କ୍ୟାମେରାରେ ରେକର୍ଡ ହେଇଗଲା କିଛି ଏମିତି ଆଶ୍ଚର୍ଯ୍ୟ ଜନକ ଘଟଣା, ନହେଲେ ଆପଣ ବିଶ୍ଵାସ ବି କରି ନ ଥାନ୍ତେ, ଦେଖନ୍ତୁ ଏହି Shocking ଭାଇରାଲ Video

ଆଜିର ଟେକ୍ନୋଲୋଜି ସମୟରେ ଦୁନିଆରେ କେଉଁଠାରେ କଣ ଘଟୁଛି ତାହା ମୂହୁର୍ତ୍ତକେ ଜାଣିବା ଖୁବ ସହଜ ହୋଇ ଗଲାଣି । କିଛି ଭିଡିଓ ମାଧ୍ୟମରେ ଆମେ ସେ ଘଟଣା ଗୁଡିକୁ ଜାଣିବା ସହ ଦେଖି ମଧ୍ୟ ପାରୁଛୁ ।

ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାନ୍ତି ସିସିଟିଭି କ୍ୟାମେରା ଓ ଇଣ୍ଟରନେଟ । ଅନେକ ସମୟରେ ଏହି କ୍ୟାମେରାରେ କିଛି ଏଭଳି ଘଟଣା ବା କାଣ୍ଡ ରେକର୍ଡ ହୋଇଯାଏ ଯାହା ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଉ । ଆଜି ଆମେ ଆପଣଙ୍କ ପାଇଁ ସେହିପରି କିଛି ଘଟଣା ନେଇ ଆସିଛୁ । ଏହି ଭୟଙ୍କର ଘଟଣା ହେଉଛି ରୋମାନିଆର ପ୍ରିଡିଲ ସହରର । ସେଠାରେ ଏକ ସ୍କିମ ରିଶୋର୍ଟରେ କିଛି ଲୋକ ଚେୟାର ଲିଫ୍ଟରେ ବସି ଉପରେ ଉଡି ରିଶୋର୍ଟର ମଜା ଉଠାଉଥିଲେ ।

ସେହି ସମୟରେ ସେମାନେ ଦେଖିବାକୁ ପାଇଥିଲେ କି ଜଣେ ବ୍ୟକ୍ତି ତଳେ ପାହାଡରେ ବରଫ ଉପରେ ସ୍କିମ କରୁଛି ଓ  ତା ପଛରେ ଦ୍ରୁତ ଗତିରେ ଏକ ବ୍ରାଉନ ବିୟର (ଭାଲୁ) ତା ପଛରେ ପଡି ଯାଇଛି । ଏହିପରି ଏକ ଭୟଙ୍କର ଘଟଣା ଦେଖି ଉପରେ ସବାରିରେ ଯାଉଥିବା କିଛି ଲୋକ ତାକୁ କହିଥିଲେ କି ଅଅଛକୁ ନ ଦେଖି ତେଜରେ ଆଗକୁ ଭାଗିବାକୁ । ଏବେ ବରଫରେ ସ୍କିମ କରୁଥିବା ଲୋକକୁ ମଧ୍ୟ ତା ପଛରେ ଗୋଡାଉଥିବା ଭାଲୁର ଆଭାସ ହୋଇ ଯାଇଥିଲା।

କିନ୍ତୁ ସେଠାରେ ଚେୟାର ଲିଫ୍ଟରେ ଯାଉଥିବା ଜଣେ ବ୍ୟକ୍ତି ଭାଲୁର ଧ୍ୟାନ ଭଟକାଇବା ପାଇଁ ନିଜ ବ୍ୟାଗ ତଳେ ଫୋପାଡି ଦେଇଥିଲେ ଓ ଭାଗ୍ୟବଶତଃ ତାଙ୍କର ଏହି ଟ୍ରିକ କାମ କରି ଯାଇଥିଲା । ଭାଲୁ ସେ ଲୋକର ପିଛା ଛାଡି ବ୍ୟାଗ ପାଖେ ଅଟକି ଯାଇଥିଲା ଓ ଆଗକୁ ଭାଗି ପଳାଇବାକୁ ମଧ୍ୟ ସେ ବ୍ୟକ୍ତିଙ୍କୁ ଯଥେଷ୍ଟ ସମୟ ମିଳି ଯାଇଥିଲା। ଆଉ ଏକ ଭୟଙ୍କର ଭିଡିଓରେ ଦେଖନ୍ତୁ ଜଣେ ସ୍ଵିଡିଶ ଅଭିନେତ୍ରୀଙ୍କ ହଲକ କେମିତି ଶୁଖି ଯାଇଥିଲା ।

ସ୍ଵିଡେନରେ ‘ଦି ପ୍ରିସନର୍ସ ଅଫ ଦି ଫୋର୍ଟ’ ନାମକ ଶୋରେ TRP ପାଇଁ ଜଣେ ସ୍ଵିଡିଶ ଫ୍ୟାସନ ମଡେଲ ଓ ଟେଲିଭିଜନ ପର୍ସନାଲିଟି ଗୁନିଲା ପର୍ସୋନଙ୍କୁ ଏକ ଜାଲି ଦିଆ ଗାଡି ଭିତରେ ବସେଇ ଭୋକିଲା ବାଘଙ୍କ ମଧ୍ୟରେ ଟାସ୍କ ପୂରଣ କରିବାକୁ ଛାଡିଦେଲେ । ସେଠାରେ ଗୋଟିଏ ବାଘ ତାଙ୍କ ପଛରେ ପଡି ଯାଇଥିଲା । ଯାହାର ହରକତ ଦେଖି ସେ ଅଭିନେତ୍ରୀ ଜଣଙ୍କ ଭୀଷଣ ଡରି ଯାଇଥିଲେ । ଏପରି ଶୋ ରେ ଭାଗ ନେବାର ପଶ୍ଚାତାପ ଓ ଭୟ ଆପଣ ସେହି ଅଭିନେତ୍ରୀଙ୍କ ମୁହଁରେ ପରିଷ୍କାର ଭାବେ ଦେଖି ପାରୁଥିବେ ।

ଆପଣ ଇଂରାଜୀରେ ସେହି ଉକ୍ତିଟି ନିଶ୍ଚୟ ଶୁଣିଥିବେ କି ସବୁ କୁକୁରର ଗୋଟିଏ ଦିନ ଆସେ (every dog has a day) । କିନ୍ତୁ ଫେବୃୟାରୀ ୨୦୨୧ରେ କର୍ଣ୍ଣାଟକର ବିଲିନେଲେ ଗାଁରେ ଘଟିଥିବା ଏକ ଘଟଣା ଏହାକୁ ସଠିକ ସାବ୍ୟସ୍ତ କରି ଦେଇଥିଲା ।

ଗୋଟେ ଚିତାବାଘ, କୁକୁରର ପିଛା କରି ଆସି ଫର୍ମ ହାଉସରେ ପଶି ଯାଇଥିଲା । ବାଥରୁମକୁ ବାହାର ପଟୁ ତଳ ପକାଇ ବନବିଭାଗକୁ ସୂଚନା ଦିଆଯାଇଥିଲା ଓ ତାକୁ ଉଦ୍ଧାର କରିବା ପାଇଁ ପ୍ରାୟ ୯ ଘଣ୍ଟା ସମୟ ଲାଗି ଯାଇଥିଲା ।

କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ସମୟ ଡରି ଯାଇଥିବା କୁକୁର ସହ ଚିତାବାଘ ବାଥରୁମରେ ଥିଲେ ମଧ୍ୟ ତାର ଟିକେ ହେଲେ କ୍ଷତି କରି ନ ଥିଲା । ତେବେ ଏତେ ପ୍ରୟାସ କରିବା ପରେ ମଧ୍ୟ ଚିତାବାଘ ଖସି ପଳାଇଥିଲା ଓ କୁକୁରକୁ ଜୀବିତ ଉଦ୍ଧାର କରାଯାଇ ଥିଲା । ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, ସେୟାର ଓ କମେଣ୍ଟ କରନ୍ତୁ ।