ଲକଡାଉନ ସମୟରେ ନିଜର ଦୁଇ ସ୍ତ୍ରୀଙ୍କ ସହିତ ଗୋଟିଏ ଜାଗାରେ ରହୁଛନ୍ତି ବଲିଉଡର ଏହି ତାରକା

ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତାଙ୍କ ବିଷୟରେ କହିବୁ ଯିଏ କି ଲକଡାଉନ ଚାଲିଥିବା ସମୟରେ ତାଙ୍କର ଦୁଇଜଣ ସ୍ତ୍ରୀଙ୍କ ସହିତ ଏକାଠି ଗୋଟିଏ ଜାଗାରେ ରହୁଛନ୍ତି । ଯାହାଙ୍କ ନାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ଜଣେ ସିଙ୍ଗର ମଧ୍ୟ ଅଟନ୍ତି । ସେହି ଅଭିନେତା ଏବଂ ସିଙ୍ଗରଙ୍କ ନାମ ହେଉଛି ହିମେଶ ରେଶମିୟା । ହିମେଶ ଜଣେ ପ୍ରସିଦ୍ଧ ସିଙ୍ଗର ସହିତ ଜଣେ ଭଲ ଅଭିନେତା ମଧ୍ୟ ଅଟନ୍ତି ।

ହିମେଶ ନିଜର ସଙ୍ଗୀତ ଏବଂ ଅଭିନୟ ପାଇଁ ବହୁତ ନାମ କମାଇଛନ୍ତି । ହିମେଶ ବହୁତ ସାରା ଭଲ ଭଲ ସଙ୍ଗୀତ ମଧ୍ୟ କରିଛନ୍ତି । ତାଙ୍କର ଗୀତ ଲୋକ ମାନଙ୍କୁ ବହୁତ ଭଲ ଲାଗିଥାଏ ଏବଂ ଏହାଦ୍ୱାରା ସେ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ଆଜି ଆମେ ତାଙ୍କର ଦୁଇ ସ୍ତ୍ରୀଙ୍କ ବିଷୟରେ କଥା ହେବା ଯେଉଁମାନେ କି ତାଙ୍କ ସହିତ ଏକାଠି ଗୋଟିଏ ଜାଗାରେ ରହୁଛନ୍ତି । ହିମେଶ ଯେତବେଳେ ତାଙ୍କ ଗାର୍ଲଫ୍ରେଣ୍ଡ ସୋନିୟା କପୁରଙ୍କୁ ପୁରା ବିଧି ବିଧାନ ଅନୁସାରେ ବିବାହ କରିଥିଲେ ସେତବେଳେ ସେ ବହୁତ ଚର୍ଚାରେ ଥିଲେ ।

ହିମେଶ ରେଶମିୟା ପ୍ରଥମେ କୋମଲଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୭ ମସିହାରେ ହିମେଶ କୋମଲଙ୍କୁ ଛାଡପତ୍ର ଦେଇ ସୋନିୟା କପୁରଙ୍କୁ ବିବାହ କରିଥିଲେ । କୋମଲ ଏବଂ ହିମେଶ ରେଶମିୟା ଙ୍କର ଏକ ପୁଅ ଅଛି ଯାହାର ନାମ ସ୍ଵୟଂ ଅଟେ । ହିମେଶ ରେଶମିୟା ଙ୍କର ପ୍ରଥମ ପତ୍ନୀ କୋମଲ କହିଛନ୍ତି କି ହିମେଶ ଏବଂ ସେ ନିଜ ଇଚ୍ଛାରେ ଅଲଗା ହୋଇଛନ୍ତି । ସେ ନିଜର ଛାଡପତ୍ର ପାଇଁ ସୋନିୟାଙ୍କୁ କେବେ ହେଲେ ଦୋଷ ଦେଇ ନାହାଁନ୍ତି, ସେ ସବୁବେଳେ ହିମେଶଙ୍କ ପରିବାରର ଅଂଶ ହୋଇ ରହିବେ । କୋମଲ ଏହା ମଧ୍ୟ କହିଛନ୍ତି କି ତାଙ୍କର ଛାଡପତ୍ର ପାଇଁ ସୋନିୟାଙ୍କୁ ଦୋଷ ଦେବା ଉଚିତ ହେବ ନାହିଁ । କୋମଲ ବର୍ତ୍ତମାନ ବହୁତ ଖୁସିରେ ମଧ୍ୟ ଅଛନ୍ତି ।

ସବୁଠାରୁ ବିଶେଷ କଥା ହେଉଛି କି ହିମେଶ ଙ୍କର ଦୁଇଜଣ ପତ୍ନୀ ଗୋଟିଏ ବିଲଡିଙ୍ଗରେ ହିଁ ରହୁଛନ୍ତି ଯାହା ଟିକେ ଆଶ୍ଚର୍ଯ୍ୟଜନକ କଥା ଅଟେ । ହିମେଶ ତାଙ୍କ ଦ୍ଵିତୀୟ ପତ୍ନୀଙ୍କ ସହିତ ଲୋଖଣ୍ଡବାଲାର ୩୫ ନମ୍ବର ବିଲଡିଙ୍ଗରେ ରହୁଛନ୍ତି ଏବଂ ସେହି ସମାନ ବିଲଡିଙ୍ଗର ୩୬ତମ ମହଲାରେ ତାଙ୍କର ପ୍ରଥମ ପତ୍ନୀ କୋମଳ ରହୁଛନ୍ତି ।