ଫିକା ପଡିଲା କ୍ୟାରିୟର ତ ୭ ବର୍ଷ ବଡ ଡାୟରେକ୍ଟର ସହ କରିଲେ ବିବାହ, ଏବେ ଏହି ସୁନ୍ଦର ଡ୍ରେସ ରେ ଦେଖାଯାଉଛନ୍ତି ଅପ୍ସରା ପରି

ଆପଣମାନେ ସମସ୍ତେ ଜାଣିଥିବେ କି ପୂର୍ବବର୍ଷ ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ମର୍ଦାନୀ ୨’ ରିଲିଜ ହୋଇଥିଲା । ଏହି ଫିଲ୍ମରେ ରାଣୀ ପୋଲିସ ଅଫିସରର ଭୂମିକା କରିଥିଲେ । ରାଣୀ ମୁଖାର୍ଜୀ ଏମିତି ଜଣେ ଅଭିନେତ୍ରୀ ଅଟନ୍ତି, ଯାହାଙ୍କୁ ଲୋକମାନେ ବହୁତ ପସନ୍ଦ କରନ୍ତି । ରାଣୀ ମୁଖାର୍ଜୀ ହେଉଛନ୍ତି ବହୁତ ସିନିୟର ଅଭିନେତ୍ରୀ । ଲୋକମାନେ ତାଙ୍କର ଅଭିନୟକୁ ବହୁତ ପସନ୍ଦ କରନ୍ତି ।

କିଛି ବର୍ଷ ପୂର୍ବରୁ ରାଣୀ ମୁଖାର୍ଜୀଙ୍କ ଫିଲ୍ମ ଲୋକମାନେ ବହୁତ ପସନ୍ଦ କରୁଥିଲେ, ହେଲେ ମଝିରେ ତାଙ୍କ କ୍ୟାରିୟର ଫିକା ପଡି ଯାଇଥିଲା ।ଯାହାଫଳରେ ସେ ୨୦୧୪ ମସିହାରେ ତାଙ୍କ ଠାରୁ ୭ ବର୍ଷ ବଡ ଡାୟରେକ୍ଟର ସହ ବିବାହ କରିଥିଲେ । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ରାଣୀ ମୁଖାର୍ଜୀ ଆଦିତ୍ୟ ଚୋପଡାଙ୍କ ସହ ବିବାହ କରିଛନ୍ତି । ଆଦିତ୍ୟଙ୍କ ବୟସ ୪୮ ବର୍ଷ ହୋଇଥିବା ବେଳେ ରାଣୀଙ୍କ ବୟସ ହେଉଛି ୪୧ ବର୍ଷ । କିଛି ଦିନ ତଳେ ରାଣୀ ମୁମ୍ବାଇ ପୋଲିସ କାର୍ଯ୍ୟକ୍ରମ ଉମଙ୍ଗ ୨୦୨୦ରେ ପହଞ୍ଚିଥିଲେ । ସେଠାରେ ସେ ଚମକୁଥିବା ଡ୍ରେସ ପିନ୍ଧିଥିଲେ । ଯାହାଫଳରେ ସେ ବହୁତ ଅଧିକ ହଟ୍ ଓ ଆକର୍ଷକ ଦେଖାଯାଉଥିଲେ । ସୋସିଆଲ ମିଡିଆରେ ରାଣୀଙ୍କର ଏହି ଫଟୋ ବହୁତ ଭାଇରାଲ ହୋଇଛି ।

ରାଣୀ ଏହି ସବୁ ଫଟୋରେ ବହୁତ ଖୁସି ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ରାଣୀଙ୍କର ଏହି ଫଟୋ ଲୋକମାନଙ୍କର ମନକୁ ଜିତି ନେଇଛି । ରାଣୀ ମୁଖାର୍ଜୀ ତାଙ୍କ କ୍ୟାରିୟରରେ ମର୍ଦାନୀ, ମର୍ଦାନୀ ୨, କୁଛ କୁଛ ହୋତା ହେ, ବିଛୁ ଓ ହିଚିକି ଆଦି ବହୁତ ଫିଲ୍ମ କରିଛନ୍ତି । ୨୦୦୫ ମସିହାରେ ରାଣୀ ବଲିଉଡ୍ ର ଟପ୍ ୧୦ ଶକ୍ତିଶାଳୀ ହସ୍ତୀମାନଙ୍କ ମଧ୍ୟରେ ଏକ ମାତ୍ର ମହିଳା ଥିଲେ । ସେ ଲଗାତାର ୩ ବର୍ଷ ପର୍ଯ୍ୟନ୍ତ ଫିଲ୍ମ ଫେୟାର ଆୱାର୍ଡ ଜିତିଛନ୍ତି ।