ଅଭିନେତ୍ରୀ ଖୋଲିଲେ ବଲୀଉଡର ଗୁମର, କହିଲେ – ‘ମଜା ପାଇଁ ଛୁଉଁ ଥିଲା ଏହି ପ୍ରସିଦ୍ଧ ଡାୟରେକ୍ଟର, ଆଉ ତା ପରେ…’

ଆଜି ବି ଫିଲ୍ମି ଦୁନିଆରେ କୌଣସି ସାଧାରଣ ବ୍ୟକ୍ତି ନିଜ ଝିଅକୁ କ୍ୟାରିୟର ଗଢିବାକୁ ଦେଇ ନ ଥାଏ । କାରଣ ସେଠାରେ କିଛି ଏମିତି ସତ୍ୟତା ଅଛି ଯାହା ପାଇଁ ସେମାନେ ଚାହାନ୍ତି ନାହିଁ କି ସେମାନଙ୍କ ଝିଅର ଜୀବନ ବର୍ବାଦ ହୋଇଯାଉ । ବର୍ଷ ୨୦୧୭ ରେ ବଲୀଉଡରେ #Metoo କୈଂପେନ ଚାଲିଥିଲା । ଯେଉଁଥିରେ ବହୁତ ଝିଅମାନେ ବଲୀଉଡର ପପୁଲାର ଚେହେରାଙ୍କର ରହସ୍ୟ ଖୋଲି ଥିଲେ । ତଥାପି ଏହିଭଳି କାମ ବନ୍ଦ ହୋଇ ନାହିଁ । ବର୍ତ୍ତମାନ ଏହି ଅଭିନେତ୍ରୀ ଜଣକ ଖୋଲିଲେ ବଲୀଉଡର ରହସ୍ୟ ଓ ଏକ ନିର୍ଦ୍ଦେଶକଙ୍କ ବିଷୟରେ ବହୁତ କଛି କହିଲେ ।

ଅଭିନେତ୍ରୀ ଖୋଲିଲେ ବଲୀଉଡର ଗୁମର

Image courtesy: Google

ପ୍ରସିଦ୍ଧ ଫିଲ୍ମ ଅଭିନେତ୍ରୀ ସମେକ୍ଷା ସିଂହ ଫିଲ୍ମି ଦୁନିଆର ଗୁମର ଖୋଲିଛନ୍ତି ଓ ସେ କହିଲେ କି ମଜା ପାଇଁ ସ୍ପର୍ଶ କରୁଥିଲା ଓ ସମସ୍ତଙ୍କ ସାମ୍ନାରେ ବିକିନୀ ପିନ୍ଧି ଆସିବା ପାଇଁ କୁହା ଯାଉଥିଲା ।‘ କହିବାକୁ ଗଲେ ସମେକ୍ଷା ସିଂହ ଗତ ୧୫ ବର୍ଷ ହେବ ତାମିଲ, ତେଲୁଗୁ, କାନ୍ନାଡା, ପଞ୍ଜାବୀ ଓ ହିନ୍ଦୀ ଭାଷାରେ ଫିଲ୍ମ ଓ କିଛି ସିରିୟଲ ଗୁଡିକରେ ବି କାମ କରିଛନ୍ତି । ନବଭାରତ ଟାଇମ୍ସରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସମେକ୍ଷା ସିଂହ ଫିଲ୍ମ ଇଣ୍ଡଷ୍ଟ୍ରିର ସତ୍ୟତା କହିଲେ ।

ସେ କହିଲେ କି, “ସାଉଥ ଓ ନର୍ଥରେ ଅଲଗା ଅଲଗା ମାଇଣ୍ଡସେଟ ର ଲୋକମାନେ ରୁହନ୍ତି । କିଛି ଲୋକମାନେ ଇଣ୍ଡଷ୍ଟ୍ରିରେ ଝିଅମାନଙ୍କୁ ଅଲଗା ଅଲଗା ନଜରରେ ଦେଖିଥାନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ ନିର୍ଭୟର ସହିତ ସମେକ୍ଷା ସିଂହ କଥାବାର୍ତ୍ତା କରି କାହାର ବି ନାଁ ନ ନେଇ ବହୁତ କିଛି କହିଦେଲେ ।

Image courtesy: Google

ସମେକ୍ଷା କହିଲେ କି, ଗୋଟିଏ ରୋମାଣ୍ଟିକ ସିନ ସମୟରେ ମୁଁ ଅଳ୍ପ ଅସହଜ ଥିଲି ଓ ଏହା ପରେ ନିର୍ଦ୍ଦେଶକ ମୋ ପାଖକୁ ଆସିଲେ ଓ ମୋତେ ସିନ ବୁଝାଇବା ବାହାନରେ ମୋର ଶରୀରକୁ ସ୍ପର୍ଶ କରୁଥିଲେ ଓ ମୁଁ ତାଙ୍କର ଖରାପ ଭାବନା ବିଷୟରେ ବୁଝିଗଲି । ଏହା ପରେ କିଛି ସିନ ଠିକ ହୋଇଥିଲେ ବି ସେ ଜାଣିଶୁଣି ତାକୁ ପୁଣି ଥରେ କରୁଥିଲେ ଓ ମୋ ପାଖକୁ ଚାଲି ଆସୁଥିଲେ ।“

ଏହା ପରେ ସେ କହିଲେ କି ଥରେ ଏକ ଡିଜାଇନର ଏକ ବିକିନୀ ଆଣି ସମସ୍ତଙ୍କ ସାମ୍ନାରେ କହିଲା କି ଆପଣଙ୍କୁ ଏହା ପିନ୍ଧିବାର ଅଛି । ମୁଁ ମନା କରିବାରୁ ସେ କହିଲା କି ଏହା ନିର୍ଦ୍ଦେଶକଙ୍କ ଅର୍ଡର ଅଟେ ଆପଣଙ୍କୁ ମାନିବାକୁ ପଡିବ । ସେଠାରେ ସୁଟ ଚାଲୁଥିଲା ଓ ସମସ୍ତେ ସେଠାରେ ଉପସ୍ଥିତ ଥିଲେ ସେଥିପାଇଁ ମୁଁ ସମସ୍ତଙ୍କ ସାମ୍ନାକୁ ପିନ୍ଧି ଆସିବା ପାଇଁ ମନା କରିଦେଲି ।

ଏହି ଫିଲ୍ମରେ ନଜର ଆସି ସାରିଛନ୍ତି ସମେକ୍ଷା

Image courtesy: Google

ଆପଣଙ୍କୁ କହିଦେଉଛୁ କି ସମେକ୍ଷା ସିଂହ ବର୍ଷ ୨୦୦୪ରେ ମଡେଲିଙ୍ଗରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଓ ଏହା ପରେ ସେ ପଞ୍ଜାବୀରେ ବହୁତ ଫିଲ୍ମରେ କାମ କରିଛନ୍ତି । ଏହା ମଧ୍ୟରେ ତାଙ୍କୁ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଅଫର ଆସିଲା ଓ ସେ ବଲୀଉଡରେ ବି କାମ କରିଛନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।