋଇଥିଲେ । ହସ୍ପିଟାଲରେ ଦୀପିକା ସବୁଦିନ ସକାଳେ – ସନ୍ଧ୍ୟାରେ ତାଙ୍କୁ ଦେଖିବା ପାଇଁ ଆସୁଥିଲେ । ଏହି ସମୟରେ ହିଁ ଧୀରେ ଧୀରେ ସେମାନେ ପରସ୍ପରର ଆହୁରି ଅଧିକ ନିକଟତର ହୋଇଯାଇଥିଲେ ଏବଂ ଧୀରେ ଧୀରେ ଏମାନଙ୍କର ଭଲ ପାଇବା ବଢିଗଲା ।

ନଭେମ୍ବରରେ କରିଲେ ବିବାହ

ରଣବୀର ଏବଂ ଦୀପିକା ବାଜୀରାୱ ମସ୍ତାନୀ ଏବଂ ପଦ୍ମାବତ ଭଳି ସୁପରହିଟ ଫିଲ୍ମ କରିଛନ୍ତି । ଏମାନଙ୍କର ଯୋଡିକୁ ଦର୍ଶକମାନେ ଏବଂ ଘର ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହା ପରେ ବର୍ଷ ୨୦୧୮ର ୧୪ ନଭେମ୍ବରରେ କୋଂକଣ ଏବଂ ୧୫ ସିଂଧୀ ପରମ୍ପରା ଅନୁସାରେ ଦୁଇଜଣ ବିବାହ କରିଥିଲେ । ଏହା ପରେ ସେମାନେ ୫ ଟି ରିସେପ୍ଶନ ଦେଇଥିଲେ ଏବଂ ହନିମୁନ ପାଇଁ ଶ୍ରୀଲଙ୍କା ମଧ୍ୟ ଯାଇଥିଲେ । ରଣବୀର ଏବଂ ଦୀପିକା ଇଟଲୀର ଲେକ କୋମୋରେ ବାହା ହୋଇଥିଲେ ଏବଂ ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ରିସେପ୍ଶନ ପାର୍ଟି ଦେଇଥିଲେ । ଯେଉଁଥିରେ ବଡ ବଡ ଷ୍ଟାରମାନେ ମଧ୍ୟ ଆସିଥିଲେ ।

ଯଦି ଆପଣ ବି ରଣବିର ଓ ଦୀପିକାଙ୍କ ଫ୍ୟାନ ତେବେ ସେମାନଙ୍କ ଏହି ଲଭ ଷ୍ଟୋରି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରିବେ ଓ ଏହିଭଳି ବଲୀଉଡ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ।