୫୨ ବର୍ଷ ବୟସରେ ପୁଣି ଥରେ ପିତା ହେଲେ ଶାହିଦ କପୁରଙ୍କର ଏହି ସାବତ ପିତା, ଜାଣନ୍ତୁ କିଏ ସେ

ବଲୀଉଡର ଅଭିନେତା ରାଜେଶ ଖଟ୍ଟର ପୁଣି ଥରେ ପିତା ହୋଇଛନ୍ତି । କିନ୍ତୁ ପିଲାର ମା ବନ୍ଦନା ସଜନାନୀ ଅଟନ୍ତି । ବର୍ଷ ୨୦୦୯ରେ ବନ୍ଦନାଙ୍କ ସହ ରାଜେଶ ଖଟ୍ଟରଙ୍କର ୧୦ ବର୍ଷ ବିବାହ ପରେ ଏକ ପୁଅ ହୋଇଛି । ଏହା ପୂର୍ବରୁ ରାଜେଶ ଖଟ୍ଟର ବର୍ଷ ୧୯୯୦ରେ ଶାହିଦ କପୁରଙ୍କର ମା ନୀଲିମା ଆଜମୀଙ୍କ ସହ ବିବାହ କରିଥିଲେ । ଯାହାଙ୍କ ଠାରୁ ତାଙ୍କୁ ବର୍ଷ ୧୯୯୫ରେ ଏକ ପୁଅ ଈଶାନ ଖଟ୍ଟର ହୋଇଥିଲା । ଈଶାନ ଖଟ୍ଟର ବର୍ତ୍ତମାନ ବଲୀଉଡର ଅଭିନେତା ଅଟନ୍ତି ଓ ଶାହିଦ କପୁରଙ୍କର ବହୁତ ପାଖାପାଖି ଅଟନ୍ତି ।

Image courtesy: Google

ବର୍ଷ ୧୯୮୧ରେ ଶାହିଦଙ୍କର ଜନ୍ମ ହେବା ପରେ ପଙ୍କଜ କୁମାର ଓ ନୀଲିମା ଆଜମୀଙ୍କର ଡିଭୋର୍ସ ହୋଇଗଲା ଓ କିନ୍ତୁ ଶାହିଦ ନିଜର ପିତା ଓ ମାତା ଦୁଇ ଜଣଙ୍କ ସହିତ ମିଶି ରହୁଥିଲେ । ଏହା ପରେ ପଙ୍କଜ କପୁର ସୁପ୍ରିୟା ପାଠକଙ୍କ ସହିତ ବିବାହ କରିନେଲେ ଓ ସେମାନଙ୍କର ଏକ ପୁଅ ଓ ଏକ ଝିଅ ବି ଅଛି ।

ଶାହିଦ କପୁର ଓ ଈଶାନ ଖଟ୍ଟରଙ୍କର ବନ୍ଡିଂଗ ଆପଣ ପ୍ରାୟତଃ କୌଣସି ନା କୌଣସି ଫଟୋରେ ଦେଖିଥିବେ । କିନ୍ତୁ କହିବାକୁ ଗଲେ ନୀଲିମା ଓ ରାଜେଶଙ୍କ ମଧ୍ୟରେ ବର୍ତ୍ତମାନ କୌଣସି ସମ୍ବନ୍ଧ ନାହିଁ ଓ ଦୁଇ ଜଣ ନିଜ ନିଜ ଲାଇଫରେ ବହୁତ ଖୁସି ଅଛନ୍ତି ।

Image courtesy: Google

ଏହି ବର୍ଷ ଯେତେବେଳେ ପୁରା ଦୁନିଆ ଜନ୍ମାଷ୍ଟମୀ ପାଳନ କରୁଥିଲା ସେତେବେଳେ ରାଜେଶ ଓ ବନ୍ଦନା ନିଜ ପୁଅକୁ ଘରକୁ ନେଇ ଆସିଲେ । କହିବାକୁ ଗଲେ ୧.୫ ମାସ ପୂର୍ବେ ବନ୍ଦନା ପୁଅକୁ ଜନ୍ମ ଦେଇଥିଲେ ଓ ସେତେବେଳେ ଦୁଇ ଜଣ କୌଣସି ଅସୁବିଧା କାରଣରୁ ହସ୍ପିଟାଲରେ ହିଁ ରହିଥିଲେ । ରାଜେଶଙ୍କର କହିବା ଅଟେ, ପିତା ହେବା ଏତେ ବି ସହଜ ନ ଥିଲା, କିନ୍ତୁ ମୁଁ ଏହି ନୂଆ ଅନୁଭବ ସହିତ ବହୁତ ଖୁସି ଅଛି ।‘

ଏହି ଫିଲ୍ମରେ କରିସାରିଛନ୍ତି କାମ

Image courtesy: Google

ରାଜେଶ ଖଟ୍ଟର କେତେକ ହଲିଉଡ ଫିଲ୍ମ ଗୁଡିକର ହିନ୍ଦୀ ରିମେକରେ ନିଜର ଆବାଜ ଦେଇସାରିଛନ୍ତି । ଏହା ଛଡା ସେ ଡନ, ଡନ-୨, ଖିଲାଡ଼ୀ ୭୮୬, ରେସ-୨, ଗୈଂଗ୍ସ ଅଫ ଘୋସ୍ଟ ଭଳି ଫିଲ୍ମରେ କାମ କରି ସାରିଛନ୍ତି । ଏହା ଛଡା ରାଜେଶ କେତେକ ଟିଭି ସିରିୟଲ ଓ ୱେବସିରିଜରେ ବି କାମ କରିଛନ୍ତି ଓ ସେ ସାଉଥ ଫିଲ୍ମରେ ବି ନଜର ଆସି ସାରିଛନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।