ନିଜ ପ୍ରଥମ ପତ୍ନୀଙ୍କ ଉପରେ ଭିଣୋଇ ଙ୍କ ସହ ଅବୈଧ ସମ୍ବନ୍ଧ ଥିବାର ଆରୋପ ଲଗାଇଥିଲେ Raj Kundra, କହିଥିଲେ କିଛି ଏମିତି…

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଫିଲ୍ମ ବନାଇବା ଓ ସେଥିରେ ଝିଅମାନଙ୍କୁ ଜବରଦସ୍ତି ସେହି କାମ କରାଇବା ଆରୋପରେ ଗିରଫ କରିଛି ମୁମ୍ବାଇ ପୋଲିସ । ଏହି ଖବର ବାହାରକୁ ଆସିବା ପରେ ସୋସିଆଲ ମିଡିଆରେ ଉଭୟ ଶିଳ୍ପା ଓ ରାଜ କୁନ୍ଦ୍ରାଙ୍କୁ ଖୁବ ଟ୍ରୋଲ କରାଯାଉଛି ।

କିନ୍ତୁ ଏହା ପ୍ରଥମ ଥର ପାଇଁ ନୁହେଁ, ଏହା ପୂର୍ବରୁ ମଧ୍ୟ ଅନେକ ଥର ରାଜ କୁନ୍ଦ୍ରା ବିବାଦରେ ଆସି ସାରିଛନ୍ତି । ଏପରିକି ଶିଳ୍ପାଙ୍କ ସହ ରାଜ କୁନ୍ଦ୍ରାଙ୍କ ସମ୍ପର୍କ ମଧ୍ୟ ବିବାଦରେ ରହି ସାରିଛି । ୧୯୭୫ ରେ ଲଣ୍ଡନରେ ଜନ୍ମ ହୋଇଥିବା ରାଜ କୁନ୍ଦ୍ରାଙ୍କ ପିତା ଜଣେ କଣ୍ଡକ୍ଟର ଥିଲେ ଓ ତାଙ୍କ ମାଆ ଏକ ଦୋକାନରେ କାମ କରୁଥିଲେ । ୧୮ ବର୍ଷ ବୟସରେ ପାଠପଢା ଛାଡି ରାଜ କୁନ୍ଦ୍ରା ବିଜନେସ ଆରମ୍ଭ କରିଥିଲେ ଓ ବର୍ତ୍ତମାନ ତାଙ୍କୁ ପ୍ରାୟ ୨୪୦୦ ରୁ ୨୭୦୦ କୋଟି ତାଙ୍କର ମାଲିକ ବୋଲି କୁହାଯାଉଛି ।

ସେ ୧୦ଟି ଅଲଗା ଅଲଗା କମ୍ପାନୀର ମାଲିକ ଏବଂ ପାର୍ଟନର ମଧ୍ୟ ଅଟନ୍ତି । ୨୦୦୪ରେ ବ୍ରିଟିଶ ପତ୍ରିକା ତାଙ୍କୁ ସବୁଠୁ ଧନୀ ଏସିଆନଙ୍କ ମଧ୍ୟରେ ୧୯୮ ତମ ସ୍ଥାନ ଦେଇଥିଲା । କୁହାଯାଏ ସେ ପତ୍ନୀ ଶିଳ୍ପା ସେଟ୍ଟୀଙ୍କୁ ବିବାହ ପରେ ଓ ପୂର୍ବରୁ ମଧ୍ୟ କୋଟି କୋଟି ଟଙ୍କାର ଗିଫ୍ଟ ଦେଇ ସାରିଛନ୍ତି । ତେବେ ଏମାନଙ୍କ ସମ୍ପର୍କ ମଧ୍ୟ ବିବାଦରେ ରହି ସାରିଛି । କୁଆଯାଏ କି ପ୍ରଥମ ପତ୍ନୀଙ୍କ ସହ ଥିବା ସମଯରୁ ହିଁ ରାଜ କୁନ୍ଦ୍ରା ଶିଳ୍ପା ସେଟ୍ଟୀଙ୍କ ଆଫେୟାର ରଖିଥିଲେ । ରାଜ କୁନ୍ଦ୍ରାଙ୍କ ପ୍ରଥମ ପତ୍ନୀ କବିତା, ଶିଲ୍ପାଙ୍କୁ ହୋମ ବ୍ରେକର ବୋଲି କୁହନ୍ତି ।

କିନ୍ତୁ ରାଜ କୁନ୍ଦ୍ରା ମଧ୍ୟ ଚୁପ ରହି ନ ଥିଲେ ସେ ମଧ୍ୟ ନିଜ ପତ୍ନୀଙ୍କ ଉପରେ ସଙ୍ଗୀନ ଆରୋପ ଲଗାଇଥିଲେ । ରାଜ କୁନ୍ଦ୍ରା ତାଙ୍କ ନିଜ ଭିଣୋଇଙ୍କ ସହ ତାଙ୍କ ପ୍ରଥମ ପତ୍ନୀ କବିତାଙ୍କ ଅବୈଧ ସମ୍ବନ୍ଧ ଥିଲା ବୋଲି କହିଥିଲେ । ଏପରିକି ତାଙ୍କ ପରିବାର ଲୋକେ ମଧ୍ୟ ଅନେକ ଥର କବିତାଙ୍କୁ ତାଙ୍କ ଭିଣୋଇଙ୍କ ସହ ଅବୈଧ ସମ୍ବନ୍ଧ ରଖୁଥିବାର ଦେଖିଛନ୍ତି ବୋଲି ସେ ଆରୋପ ଲଗାଇଥିଲେ । ବ୍ଯ୍ବହାର ମାତ୍ର ତିନି ବର୍ଷ ପରେ ରାଜ କୁନ୍ଦ୍ରା ତାଙ୍କ ପ୍ରଥମ ପତ୍ନୀ କବିତାଙ୍କୁ ଛାଡପତ୍ର ଦେଇଥିଲେ ଓ  କବିତାଙ୍କ ସହ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି ।

ଶିଳ୍ପାଙ୍କ ସହ ବିବାହ କରିବାର ୧୨ ବର୍ଷ ପରେ ରାଜ କୁନ୍ଦ୍ରା ପୁଣି ଠାରେ ଏତେ ବଡ ବିବାଦରେ ଫସିଛନ୍ତି । ଏହା ପୂର୍ବରୁ ରାଜ କୁନ୍ଦ୍ରା ଆଇପିଏଲ ଟିମ ରାଜସ୍ଥାନ ରୟାଲ ର ସହ ମାଲିକ ଥିବା ବେଳେ ମ୍ଯାଚ ଫିକ୍ସିଙ୍ଗକୁ ନେଇ ମଧ୍ୟ ଦୀର୍ଘ ସମୟ ଧରି ସନ୍ଦେହ ଘେରରେ ଥିଲେ । ଲୋଢା ସମିତି ତାଙ୍କୁ ଦୋଷୀ ମାନି ଯେକୌଣସି କ୍ରିକେଟ ଗତିବିଧିରେ ମଧ୍ୟ ଭାଗୀଦାର ନ ହେବାକୁ ଆଦେଶ ଦେଇଥିଲା ।

ଏହା ସହ ରାଜସ୍ଥାନ ରୟାଲକୁ ଦୁଇ ବର୍ଷ ପାଇଁ ବ୍ୟାନ ମଧ୍ୟ କରାଯାଇ ଥିଲା । ଏତିକି ନୁହେଁ ତାଙ୍କ ନାମ ବିଟକଏନ ସ୍କାମ ସହ ମଧ୍ୟ ଯୋଡି ହୋଇଥିଲା । କିନ୍ତୁ ଏଥରର ବିବାଦ ବହୁତ ବଡ ଅଟେ ବୋଲି କୁହାଯାଉଛି । ଏଥିପାଇଁ ତାଙ୍କୁ ୧୦ ଲକ୍ଷ ତାଙ୍କର ଜୋରିମାନା ସହ ୫ ବର୍ଷ ଯାଏ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ । ଏଥିରେ ଆପଣ ମାନଙ୍କ ମତାମତ କଣ ନିଶ୍ଚୟ କମେନ୍ଟ କରିବେ ।