ଭଙ୍ଗା କୁଡିଆରେ ରହୁଥିବା ସହିଦଙ୍କ ପରିବାରକୁ ସରକାର କରିଲେ ନାହିଁ ସାହାର୍ଯ୍ୟ, ଗ୍ରାମବାସୀମାନେ ଚାନ୍ଦା କରି ବନେଇ ଦେଲେ ‘ମହଲ’

ଦେଶ ପାଇଁ ଯବାନ ସହିଦ ହୋଇଥାନ୍ତି । ସେଥିପାଇଁ ତାଙ୍କର ପରିବାର ପାଇଁ ଆମ ସମସ୍ତଙ୍କୁ କିଛି ନା କିଛି କରିବା ଉଚିତ । କହିବାକୁ ଗଲେ ନିଜ ସାମର୍ଥ୍ୟ ହିସାବରେ ସେମାନଙ୍କୁ ସାହାର୍ଯ୍ୟ କରିବା ଉଚିତ । କିନ୍ତୁ ମଧ୍ୟପ୍ରଦେଶରେ ଏକ ଚାଳଘରେ ରହୁଥିବା ସହିଦର ପରିବାରକୁ ସରକାର ତରଫରୁ କୌଣସି ବି ସାହାର୍ଯ୍ୟ ମିଳିଲା ନାହିଁ, ଶେଷରେ ଗ୍ରାମବାସୀମାନେ ଏକାଠି ହୋଇ ଏମିତି ସାହାର୍ଯ୍ୟ କରିଲେ କି ଯାହା ସମସ୍ତଙ୍କର ମନେ ରହିଗଲା ।

ଚାଳଘରେ ରହୁଥିବା ସହିଦର ପରିବାରକୁ ସରକାର ତରଫରୁ ମିଳିଲା ନାହିଁ ସାହାର୍ଯ୍ୟ

ମଧ୍ୟପ୍ରଦେଶର ଦେପାଲବପୁର ର ପୀର ପୀପଲିୟା ଗ୍ରାମର ଲୋକମାନେ କିଛି ଏମିତି କରିଲେ କି ଯାହାକୁ ଦେଖି ଆପଣଙ୍କ ଚେହେରାରେ ଖୁସି ଚାଲି ଆସିବ । ପୀର ପୀପଲିୟା ଗ୍ରାମରେ ରହୁଥିବା ହବଲଦାର ମୋହନ ସିଂହ ସୁନେର ତ୍ରିପୁରାରେ ବୀଏସଏଫ ଯବାନ ଥିଲେ । ସେ ଆତଙ୍କବାଦୀ ସହ ଲଢିବା ସମୟରେ ହିଁ ସହିଦ ହୋଇ ଯାଇଥିଲେ ।

୨୭ ବର୍ଷ ହେବ ତାଙ୍କର ପରିବାର ଏକ ଭଙ୍ଗା ଚାଳ ଘରେ ରହିବା ପାଇଁ ବାଧ୍ୟ ଥିଲେ ଓ ଯେଉଁ ପେନସନ ଟଙ୍କା ଆସୁଥିଲା ସେଥିରେ ପୁରା ପରିବାର  ବହୁତ କଷ୍ଟରେ ନିଜର ଜୀବନ ଯାପନ କରୁଥିଲା । ଏହା ମଧ୍ୟରେ ବହୁତ ଥର ସ୍ଥାନୀୟ ଲୋକମାନେ ସରକାରଙ୍କୁ ତାଙ୍କର ପରିବାର ପାଇଁ ଏକ ଛାତ ଘର ପାଇଁ ଅପିଲ କରିଲେ । କିନ୍ତୁ ସେଠୁ କିଛି ବି ସାହାର୍ଯ୍ୟ ମିଳିଲା ନାହିଁ ।

ଶୀତ ଦିନ ଓ ବର୍ଷା ଦିନରେ ବି ମହିଳା ଓ ପିଲାମାନଙ୍କୁ ବହୁତ ସମସ୍ୟା ହେଉଥିଲା । ଏହା ପରେ ଲୋକମାନେ ମିଶି ଚାନ୍ଦା କଲେ ଓ ୧୧ ଲକ୍ଷ ଟଙ୍କା ଜମା କରି ସହିଦର ବିଧବା ରାଜୁ ବୋଇକୁ ରକ୍ଷାବନ୍ଧନରେ ଏକ ଉପହାର ଦେଲେ । ଉପହାର ଦେବାର ଉପାୟ ବି ଅଦ୍ଭୁତ ଥିଲା ।

ଦେଖନ୍ତୁ ଭିଡିଓ –

ସମସ୍ତେ ତାଙ୍କୁ ନିଜ ଭଉଣୀ ବୋଲି ମାନୁଥିଲେ ଓ ଭଉଣୀକୁ ନିଜ ଭାଇମାନଙ୍କର ହାତ ଉପରେ ଚଲାଇ ନିଜର ନୂଆ ଘରେ ପ୍ରବେଶ କରାଇଲେ । କହିଦେଉଛୁ କି ସହିଦର ପରିବାର ଲୋକମାନେ ଦିନ ମଜୁରିଆ କାମ କରି ନିଜର ପାଳନ ପୋଷଣ କରୁଥିଲେ ଓ ସହିଦର ପେନସନ ସ୍ୱରୂପ କେବଳ ୭୦୦ ଟଙ୍କା ହିଁ ଆସିଥାଏ । ଯାହାକି ତିନି ଜଣ ଲୋକମାନଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ ।

ଯୁବକମାନେ ଉଠାଇ ଥିଲେ ସବୁଠୁ ପ୍ରଥମ ପଦକ୍ଷେପ

ଗ୍ରାମର ଯୁବକମାନେ ଏକ ଅଭିଯାନ ଚଳାଇଲେ ଓ ଦେଖୁ ଦେଖୁ ୧୧ ଲକ୍ଷ ଟଙ୍କା ଜମା ହୋଇଗଲା । ଏହା ଦ୍ଵାରା ହିଁ ଘର ପ୍ରସ୍ତୁତ ହୋଇଗଲା ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।