୨ ଜୁଲାଇକୁ ଲାଗୁଛି ସୂର୍ଯ୍ୟ ଗ୍ରହଣ, ଗ୍ରହଣ ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ

ଏହି ବର୍ଷ ୨ ଜୁଲାଇରେ ସୂର୍ଯ୍ୟ ଗ୍ରହଣ ଲାଗିବାର ଅଛି, ଭାରତ ଉପରେ ଏହାର ପ୍ରଭାବ ନଥିଲେ ବି କେତେକ ରାଶି ଉପରେ ଏହାର ପ୍ରଭାବ ଦେଖାଦେବ । ୨ ଜୁଲାରେ ସୂର୍ଯ୍ୟ ଗ୍ରହଣ ରାତି ୧୦ ଟା ବାଜି ୨୫ ମିନିଟରେ ଆରମ୍ଭ ହେବ । ଯାହାକି ୧୨ ଟା ବାଜି ୫୩ ମିନିଟ ପର୍ଯ୍ୟନ୍ତ ରହିବ । ସୂର୍ଯ୍ୟ ଗ୍ରହଣକୁ ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ବୋଲି କୁହାଯାଇଛି ଓ ଏହା ଛଡା ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଗ୍ରହଣକୁ ନେଇ ବିଭିନ୍ନ ପ୍ରକାରର କଥା ପ୍ରତି ସାବଧାନ ରହିବା ବିଷୟରେ ଉପଦେଶ ଦିଆ ଯାଇଛି । ସେଥିପାଇଁ ଆପଣ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ଓ ତଳେ ଦିଆ ଯାଇଥିବା କଥା ପ୍ରତି ଧ୍ୟାନ ରଖନ୍ତୁ ।

ସୂର୍ଯ୍ୟ ଗ୍ରହଣ ସମୟରେ କରନ୍ତୁ ନାହିଁ ଏହି କାମ ଗୁଡିକ –

ଖାଦ୍ୟ ବନାନ୍ତୁ ନାହିଁ

ସୂର୍ଯ୍ୟ ଗ୍ରହଣ ସମୟରେ ଖାଦ୍ୟ ପ୍ରସ୍ତୁତ କରିବା ଶୁଭ ହୋଇ ନ ଥାଏ ଓ ଏହି ସମୟରେ ପ୍ରସ୍ତୁତ ଖାଦ୍ୟକୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଶୁଦ୍ଧ ବୋଲି କୁହାଯାଇଛି । ସେଥିପାଇଁ ସୂର୍ଯ୍ୟ ଗ୍ରହଣ ଆରମ୍ଭ ହେବା ପୂର୍ବରୁ କିମ୍ବା ସମାପ୍ତ ହେବା ପରେ ହିଁ ଖାଦ୍ୟ ବନାନ୍ତୁ ।

କରନ୍ତୁ ନାହିଁ ଭୋଜନ

ସୂର୍ଯ୍ୟ ଗ୍ରହଣ ସମୟରେ କୌଣସି ବି ପ୍ରକାରର ଜିନିଷର ସେବନ କରିବା ହାନିକାରକ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଗ୍ରହଣ ସମୟରେ ଖାଦ୍ୟ ଖାଇବା ଉଚିତ ନୁହେଁ । ଯେତେବେଳେ ସୂର୍ଯ୍ୟ ଗ୍ରହଣ ସମାପ୍ତ ହୋଇଯିବା ପରେହିଁ ସ୍ନାନ କରି ଭୋଜନ କରିବା ଉଚିତ ।

ଗର୍ଭବତୀ ମହିଳାନେ ବିଭିନ୍ନ କଥାର ଧ୍ୟାନ ରଖିବେ

ସୂର୍ଯ୍ୟ ଗ୍ରହଣ ସମୟ ଗର୍ଭବତୀ ମହିଳାନାଙ୍କ ପାଇଁ ଭଲ ହୋଇ ନ ଥାଏ । ଏହି ସମୟରେ ଗର୍ଭବତୀ ମହିଳାମାନଙ୍କୁ ବାହାରକୁ ବାହାରିବା ଉଚିତ ନୁହେଁ । କହିବାକୁ ଗଲେ ସୂର୍ଯ୍ୟ ଗ୍ରହଣ ସମୟରେ ସୂର୍ଯ୍ୟଙ୍କର ରଶ୍ମି ଗର୍ଭବତୀ ମହିଳାଙ୍କ ଉପରେ ପଡିବା ଊଚିତ ନୁହେଁ । ତେବେ ତାହାର ଗର୍ଭରେ ଥିବା ଶିଶୁର ଶାରୀରିକ ଦୋଷ ହୋଇପାରେ ।

କୌଣସି ବି ଶୁଭ କାମ କରନ୍ତୁ ନାହିଁ

କହିବାକୁ ଗଲେ ସୂର୍ଯ୍ୟ ଗ୍ରହଣ ସମୟରେ କୌଣସି ବି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ଓ ନା ହିଁ ତାହା ବିଷୟରେ କଥାବାର୍ତ୍ତା କରନ୍ତୁ ।

କରନ୍ତୁ ନାହିଁ ପୂଜା

ଗ୍ରହଣ ସମୟରେ ପୂଜା ବିଲକୁଲ କରିବା ଉଚିତ ନୁହେଁ । ଏହି ସମୟରେ ମନ୍ଦିରରେ ଥିବା ମୂର୍ତ୍ତି ଗୁଡିକୁ ବି ପୂରାପୂରି ଘୋଡାଇ ଦେବା ଉଚିତ । ଏହା ଛଡା ସୂର୍ଯ୍ୟ ଗ୍ରହଣ ସମୟରେ କୌଣସି ବି ଗଛକୁ ସ୍ପର୍ଶ କରିବା ଉଚିତ ନୁହେଁ ।

ସୂର୍ଯ୍ୟ ଗ୍ରହଣ ସମୟରେ କଣ କରିବା ଉଚିତ

–      ସୂର୍ଯ୍ୟ ଗ୍ରହଣ ସମୟରେ ଅନ୍ନ ଦାନ ବି କରିବା ଉତ୍ତମ ବୋଲି କୁହାଯାଇଛି । ଏହା କରିବା ଦ୍ଵାରା ଶରୀରରେ କୌଣସି ବି ପ୍ରକାରର ରୋଗ ରୁହେ ନାହିଁ ।

–      ଗ୍ରହଣ ଶେଷ ହେବା ପରେ ସ୍ନାନ କରିବା ଉଚିତ ଓ ନିଜର ବସ୍ତ୍ରକୁ ବଦଳାଇବା ଉଚିତ ।

–      ଗ୍ରହଣ ଆରମ୍ଭ ହେବା ପୂର୍ବରୁ ଆପଣ ନିଜ ଘରେ ରଖିଥିବା ଖାଦ୍ୟ ଓ ପାଣିରେ ତୁଲସୀ ପତ୍ର ପକାଇ ଦିଅନ୍ତୁ ଓ ଗ୍ରହଣ ଶେଷ ହେବା ପରେ ଏହି ପତ୍ରକୁ ବାହାର କରି ପାଣିରେ ପ୍ରବାହିତ କରି ଦିଅନ୍ତୁ ।

–      ସୂର୍ଯ୍ୟ ଗ୍ରହଣ ଲାଗିବା ପରେ ଆପଣ କାହା ସହିତ କଥାବାର୍ତ୍ତ କରନ୍ତୁ ନାହିଁ । ଏହି ସମୟରେ ଆପଣ ଭଗବାନଙ୍କର ଜପ କରନ୍ତୁ । ଏହା ଦ୍ଵାରା ସୂର୍ଯ୍ୟ ଗ୍ରହଣର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡେ ନାହିଁ ।