Chanakya Niti- ଘରେ ପଇସାରେ ଅଭାବ ଦେଖା ଦେଉଛି ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ଯଦି ଆପଣ ଧନୀ ହେବାକୁ ଚାହୁଁଛନ୍ତି ଏବଂ ଏହି ଘରେ ପଇସାର ସମସ୍ୟା ରହୁଛି ତେବେ ଏହି ୬ଟି କଥା ଜାଣି ନିଅନ୍ତୁ । ଚାଣକ୍ୟ କୁହନ୍ତି ମନୁଷ୍ୟ ଧନକୁ କିପରି ଲମ୍ବା ସମୟ ଧରି ଧନକୁ ସଞ୍ଚିତ କରି ରଖି ପାରିବେ । ବର୍ତମାନ ସମୟରେ ଖୁସିର ଜୀବନ ବ୍ୟତୀତ କରିବାକୁ ହେଲେ ପଇସା ଥିବା ନିହାତି ଆବଶ୍ୟକ ।

ଚାଣକ୍ୟ କୁହନ୍ତି କିଛି ବ୍ୟକ୍ତିଙ୍କ ପାଖରେ ଏପରି ଆଦତ ଥାଏ ଯେଉଁ କାରଣ ପାଇଁ ମା ଲକ୍ଷ୍ମୀ ରୁହନ୍ତି ନାହିଁ । ଏମିତି ବ୍ୟକ୍ତି ଜୀବନସାରା ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ଯାହାଦ୍ଵାରା ଆପଣ ଆପଣଙ୍କ ପଇସା ବଞ୍ଚାଇ ଧନୀ ବ୍ୟକ୍ତି ହୋଇପାରିବେ ।


୧- ପଇସା କମାଇବା ଏବଂ ବଞ୍ଚାଇବା ଦୁଇଟି ଜରୁରୀ ଅଟେ : ଧନ କମାଇବା ଅପେକ୍ଷା ବ୍ୟକ୍ତିକୁ ସଞ୍ଚୟ କରିବା ବିଷୟରେ ଭାବିବା ଦରକାର । ଚାଣକ୍ୟ କୁହନ୍ତି ଯେଉଁ ବ୍ୟକ୍ତି ପାଖରେ ଧନ ସଞ୍ଚୟ କରିବାର କଳା ଥାଏ ସେହି ବ୍ୟକ୍ତି ଜୀବନସାରା କେବେ ଠୋକର ଖାଏ ନାହିଁ । ତାଙ୍କର କଠିନରୁ କଠିନ ସମୟ ସହଜ ହୋଇଯାଏ ଏବଂ ସେଇଠି ପଇସାକୁ ଅପବ୍ୟବହାର କରି ଖର୍ଚ୍ଚ କରୁଥିବା ଲୋକଙ୍କୁ ବୁଦ୍ଧି ହୀନ ବୋଲି କୁହନ୍ତି । ଅସୁବିଧା ସମୟରେ ସେ ଅନ୍ୟ ମାନଙ୍କୁ ସାହାଯ୍ୟ ମାଗିଥାଏ ।


୨- ପରିସ୍ଥିତିର ସାମ୍ନା : ଚାଣକ୍ୟ କୁହନ୍ତି ବ୍ୟକ୍ତିକୁ ପଇସା ବଞ୍ଚାଇବାକୁ ହେଲେ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ । ସଫଳ ସିଏ ହୁଏ ଯିଏ କଠିନ ସମୟରେ ମଧ୍ୟ ପରିସ୍ଥିତିର ସାମ୍ନା କରିଥାଏ । ସେଥିପାଇଁ ବ୍ୟକ୍ତିକୁ କୈାଣସି ପରିସ୍ଥିତିର ସାମ୍ନା କରିବାକୁ ଡରିବାର କଥା ନୁହେଁ ।

୩- ପଇସାର ସଦୁପଯୋଗ : ମା ଲକ୍ଷ୍ମୀଙ୍କୁ ଚଞ୍ଚଳ ସ୍ବଭାବର ମାନନ୍ତି । ଚାଣକ୍ୟ କୁହନ୍ତି ପଇସା କମାଇବା ଯେମିତି ଜରୁରୀ ଅଟେ ଠିକ୍ ସେହିପରି ପଇସା ଖର୍ଚ୍ଚ କରିବା ମଧ୍ୟ ଜରୁରୀ ଅଟେ । ଭୁଲ ଉପାୟରେ ଖର୍ଚ୍ଚ ହୋଇଥିବା ଧନ ସେହି ବ୍ୟକ୍ତିକୁ ବର୍ବାଦ କରିଦିଏ ।

୪- ଅଧର୍ମ ରାସ୍ତାର ଦୂରକୁ : ଚାଣକ୍ୟ କୁହନ୍ତି ଯଦି ପଇସା କମାଇବା ପାଇଁ ଅଧର୍ମର ରାସ୍ତାରେ ଚାଲିବାକୁ ପଡେ ନହେଲେ ହାତ ମିଶାଇବାକୁ ପଡେ ସେହି ଧନରୁ ଉଚିତ୍ ଦୂରତା ବନାଇ ରଖିବା ଦରକାର ।
୫- ଲକ୍ଷ ନିର୍ଧାରିତ ହେବା ଜରୁରୀ ଅଟେ : ଚାଣକ୍ୟ କୁହନ୍ତି ବ୍ୟକ୍ତିକୁ ନିଜର ଲକ୍ଷ ଜଣା ଥିବା ଦରକାର । ଯଦି ଲକ୍ଷ ସ୍ଥିର ହୋଇନାହିଁ ତେବେ ବ୍ୟକ୍ତି ସଫଳତା ପାଇଁ ପାରିବ ନାହିଁ । ଚାଣକ୍ୟ କୁହନ୍ତି ଧନ ସମ୍ବନ୍ଧରେ ଅନ୍ୟ କୌଣସି ବ୍ୟକ୍ତି ପାଖରେ କହିବା କଥା ନୁହେଁ । ଗୁପ୍ତ କଥା କହିବା ଦ୍ବାରା କାମ ବିଗିଡି ଯିବାର ସମ୍ଭାବନା ଥାଏ ।


୬- ଖର୍ଚ୍ଚ ଉପରେ ନିୟନ୍ତ୍ରଣ : ଚାଣକ୍ୟ କୁହନ୍ତି ପଇସା ବଞ୍ଚାଇବାର ସବୁଠାରୁ ଭଲ ଉପାୟ ହେଲା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଦରକାର । ଯେଉଁଭଳି ପାତ୍ରରେ ପାଣି ବ୍ୟବହାର ନହେଲେ ଖରାପ ହୋଇଯାଏ ସେହିଭଳି ସଞ୍ଚିତ ଧନ ଖର୍ଚ୍ଚ ନକରିବା ଦ୍ବାରା ତାର ମୂଲ୍ୟ ରୁହେ ନାହିଁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।