ଯେତେବେଳେ ବୁମରାଙ୍କ ପାଖରେ ଜୋତା କିଣିବା ପାଇଁ ମଧ୍ୟ ନ ଥିଲା ଟଙ୍କା, ପୂର୍ବ ଦିନଗୁଡିକୁ ମନେ ପକାଇ ଭାବୁକ ହୋଇଗଲେ ମା’, କହିଲେ…

ଟିମ ଇଣ୍ଡିଆର ଜଣା ଶୁଣା ବୋଲର ଜସପ୍ରୀତ ବୁମରା, ଯାହାଙ୍କୁ ଡେଥ ଓଭର ସ୍ପେଶାଲିସ୍ଟ ବି କୁହାଯାଏ ଓ ତାଙ୍କର ମା’ ଗୋଟିଏ ଭିଡିଓ ଦ୍ଵାରା ନିଜର ଅତୀତକୁ ମନେ ପକାଇଲେ । ଜସପ୍ରୀତ ବୁମରା ଓ ତାଙ୍କର ମା’ ନିଜର ଅତୀତକୁ ମନେ ପକାଇ ବହୁତ ଭାବୁକ ହୋଇଗଲେ ଓ ଏହି ସମୟରେ ତାଙ୍କ ଆଖିରୁ ଲୁହ ବି ଚାଲି ଆସିଲା । ଜସପ୍ରୀତ ବୁମରା ଓ ତାଙ୍କ ମା’ଙ୍କର ଏହି ଭିଡିଓ ଆଇପିଏଲ ର ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ନିଜର ଅଫିଶଲ ଟ୍ଵିଟର ହ୍ୟାଣ୍ଡେଲ ରେ ଶେୟାର କରିଛନ୍ତି ।

ବୁମରାଙ୍କର ମା’ ଦଲଜୀତ କୁହନ୍ତି କି ମୁଁ ଯେତେବେଳେ ଦିନରେ ଶୋଇଥିଲି, ବୁମରା ମୋତେ ବହୁତ ହଇରାଣ କରୁଥିଲା । ବୁମରା ବଲ ପକାଇ ପକାଇ ମୋତେ ନିଦରୁ ଉଠାଇ ଦେଉଥିଲା ।

ଯେତେବେଳେ ବୁମରା ୫ ବର୍ଷର ଥିଲା ସେତେବେଳେ ତା’ର ପିତାଙ୍କର ମୁର୍ତ୍ୟୁ ହୋଇଗଲା । ଏହା ପରେ ତାଙ୍କୁ ବହୁତ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିଲା । ବୁମରା କୁହନ୍ତି କି ମୋ ପାଖରେ କେବଳ ଗୋଟିଏ ହଳ ଜୋତା ଥିଲା ଓ କେବଳ ଗୋଟିଏ ହିଁ ଟୀ-ଶର୍ଟ ଥିଲା । ଯାହାକୁ ମୁଁ ସବୁଦିନ ଧୋଇ କରି ପିନ୍ଧୁଥିଲି ।

ମୁମ୍ବାଇ ଇଣ୍ଡିଆନ୍ସର ଫ୍ରାଞ୍ଚାଇଜର ମାଲିକ ନିତା ଅମ୍ବାନୀ ଲଣ୍ଡନରେ ହେଉଥିବା ସ୍ପୋର୍ଟ୍ସ ସମିଟରେ ୱାର୍ଲ୍ଡର ନମ୍ବର ୧ ବୋଲର ଜସମୀତ ବୁମରାଙ୍କର କାହାଣୀକୁ ଶେୟାର କରିଥିଲେ । ଜସମୀତ ବୁମରାଙ୍କ ସହିତ ନିତା ବି କହିଲେ କି ଗତ ୧୦ ବର୍ଷରେ ମୁମ୍ବାଇ ଇଣ୍ଡିଆନ୍ସ କେତେକ ଯୁବ ଖେଳାଳିଙ୍କୁ ଟିମରୁ ବାହାର କରିଛି ଓ ବୁମରା ୨୦୧୩ ରୁ ଟିମ ପାଇଁ ଖେଳୁଛନ୍ତି ।

ଜସମୀତ ବୁମରାଙ୍କର ମା କୁହନ୍ତି କି ଯେତେବେଳେ ସେ ପ୍ରଥମ ଥର ଆଇପିଏଲ ମ୍ୟାଚରେ ବୁମରାଙ୍କୁ ଟିଭିରେ ଖେଳୁଥିବାର ଦେଖିଲେ ତେବେ ତାଙ୍କ ଆଖିରୁ ଲୁହ ଝଋ ପଡିଲା । ଦଲଜିତଙ୍କ ଅନୁସାରେ ଜସପ୍ରୀତ ପିଲାଦିନୁ ହିଁ ମୋତେ ଆର୍ଥିକ ଓ ଶାରୀରିକ ରୂପରେ ସଂଘର୍ଷ କରୁଥିବାର ଦେଖିଛି । ଏହା ପରେ ବୁମରା କହିଲେ କି ଏହିଭଳି ଖରାପ ସମୟ ହିଁ ବ୍ୟକ୍ତିକୁ ମଜବୁତ କରିଥାଏ ।

ବୁମରାଙ୍କର ଜୀବନର ଏକ କାହାଣୀ ବିଷୟରେ ତାଙ୍କର ମା’ କହିଲେ କି ଥରେ ନାଇକ ସ୍ଟୋରକୁ ଜୋତା କିଣିବା ପାଇଁ ସେମାନେ ଯାଇଥିଲେ କିନ୍ତୁ ତାଙ୍କ ପାଖରେ ଟଙ୍କା ନ ଥିଲା । ଏହା କହି ବୁମରାଙ୍କ ମା’ଙ୍କ ଆଖିରେ ଲୁହ ଚାଲି ଆସିଲା ଓ ସେ କହିଲେ କି ବୁମରା ବହୁତ ଆଶାରେ ସେହି ନାଇକ ଜୋତାକୁ ଦେଖୁଥିଲା ଓ କହିଲା କି ଦିନେ ସେ ସେହି ଜୋତାକୁ ନିଶ୍ଚିତ କିଣିବ ଓ ଆଜି ତା’ ପାଖରେ ବହୁତ ଗୁଡିଏ ଜୋତା ଅଛି ।

ଆଶାକରୁଛୁ ଏହି ଲେଖାଟି ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ବୁମରାଙ୍କ ପାଇଁ ଗୋଟେ ସେଆର କରନ୍ତୁ । ଆଗକୁ ଏମିତି ଅନେକ ପ୍ରେରଣାଦାୟକ ଲେଖାଗୁଡିକ ପାଇଁ ଓଡିଆ ଫାଷ୍ଟ ପେଜକୁ ଏବେହିଁ ଲାଇକ କରନ୍ତୁ । ଧନ୍ୟବାଦ ।