ଖାଲି ପେଟରେ ନୂଆ ବାହାହୋଇଥିବା ସ୍ତ୍ରୀ ସହିତ ଶୋଇବାକୁ ଯାଇଥିଲା ସ୍ଵାମୀ, ସକାଳୁ ବେଡ୍ ଉପରେ ଦେଖିବାକୁ ମିଳିଥିଲା ଛାତି ଥରେଇଦେଲା ଭଳି ଦ୍ରୁଶ୍ୟ

ବାହାଘର ସମସ୍ତଙ୍କ ପାଇଁ ଏକ ଖାସ ଦିନ ହୋଇଥାଏ । ଏମିତି କୁହାଯାଏ କି ବାହାଘର ପରେ ମଣିଷର ଜୀବନ ଏକ ନୂତନ ରୂପରେ ଆରମ୍ଭ ହୋଇଥାଏ । କିନ୍ତୁ ଯଦି ବାହାଘର ପରେ ଏକ ନୂତନ ଜୀବନ ଆରମ୍ଭ ପରିବର୍ତ୍ତେ ଯଦି ଏହି ଜୀବନଟି ଶେଷ ହୋଇଯାଏ ତେବେ କଣ ହେବ ? କହିବାକୁ ଗଲେ ବିହାରର ମଥୁରାପୁର ଗ୍ରାମରେ ରହୁଥିବା ଏକ ଯୁବକ ସହିତ ଏହିଭଳି କିଛି ଦୁର୍ଭାଗ୍ୟ ପୂର୍ଣ୍ଣ ଘଟଣା ଘଟିଛି ।

ଏଠି ଏକ ଯୁବକର ପ୍ରେମ ବିବାହର ୪ ଦିନ ପରେ ହିଁ ତାହାର ରହସ୍ୟମୟୀ ଭାବରେ ମୁର୍ତ୍ୟୁ ହୋଇଯାଇଛି । ଶେଷ ଥର ତାକୁ ନିଜ ପତ୍ନୀ ସହ ବିଛଣାରେ ଶୋଇ ଥିବାର ଦେଖାଯାଇଥିଲା । କିନ୍ତୁ ସକାଳ ସମୟରେ ତାକୁ ମୃତ ଅବସ୍ଥାରେ ଦେଖାଗଲା ।

କହିବାକୁ ଗଲେ ଅମୃତ ଶର୍ମା ନାମକ ଏକ ବ୍ୟକ୍ତିର ବିବାହ ପୁଷ୍ପା ଦେବୀ ନାମକ ମହିଳା ସହ ହୋଇଥିଲା । ଏହି ବାହାଘର ଏକ ପ୍ରେମ ବିବାହ ଥିଲା । କିନ୍ତୁ ଘର ଲୋକମାନେ ଦୁଇ ଜଣଙ୍କର ପ୍ରେମ ବିରୁଦ୍ଧରେ ଥିଲେ । ସେଥିପାଇଁ ସେମାନେ ଘରୁ ପଳାୟନ କରି ମନ୍ଦିରରେ ବିବାହ କରିନେଲେ । ବିବାହ ପରେ ସ୍ଵାମୀ ଓ ସ୍ତ୍ରୀ ଏକ ଭଡା ଘରେ ରହିବାକୁ ଲାଗିଲେ ।

ଅମୃତ ଓ ପୁଷ୍ପାଙ୍କର ବିବାହ ମାତ୍ର ୪ ଦିନ ହିଁ ହୋଇଥିଲା କି ଦିନେ ସକାଳେ ଅମୃତ ମୃତ ଅବସ୍ଥାରେ ମିଳିଲା । ଅମୃତର ମୁର୍ତ୍ୟୁ ପରେ ତାହାର ପରିବାର ଲୋକମାନେ ହତ୍ୟାର ଆରୋପ ତାଙ୍କର ବୋହୁ ପୁଷ୍ପା ଉପରେ ଲଗାଇଛନ୍ତି । ଅମୃତର ପିତାଙ୍କର କହିବା ଅଟେ କି ଦୁଇ ଦିନ ପୂର୍ବେ ହିଁ ତାଙ୍କ ପୁଅ ତାଙ୍କ ଘରେ ଥିଲା । କିନ୍ତୁ ବୋହୁ ଫୋନ କରି ତାକୁ ଡାକି ନେଲା ଓ ଏହା ପରେ ହିଁ ଏହି ଘଟଣା ଟି ଘଟିଛି ।

ଘର ଲୋକମାନଙ୍କର ଆରୋପ କାରଣରୁ ପୋଲିସ ପୁଷ୍ପାକୁ ଗିରଫ କରି ତାକୁ ପଚରା ଉଚରା କରୁଛନ୍ତି । କିନ୍ତୁ କହିବାକୁ ଗଲେ ପୁଷ୍ପା ବିରୁଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ ବି କୌଣସି ପ୍ରମାଣ ମିଳିନାହିଁ । ପୁଷ୍ପା ପୋଲିସକୁ କହିଲା କି ରାତିରେ ଦୁଇ ଜଣ କିଛି ନ ଖାଇ ବେଡରୁମକୁ ଯାଇଥିଲେ । ଏହା ପରେ ସେ ଯେତେବେଳ ସକାଳେ ଉଠିଲା ତେବେ ଅମୃତ ବିଛଣାରେ ମୃତ ଅବସ୍ଥାରେ ପଡିଥିଲା । କିନ୍ତୁ ବର୍ତ୍ତମାନ ପୋଲିସ ପୁରା ମାମଲାକୁ ଯାଞ୍ଚ କରିଲେ ହିଁ ଏହି ମାମଲାର ସତ୍ୟତା ଜଣା ପଡିବ ।