ରାଜଙ୍କ ଜୀବନରେ ବହୁତ ଖାସ ଅଟନ୍ତି କାନପୁର ର ଏହି ମହିଳା, ଯାହାଙ୍କ ଆକାଉଣ୍ଟ କୁ Raj Kundra ପଠାଉଥିଲେ କୋଟି କୋଟି ଟଙ୍କା, ପୁରା ଘଟଣା ଜାଣିଲେ ମୁଣ୍ଡ କାମ ଦେବନି

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ତଥା ଶିଳ୍ପପତି ରାଜ କୁନ୍ଦ୍ରା ବର୍ତ୍ତମାନ ପୋଲିସ ଅଧୀନରେ ଅଛନ୍ତି ଓ ହଟସଟ ଆପ୍ କୁ ନେଇ ତାଙ୍କୁ ପଚରା ଉଚରା ଚାଲିଛି । ଏହା ମଧ୍ୟରେ ରାଜ କୁନ୍ଦ୍ରାଙ୍କ କାନପୁର କନେକ୍ସନ ମଧ୍ୟ ସାମନାକୁ ଆସିଛି ।

କୁହାଯାଉଛି କି କାନପୁରରେ ରହୁଥିବା ଜଣେ ମହିଳାଙ୍କ ବ୍ଯାଙ୍କ ଆକାଉଣ୍ଟରେ ଏମାନେ ଟଙ୍କା ପଠାଉଥିଲେ । ଏହି ମହିଳାଙ୍କ ଖାତାରେ ଏକ କୋଟିରୁ ମଧ୍ୟ ଅଧିକ ରାଶି ପଠା ଯାଇଥିଲା । ପୋଲିସ ସୂଚନା ଅନୁଯାୟୀ ହର୍ଷିତା ଶ୍ରୀବାସ୍ତବଙ୍କ ଖାତାରେ ଅରବିନ୍ଦ ଶ୍ରୀବାସ୍ତବଙ୍କ ଦ୍ଵାରା ପଇସା ପଠା ଯାଉଥିଲା । ଅରବିନ୍ଦ କୁଆମର ଶ୍ରୀବାସ୍ତବ ରାଜ କୁନ୍ଦ୍ରାଏନକେ ହ୍ଵାଟ୍ସଆପ୍ ଗୃପ ସହ ଜଡିତ ଥିଲେ ଓ ସେହି ପଇସା ତାଙ୍କୁ ହଟସଟ ଆପ୍ରୁ ଆସୁଥିଲା । ଅରବିନ୍ଦ ସେଗୁଡୁକୁ ନିଜ ପତ୍ନୀ ହର୍ଷିତା ଶ୍ରୀବାସ୍ତବ ଓ ପିତା ନର୍ବଦା ପ୍ରସାଦ ଶ୍ରୀବାସ୍ତବ ଙ୍କ ଖାତାରେ ପଠାଉ ଥିଲେ ।

ପୋଲିସ ଯାଞ୍ଚ ଅନୁସାରେ ତାଙ୍କ ଖାତାରୁ ହର୍ଷିତା ଓ ନର୍ବଦାଙ୍କ ଖାତାରେ ଅଧିକ ଦେଣ ନେଣ ହୋଇଛି । ତେବେ ପୋଲିସ ଏବେ ହର୍ଷିତା ଶ୍ରୀବାସ୍ତବଙ୍କ ଆକାଉଣ୍ଟ ସିଜ କରି ଦେଇଛି । ସେହି ଆକାଉଣ୍ଟ ରେ ଦୁଇ କୋଟି ଟଙ୍କାରୁ ମଧ୍ୟ ଅଧିକ ରାଶି ଥିଲା । ସୂତ୍ର ଅନୁସାରେ ହର୍ଷିତା ଓ ନର୍ବଦାଙ୍କ ଖାତାରେ ଟଙ୍କା ଆସିବାର କିଛି ଦିନ ଭିତରେ ହିଁ ତାହା ଅନ୍ୟ ଖାତାକୁ ଟ୍ରାନ୍ସଫର ହୋଇ ଯାଉଥିଲା । ତା ପରେ ପୁଣି ଅରବିନ୍ଦଙ୍କ ଖାତାକୁ ତାହା ଆସି ଯାଉଥିଲା । ତେବେ ଏହି ଦେଣନେଣ କାରବାର କଣ ପାଇଁ ହେଉଥିଲା ତାହା ପୋଲିସ ଯାଞ୍ଚ କରୁଛି ।

ପୋଲିସ ନିଜ ଯାଞ୍ଚରେ ଜାଣିବାକୁ ପାଇଛି କି ରାଜ କୁନ୍ଦ୍ରା ତିନୋଟି ହ୍ଵାଟ୍ସଆପ୍ ଗୃପ ବନାଇଥିଲେ ଓ ପର୍ଣ୍ଣ ଫିଲ୍ମରେ ପୁରା ବିଜନେସ ଏହି ତିନୋଟି ହ୍ଵାଟ୍ସଆପ୍ ଗୃପ ଜରିଆରେ ଚଳା ଯାଉଥିଲା । ଏଚଏସ ନାମକ ଏକ ଗୃପରେ କୁନ୍ଦ୍ରା ପଇସା ଦେଣନେଣ ବିଷୟରେ ଚର୍ଚ୍ଚା କରୁଥିଲେ । ଅରବିନ୍ଦଙ୍କ ନାମ ଏହି ଗୃପ ସହ ଜାଡିଆତ ଥିଲା। ପଇସା ଦେଣନେଣ କିପରି ହେବ ଓ କାହା ଖାତାରେ ପଠାଯିବ ଏହି ଗୃପରେ ତାହା ନିଶ୍ଚିତ ହେଉଥିଲା । ଏଚଏସ ଟେକ ଡାଉନ ନାମକ ଦ୍ଵିତୀୟ ଗୃପରେ କୁନ୍ଦ୍ରା କଣ୍ଟେଣ୍ଟ ଓ କପି ରାଇଟ ବିଷୟରେ ଚର୍ଚ୍ଚା କରୁଥିଲେ ।

ହଟସଟ ଆପ୍ ରେ ଯେଉଁ ପର୍ଣ୍ଣ ଫିଲ୍ମ ଅଫଲୋଡ କରାଯାଉ ଥିଲା, ତାହାର ଭିଡିଓ କିମ୍ବା ଲିଙ୍କ ଅନ୍ୟ କେଉଁ ସାଇଟରେ ଯେପରି ନ ମିଳେ ତାହା ମଧ୍ୟ ଏହି ଗୃପରେ ଚର୍ଚ୍ଚା କରାଯାଉଥିଲା । ଯଦି କେଉଁ ଅନ୍ୟ ସାଇଟରେ ଏହାର ଲିଙ୍କ ମିଳୁଥିଲା ତେବେ କୁନ୍ଦ୍ରାଏନକେ ଗୃପ ତାଙ୍କୁ ନୋଟିସ ପଠାଇ ଦେଉଥିଲେ । ତୃତୀୟ ଗୃପର ନାମ ହେଉଛି ଏଚଏସ ଟେକ ଅପରେସନ । ଏହି ଗୃପରେ ଅଭିନେତା ଓ ଅଭିନେତ୍ରୀଙ୍କ ଚୟନ, ସେମାନଙ୍କ ଦାମ, କାହାଣୀ ଓ ଲୋକେସନ ଆଦି ବିଷୟରେ ଚର୍ଚ୍ଚା ହେଉଥିଲା ।

ଏହି ପ୍ରକାର ଭାବେ ରାଜ କୁନ୍ଦ୍ରା ଏହି ତିନୋଟି ଗୃପ ଜରିଆରେ ନିଜ ବ୍ୟାପାର ଚଲାଉଥିଲେ । ଚାଟ ଆଧାରରେ ପୋଲିସ ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲା କି ହର୍ଷିତା ଓ ନର୍ବଦାଙ୍କ ଆକାଉଣ୍ଟରେ ପଇସା ଯାଉଥିଲା। ଏହି ଖାତା ୨୦୧୫ ମସିହାରେ ଖୋଲିଥିଲା । କିନ୍ତୁ ଗତ ଦୁଇ ବର୍ଷ ଧରି ଏଥିରେ ଦେଣନେଣ ରକମ ବଢିଥିଲା । ଅରବିନ୍ଦଙ୍କ ପିତା ନର୍ବଦାଙ୍କ ଆକାଉଣ୍ଟରେ ମଧ୍ୟ ସେହିପରି ପଇସା ଜମା କରାଯାଇ ଥିଲା । ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।