ଟ୍ୟାକ୍ସି ଡ୍ରାଇଭର ଠୁ ନେଇ ହଲିଉଡ ପର୍ଯ୍ୟନ୍ତ ଯାତ୍ରା, ଏମିତି ନିଜ ନାଁ କରିଥିଲେ ରଣଦୀପ ହୁଡ୍ଡା

ବଲିଉଡରେ ଏମିତି ବହୁତ ଅଭିନେତ୍ରୀ ଓ ଅଭିନେତା ଅଛନ୍ତି ଯେଉଁମାନେ ନିଜ ଜୀବନରେ ବହୁତ କଷ୍ଟ କରିଛନ୍ତି । ସେମାନେ ସବୁବେଳେ ଉଚ୍ଚତାରେ ଫହଞ୍ଚିବା ପାଇଁ ବହୁତ ପ୍ରକାରର ଚେଷ୍ଟା କରିଥାନ୍ତି । ଏହା ଛଡା ବଲୀଉଡରେ ଏମିତି ବି କିଛି କଳାକାର ଅଛନ୍ତି ଯେଉଁମାନେ ବହୁତ ଅଳ୍ପ ଦିନ ମଧ୍ୟରେ ବଲୀଉଡରେ ଏକ ସଫଳ କଳାକାର ରୂପରେ ପ୍ରତିଷ୍ଠିତ ହୋଇଛନ୍ତି । ସେହି ସମସ୍ତ କଳାକାରମାନଙ୍କ ମଧ୍ୟରେ ରଣଦୀପ ହୁଡ୍ଡାଙ୍କ ନାମ ବି ସାମିଲ ଅଛନ୍ତି ।

ରଣଦୀପ ହୁଡ୍ଡାବଲୀଉଡର ଜଣେ ପ୍ରସିଦ୍ଧ ଅଭିନେତା ଅଟନ୍ତି । ସେ ନିଜର ଚାହାଣି ଦ୍ୱାରା କଥା କୁହନ୍ତି । ସେ କିଛି ନ କହି ବି ବହୁତ କିଛି କହି ଦିଅନ୍ତି । ବଲିଉଡରେ ରଣଦୀପ ହୁଡ୍ଡାଙ୍କୁ ଜଣେ ନାଚୁରାଲ ଅଭିନେତା ବୋଲି ବି କୁହାଯାଏ ।

ରଣଦୀପ ହୁଡା ବଲୀଉଡରେ ବହୁତ କମ ଫିଲ୍ମ କରିଛନ୍ତି । କିନ୍ତୁ ସେ ଯେତିକି ବି ଫିଲ୍ମରେ କାମ କରିଛନ୍ତି ସବୁଥିରେ ତାଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିଛି । ଏହା ଛଡା ସେ ବହୁତ କମ ସମୟ ମଧ୍ୟରେ ବଲିଉଡ଼ରୁ ହଲିଉଡ ପର୍ଯ୍ୟନ୍ତ ବି ପହଞ୍ଚିସାରିଛନ୍ତି । କିନ୍ତୁ ସମସ୍ତେ ରଣଦୀପ ହୁଡ୍ଡା ଜଣେ ଭଲ ଅଭିନେତା ଅତନତି ବୋଲି ଜାଣିଛନ୍ତି । କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ସେ ଶିକ୍ଷିତ ବି ଅଟନ୍ତି । ସେ ଅଷ୍ଟ୍ରେଲିୟାର ମେଲବର୍ନରେ ପଢିଛନ୍ତି ।

ସେ ଏମବିଏ ମଧ୍ୟ କରିଛନ୍ତି । ଏତିକି ନୁହେଁ ରଣଦୀପ ହୁଡ୍ଡା ସୁପରଫିଟ ବି ଅଟନ୍ତି । ପହଁରିବାରେ ଓ ଘୋଡଚାଳକରେ ସେ ମାହିର ଅଟନ୍ତି । କୁହାଯାଏ କି ରଣଦୀପ ହୁଡ୍ଡା ନିଜର ଏହି ପ୍ରତିଭା ଦ୍ଵାରା ବହୁତ ପୁରସ୍କାର ପ୍ରାପ୍ତ କରିଛନ୍ତି । କିନ୍ତୁ ରଣଦୀପ ହୁଡ୍ଡା ସବୁବେଳେ ଆତ୍ମବିଶ୍ବାସ ଅଟନ୍ତି । ସେ ସବୁବେଳେ ପରିବାରର କଥା ଚିନ୍ତା କରିଥାନ୍ତି । ଏହି କାରଣରୁ ଯେତେବେଳେ ସେ ଅଷ୍ଟ୍ରେଲିୟାରେ ପାଠ ପଢୁଥିଲେ ତେବେ ସେ ନିଜର ପକେଟ ମନି ପାଇଁ କେବେ ବି ନିଜ ଘର ଉପରେ ନିର୍ଭର ନ ଥିଲେ ।

ଅଥବା ସେ ଟ୍ୟାକ୍ସି ଡ୍ରାଇଭର ହୋଇ, ହୋଟେଲ ଗୁଡିକରେ କାମ କରି ଓ ଗାଡି ସଫା କରି ନିଜର ଖର୍ଚ ନିଜେ ଉଠାଉ ଥିଲେ । କିନ୍ତୁ ତାଙ୍କର ଏହି ସଂଘର୍ଷ ବେକାର ଯାଇ ନାହିଁ । ସେ ଥିଏଟର ଠାରୁ ଆରମ୍ଭ କରି ମଡେଲିଙ୍ଗ ପର୍ଯ୍ୟନ୍ତ ସବୁ କରିଛନ୍ତି । କହିବାକୁ ଗଲେ ସେ ଫିଲ୍ମ ‘ମନସୁନ ୱେଡିଙ୍ଗ’ରୁ ଫିଲ୍ମ ଦୁନିଆକୁ ଆସିଥିଲେ । ପୁଣି ଚାରି ବର୍ଷ ପରେ ତାଙ୍କୁ ଫିଲ୍ମ ‘ଡ଼ି’ ରେ କାମ କରିବାକୁ ସୁଯୋଗ ମିଳିଲା । ଏହା ପରେ ଯେତେବେଳେ ତାଙ୍କ ଅଭିନୟ ଲୋକଙ୍କୁ ପସନ୍ଦ ଆସିଗଲା ତେବେ ସେ ଏହି ଧୀରେ ଧୀରେ ସଫଳତାର ସିଢି ଚଢ଼ିବାକୁ ଲାଗିଲେ ।

ଏହା ପରେ ସେ କେତେବେଳେ ମସ୍ତ ବଡି ବନେଇ ସମସ୍ତଙ୍କୁ ଚମକେଇ ଦେଲେ ତ କେତେବେଳେ ନିଜକୁ ସ୍ଲିମ ବନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ । ତାଙ୍କର ଏହି ପ୍ରଚେଷ୍ଟା ଫଳରେ ତାଙ୍କୁ ହଲିଉଡରେ ମଧ୍ୟ କାମ କରିବାକୁ ସୁଯୋଗ ମିଳିଲା ଓ ତାଙ୍କର ଆକ୍ସନର ଓ ଅଭିନୟ ସମସ୍ତଙ୍କ ମନ ମୋହି ନେଇଥିଲା । ବର୍ତ୍ତମାନ ରଣଦୀପ ହୁଡ୍ଡାଙ୍କ ପାଖରେ କାମର ଅଭାବ ନାହିଁ । ସେ ନିଜ ପସନ୍ଦର ଫିଲ୍ମ କରୁଛନ୍ତି । ସେ ହାଇୱେ, ସରବଜିତ, କିକ, ରଙ୍ଗ ରାସିୟା ଭଳି ବହୁତ ଭଲ ଭଲ ଫିଲ୍ମରେ କାମ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।