ଆଜି ବହୁତ ହ୍ୟାଣ୍ଡସମ ହେଇ ଯାଇଛନ୍ତି TV ସିରିଏଲ “ବାଳିକା ବଧୂ” ର ଜଗ୍ୟା, ଦେଖନ୍ତୁ ତାଙ୍କର ପୁରା ପରିବାର

୨୦୦୮ ମଶିହାରେ କଲର୍ସ ଚ୍ଯାନେଲରେ ଆସିଥିବା ଟିଭି ଧାରାବାହିକ ‘ବାଲିକା ବଧୂ’ ତ ଆପଣଙ୍କର ନିଶ୍ଚୟ ମନେ ଥିବ । ବାଲ୍ୟ ବିବାହ ଉପରେ ଆଧାରିତ ଥିଲା ଏହି ଟିଭି ଶୋ । ଲୋକମାନେ ଏହି ଧାରାବାହିକକୁ ଖୁବ ପସନ୍ଦ କରିଥିଲେ ଓ ଏହି ଶୋ ର ଏକ ମୁଖ୍ୟ ଚରିତ୍ର ଯଜ୍ଞା ମଧ୍ୟ ଘରେ ଘରେ ନିଜ ପରିଚୟ ସୃଷ୍ଟି କରି ସାରିଥିଲେ ।

ଯଜ୍ଞାଙ୍କ ଅସଲ ନାମ ହେଉଛି ଅବିନାଶ ମୁଖାର୍ଜୀ । ସେ ଏହି ଶୋ ରେ ଯଜ୍ଞା ଭାବେ ବହୁତ ଖାସ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ଏବେ ସେହି ଯଜ୍ଞା ବଡ ହୋଇ ଯାଇଛନ୍ତି ଓ ଖୁବ ସ୍ମାର୍ଟ ମଧ୍ୟ ଲାଗୁଛନ୍ତି । ୧ ଅଗଷ୍ଟ ୧୯୯୭ ମସିହାରେ ଜନ୍ମ ହୋଇଥିଲେ ଅବିନାଶ ଓ ସେ ଦିଲ୍ଲୀର ବାସିନ୍ଦା ଅଟନ୍ତି । ସେ ଦିଲ୍ଲୀର ସେକ ନୋଏଡାରୁ ନିଜ ପାଠପଢା ଶେଷ କରିଛନ୍ତି । ଅବିନାଶ ଜଣେ ବଙ୍ଗାଳୀ ପରିବାରରୁ ଆସନ୍ତି । ଅବିନାଶଙ୍କ ପିତା ତାଙ୍କୁ ଜଣେ ଅଭିନେତା ବନାଇବାକୁ ଚାହୁଁଥିଲେ ।

ସେଥିପାଇଁ ସେ ଦିଲ୍ଲୀରୁ ମୁମ୍ବାଇ ଆସିଥିଲେ । ମାତ୍ର ୬ ବର୍ଷ ବଯସର ହୋଇଥିବା ବେଳେ ଅବିନାଶ ବାଲାଜୀ ତଥା ଏକତା କପୁରଙ୍କ ସେଟକୁ ଆସିଥିଲେ । ଟିଭି ଶୋ ବାଲିକା ବଧୂରେ ଜଗଦୀଶ ଅର୍ଥାତ ଯଜ୍ଞା ଚରିତ୍ରରେ ଅଭିନୟ କରିଥିବା ଅବିନାଶ ମୁଖାର୍ଜୀ ସେହି ଚରିତ୍ରରୁ ଖୁବ ଭଲ ଭାବେ ତୁଲାଇଥିଲେ । ଏହି କାରଣରୁ ଲୋକେ ଆଜି ମଧ୍ୟ ତାଙ୍କୁ ମନେ ପକାନ୍ତି । ସେହି ସମୟରେ ଅବିନାଶଙ୍କ ବୟସ ମାତ୍ର ୧୧ ବର୍ଷ ଥିଲା ।

ବାଲିକା ବଧୂରେ କାମ କରିବା ପରେ ଅବିନାଶ ଅନେକ ବର୍ଷ ଧରି ଟିଭି ଦୁନିଆରୁ ଦୂରେଇ ରହିଥିଲେ । ୨୦୧୨ ମସିହାରେ ଧାରାବାହିକ ‘ଗୁମରାହ’ ରୁ ଅବିନାଶ ପୁଣି ଠାରେ ଛୋଟ ପରଦାରେ ପାଦ ରଖିଥିଲେ । ସେ ‘ପ୍ୟାର ତୁନେ କ୍ଯା କିୟା’ ଟିଭି ସିରିଜରେ ମଧ୍ୟ ଅଭିନୟ କରିଥିଲେ । ଏହାପରେ ଅବିନାଶ ଧାରାବାହିକ ‘ସଂସ୍କାର’ ଓ ‘ଇତନା କରୋନା ମୁଝେ ପ୍ୟାର’ ରେ ମଧ୍ୟ କାମ କରି ସାରିଛନ୍ତି ।

ଧାରାବାହିକ ବାଲିକା ବଧୂ ପାଇଁ ଅବିନାଶଙ୍କୁ ୨୦୦୯ ଓ ୨୦୧୦ରେ ‘ବେଷ୍ଟ ଚାଇଲ୍ଡ ଆକ୍ଟର’ ଆୱାର୍ଡ ମଧ୍ୟ ପ୍ରାପ୍ତ ହୋଇଥିଲା । ବାଲିକା ବଧୂ ର ସେହି ଛୋଟ ଯଜ୍ଞା ଏବେ ଖୁବ ବଡ ହୋଇ ଯାଇଛନ୍ତି । ଅବିନାଶ ମୁଖାର୍ଜୀ ଆଜି ୨୪ ବର୍ଷ ବୟସର ହୋଇ ଯାଇଛନ୍ତି । ଏତେ ବର୍ଷ ପରେ ଅବିନାଶଙ୍କ ଲୁକ ବହୁତ ବଦଳି ଯାଇଛି ।

ନିକଟରେ ଅବିନାଶ ନିଜର କିଛି ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଜିମରେ ବଡି ବନାଉଥିବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଅବିନାଶ କଲର୍ସ ଚ୍ଯାନେଲର ଆଉ ଏକ ଲୋକପ୍ରିୟ ଧାରାବାହିକ ‘ସାସୁରାଲ ସିମର କା ସିଜିନ- ୨’ ରେ ଅଭିନୟ କରୁଛନ୍ତି । ଏହି ଧାରାବାହିକରେ ମଧ୍ୟ ଲୋକେ ତାଙ୍କୁ ଖୁବ ପସନ୍ଦ କରୁଛନ୍ତି । ତେବେ ଧାରାବାହିକ ବାଲିକା ବଧୂରେ ଆପଣଙ୍କୁ କାହାର ଚରିତ୍ର ଖୁବ ପସନ୍ଦ ହୋଇଥିଲା ଆମକୁ କାମେଣ୍ଟ କରି ଜଣାଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।