କରିଶ୍ମା କପୁର କହିଲେ ନିଜ ସ୍ଵାମୀର ପଶୁ ପ୍ରବୃତ୍ତିର କାହାଣୀ, କହିଲେ – ଯେତେବେଳେ ଆମେ ହନିମୁନରେ ଯାଇଥିଲୁ ସେତେବେଳେ ସେ ମୋତେ ନିଜ ସାଙ୍ଗ…

କରିଶ୍ମା କପୁର ୯୦ ଦଶକର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀ ମଧ୍ୟରେ ଜଣେ ଥିଲେ । ୯୦ ଦଶକରେ କରିଶ୍ମାଙ୍କର ଜଲୱା ସବୁଠୁ ଅଧିକ ଦେଖିବାକୁ ମିଳୁଥିଲା । ସେହି ସମୟରେ ସେ ସବୁଠୁ ସୁନ୍ଦର ଓ ଭଲ ଅଭିନେତ୍ରୀ ଥିଲେ । ସେହି ସମୟରେ ସେ ବହୁତ ହିଟ ଫିଲ୍ମ ବି ଦେଇଛନ୍ତି । ସେହି ସମୟରେ କହିବାକୁ ଗଲେ ଗୋବିନ୍ଦା ଓ କରିଶ୍ମାଙ୍କର ଫିଲ୍ମ ହାଉସଫୁଲ ହେଉଥିଲା ।

କରିଶ୍ମା ନିଜର ଜବରଦସ୍ତ ଅଭିନୟ ଦମରେ ପୁରା ବଲିଉଡରେ ନିଜର ଏକ ଅଲଗା ପରିଚୟ କରିଥିଲେ । କିନ୍ତୁ ବାହାଘର ପରେ ସେ ବଲିଉଡକୁ ଅଲବିଦା କହିଦେଲେ । କିନ୍ତୁ ମଝିରେ ମଝିରେ ସେ କିଛି ଫିଲ୍ମ, ଟିଭି ସୋ ଓ ବିଜ୍ଞାପନରେ ନଜର ଆସୁଥାନ୍ତି । କରିଶ୍ମାଙ୍କର ୨୦୦୩ରେ ଦିଲ୍ଲୀର ବିଜନେସମ୍ୟାନ ସଞ୍ଜୟ କପୁରଙ୍କ ସହ ବିବାହ ହୋଇଥିଲା ।

ବାହାଘରର ୮ ବର୍ଷ ପରେ ନେଲେ ଡିଭୋର୍ସ

Image courtesy: Google

କିନ୍ତୁ ତାଙ୍କର ବାହାଘର ଅଧିକ ଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ ଓ ୨୦୧୨ରେ ତାଙ୍କର ଡିଭୋର୍ସ ହୋଇଗଲା । ଦୁଇ ଜଣ ବାହାଘରର ୮ ବର୍ଷ ପରେ ଡିଭୋର୍ସ ନେବା ପାଇଁ ନିଷ୍ପତ୍ତି ନେଲେ । କହିବାକୁ ଗଲେ ବାହାଘରର କିଛି ଦିନ ପରେ ହିଁ ଦୁଇ ଜଣଙ୍କ ମଧ୍ୟରେ ସମସ୍ୟା ଦେଖିବାକୁ ମିଳିଥିଲା ।

କରିଶ୍ମା ନିଜ ସ୍ଵାମୀ ସଞ୍ଜୟ କପୁରଙ୍କ ଉପରେ ଆରୋପ ବି ଲଗାଇଥିଲେ କି ସେ ତାଙ୍କୁ ମାରପିଟ କରନ୍ତି ଓ ତାଙ୍କର ବ୍ୟବହାର ତାଙ୍କ ପ୍ରତି ଭଲ ନୁହେଁ । ଛାଡପତ୍ର ପରେ କରିଶ୍ମା ନିଜର ଦୁଇ ସନ୍ତାନ ସହ ରହୁଛନ୍ତି । ତାଙ୍କର ଝିଅ ସମାୟରା ବର୍ତ୍ତମାନ ବଡ ହୋଇ ଯାଇଛନ୍ତି ।

ସ୍ଵାମୀ ଉପରେ ଲଗାଇଲେ ଗମ୍ଭୀର ଆରୋପ

Image courtesy: Google

ଶେଷରେ ନିଜର ବିବାହ ଜୀବନ ଉପରେ ଚିଡି ଯାଇ କରିଶ୍ମା ସଞ୍ଜୟ କପୁରଙ୍କ ବିରୁଦ୍ଧରେ ଏଫଆଇଆର ବି ଦେଇଥିଲେ । କରିଶ୍ମା ନିଜର ସ୍ଵାମୀଙ୍କର ଅତ୍ୟାଚାର ବିଷୟରେ କହିଲେ କି, ‘ସଞ୍ଜୟ ମୋର ବର୍ଷକୁ ହେଉଥିବା ଖର୍ଚ୍ଚ ବିଷୟରେ ମୋର ଦିଅରଙ୍କ ସହିତ କଥାବାର୍ତ୍ତା କରୁଥିଲେ । ଏତିକି ନୁହେଁ ସେ ନିଜର ମା’ଙ୍କୁ ମୋତେ ଚାପୁଡା ମାରିବା ପାଇଁ ବି କହୁଥିଲେ । କାରଣ ମୁଁ ଗୋଟିଏ ଡ୍ରେସ ପିନ୍ଧୁ ନ ଥିଲି ଯାହାକି ତାଙ୍କ ମା ଦେଇଥିଲେ ।“ କହିବାକୁ ଗଲେ ସେହି ଡ୍ରେସଟି କରିଶ୍ମାଙ୍କୁ ଫିଟ ହେଉ ନଥିଲା ।

ଫେମସ ହେବା ପାଇଁ କରିଥିଲେ ବିବାହ

Image courtesy: Google

କରିଶ୍ମା ଆଗକୁ କହିଲେ କି,”ସଞ୍ଜୟ ମୋ ସହିତ କେବଳ ଏଥିପାଇଁ ବିବାହ କରିଲେ କାରଣ ମୁଁ ଏକ ପ୍ରସିଦ୍ଧ ଅଭିନେତ୍ରୀ ଥିଲି । ସେ ସବୁବେଳେ ଫେମସ ଓ ପବ୍ଲିକ ଫିଗର ହେବାକୁ ଚାହୁଁଥିଲେ । କାରଣ ତାଙ୍କ ପାଖରେ ଏମିତି କିଛି ପ୍ରତିଭା ନ ଥିଲା ଯାହା ଦ୍ଵାରା ଲୋକମାନେ ତାଙ୍କୁ ଚିହ୍ନି ପାରିବେ । ସେ ମୋ ସହିତ ବିବାହ କରି ଦିଲ୍ଲୀର ଲୋକମାନଙ୍କ ମଧ୍ୟରେ ଫେମସ ହେବା ପାଇଁ ଚାହୁଁଥିଲେ ।“

ବନ୍ଧୁ ମାନଙ୍କ ସହିତ ରାତି କଟାଇବା ପାଇଁ କରିଥିଲେ ବାଧ୍ୟ

Image courtesy: Google

ଆଗକୁ କରିଶ୍ମା କହିଲେ କି ଯେତେବେଳେ ଆମେ ହନିମୁନକୁ ଯାଇଥିଲୁ ସେତେବେଳେ ସଞ୍ଜୟ ତାଙ୍କ ବନ୍ଧୁଙ୍କ ସହ ମୋର ଦାମ ଲଗାଇଥିଲେ । ସଞ୍ଜୟ କରିଶ୍ମାଙ୍କୁ ବାଧ୍ୟ କରୁଥିଲେ କି ସେ ତାଙ୍କ ବନ୍ଧୁଙ୍କ ସହ ରାତି କଟାଇବେ । ଏହା ପରେ କରିଶ୍ମା ଏହି କଥାକୁ ସହି ପାରିଲେ ନାହିଁ ।

କରିଶ୍ମା କହିଲେ କି ସେ ମାରପିଟର ଚିହ୍ନକୁ ମେକଅପ ଦ୍ଵାରା ଲୁଚାଉଥିଲେ । ଯେତେବେଳେ ସଞ୍ଜୟ ତାଙ୍କୁ ମାରୁଥିଲେ ସେତେବେଳେ ତାଙ୍କର ମା’ ବି ଚୁପଚାପ ବସି ଦେଖୁଥିଲେ, ଏହା ପରେ କରିଶ୍ମା ସବୁ ଲୁଚାଇବା ପରିବର୍ତ୍ତେ ପୋଲିସକୁ କହିବା ପାଇଁ ଠିକ ଚିନ୍ତା କଲେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।