ଆକାଶ ମଝିରେ ଖରାପ ହେଲା ଉଡା ଜାହାଜର ଇଞ୍ଜିନ, ତଳେ ପଡିବା ସତ୍ତ୍ୱେ ବି ବଞ୍ଚିଗଲେ ୨୨୬ ଜଣ ଯାତ୍ରୀ, ଦେଖନ୍ତୁ କେମିତି

ଉଡା ଜାହାଜରେ ଯାତ୍ରାକୁ ସବୁଠୁ ଅଧିକ ଫାଷ୍ଟ ବୋଲି କୁହାଯାଏ । ଯାହା ଆମକୁ ଆମର ଗନ୍ତବ୍ୟ ସ୍ଥଳରେ ବସ କିମ୍ବା ଟ୍ରେନ ତୁଳନାରେ ଜଲ୍ଦି ପହଞ୍ଚାଇ ଦେଇଥାଏ । କହିବାକୁ ଗଲେ ଉଡା ଜାହାଜର ଯାତ୍ରା ସବୁଠୁ ସୁରକ୍ଷିତ ବୋଲି କୁହାଯାଏ କିନ୍ତୁ ସବୁ ଯାତାୟାତ ବାହନ ଭଳି ଏଥିରେ ବି ବହୁତ ରିସ୍କ ଥାଏ । ଉଡା ଜାହାଜ ମାଟିରୁ ହଜାର ହଜାର ଫୁଟ ଉଚ୍ଚତାରେ ଉଡିଥାଏ । ଏମିତିରେ ଯଦି ପ୍ଳେନରେ କିଛି ବି ତୃଟି ଆସିଯାଏ ତେବ ପ୍ଳେନ ସିଧା ତଳେ ପଡି ଯାଇଥାଏ  ଓ ସେଥିରେ ଥିବା ସମସ୍ତ ଯାତ୍ରୀଙ୍କର ବଞ୍ଚିବା ବି ଅସମ୍ଭବ ହୋଇଯାଏ ।

କିନ୍ତୁ ବର୍ତ୍ତମାନ ହିଁ Moscow ଏୟାରପୋର୍ଟ ପାଖାପାଖି ଯେତେବେଳେ ଏକ ପ୍ଳେନର ଦୁଇଟି ଇଞ୍ଜିନ ଖରାପ ହୋଇଗଲା ତେବେ ସେ ଆକାଶରେ ହିଁ ନିଜର ନିୟନ୍ତ୍ରଣ ହରାଇ ଦେଲା ଓ ସିଧା ତଳକୁ ଗଳି ପଡିଲା । କିନ୍ତୁ ସେଥିରେ ବସିଥିବା ୨୨୬ ଜଣ ଯାତ୍ରୀଙ୍କର ଜୀବନ ବଞ୍ଚିଗଲା । କହିବାକୁ ଗଲେ ଏହା କୌଣସି ଚମତ୍କାର ନୁହେଁ, ଏହା ପ୍ଳେନ ଉଡାଉଥିବା ଦୁଇ ଜଣ ପାଇଲଟଙ୍କର ବୁଦ୍ଧିମତାର ଫଳ ଅଟେ ।

ପ୍ରକୃତରେ Ural Airlines Airbus A321 ନାମକ ଏକ ଫ୍ଲାଇଟ Moscow ରୁ Simferopol ଯାଉଥିଲା । ଏହି ପ୍ଲେନକୁ Damir Yusupov ଓ କୋ – ପାଇଲଟ Georgy Murzin ଉଡାଉଥିଲେ । ଏମାନେ Moscow ଏୟାରପୋର୍ଟରୁ ଟେକଅପ କରି କିଛି ଦୂର ଯିବା ପରେ ପ୍ଳେନ ସାମ୍ନାରେ ପକ୍ଷୀମାନଙ୍କର ଏକ ଦଳ ପ୍ଲେନର ପ୍ରଥମ ଇଞ୍ଜିନ ଭିତରେ ପଶିଗଲେ ।

ଯେଉଁ କାରଣରୁ ପ୍ଲେନ ନିଜର ସନ୍ତୁଳନ ହରାଇ ଦେଲା । ଏହା ପରେ ପୁଣି ଅନ୍ୟ ଏକ ପକ୍ଷୀ  ପ୍ଲେନର ଦ୍ଵିତୀୟ ଇଞ୍ଜିନରେ ପଶିଗଲା । ତା ପରେ  ପ୍ଲେନର ଦୁଇଟି ଯାକ ଇଞ୍ଜିନ ଠିକ ସେ କାମ କରିଲା ନାହିଁ ।

ଏମିତିରେ ଦୁଇ ପାଇଲଟ ବୁଦ୍ଧିମତାର ସହ ପ୍ଳେନକୁ ଇମରଜେଂସି ଲ୍ୟାଡିଙ୍ଗ କରିବା ପାଇଁ ନିର୍ଣ୍ଣୟ ନେଲେ । ଏହା ପରେ ସେମାନେ ପ୍ଲେନକୁ ଏକ ଚାଷ ଜମିରେ ଲ୍ୟାଣ୍ଡିଂ କରାଇଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଇମରଜେଂସି ଲ୍ୟାଡିଙ୍ଗ ହେବା ସତ୍ତ୍ୱେ ବି ପ୍ଲେନରେ ବସିଥିବା ୨୨୬ ଯାତ୍ରୀଙ୍କର ଜୀବନ ବଞ୍ଚିଗଲା । କିନ୍ତୁ ଏଥିରେ ୫୫ ଯାତ୍ରୀଙ୍କୁ ତୁରନ୍ତ ମେଡିକାଲ ସାହାର୍ଯ୍ୟ ଦରକାର ହେଲା କିନ୍ତୁ ସେମାନଙ୍କର ବିଶେଷ କ୍ଷତି ହେଇନାହିଁ।

ଏହି ପୁରା ଘଟଣାରେ ସବୁଠୁ ଅଧିକ ପ୍ରଶଂସା ପାଇଲଟଙ୍କର ହେଉଛି । ବିମାନରେ ବସିଥିବା ଯାତ୍ରୀମାନଙ୍କର କହିବା ଅଟେ କି ତାଙ୍କୁ ଦ୍ଵିତୀୟ ଜନ୍ମ ମିଳିଛି । ଯଦି ଏହି ଦୁଇ ଜଣ ପାଇଲଟ ଡରି ଯାଇଥାନ୍ତେ ଓ କିଛି ବି ସତର୍କତା କିମ୍ବା ବୁଦ୍ଧିମତା ନ ଦେଖାଇଥାନ୍ତେ ତେବେ ସମସ୍ତ ଯାତ୍ରୀଙ୍କର ଜୀବନ ବଞ୍ଚିବା ଅସମ୍ଭବ ହୋଇଥାନ୍ତା । ପ୍ଲେନ ଖରାପ ହୋଇଥିବାର ସୂଚନା ପାଇଲଟ ପ୍ରଥମରୁ ହିଁ ଅଧିକାରୀଙ୍କୁ ଦେଇ ଦେଇଥିଲେ । ସେଥିପାଇଁ ସେମାନେ ସଙ୍ଗେ ସଙ୍ଗେ ମେଡିକାଲ ସାହାର୍ଯ୍ୟ ନେଇ ସେହି ସ୍ଥାନରେ ପହଞ୍ଚି ଯାଇଥିଲେ ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।