ଏହି 3 ଜଣ ଷ୍ଟାର କିଡ୍ସ Bollywood କୁ ଆସିଲେ ସମସ୍ତଙ୍କର କରିଦେବେ ଛୁଟି, ସୋନୁ ସୁଦଙ୍କ ପୁଅ ତ ଅସଲି ଦବଙ୍ଗ

ବଲିଉଡରେ କିଛି କଳାକାର ଏମିତି ହୋଇଥାଆନ୍ତି ଯିଏ ସମସ୍ତଙ୍କ ମନରେ ନିଜର ଛବି ଛାଡ଼ି ଦେଇଥାନ୍ତି, ଏମାନଙ୍କର ଫିଲ୍ମରେ ନିଜର ଗୋଟେ ଅଲଗା ଷ୍ଟାଇଲ ରହିଥାଏ । ସମୟ ସହିତ ଆମକୁ ଚାଲିବାକୁ ପଡିବ । ନ ଚାହୁଁଥିଲେ ମଧ୍ୟ ନିଜେ ଭଲପାଉଥିବା କଳାକାରଙ୍କୁ ବିଦାୟ କହିବାକୁ ପଡ଼ିବ, ଏମିତିରେ ଯଦି ଆମେ ତାଙ୍କ ବଦଳରେ କୌଣସି କଳାକାର ଖୋଜିବା ତେବେ ତାଙ୍କ ପିଲାଙ୍କ ଠାରୁ ଆଉ କେହି ଅଧିକ ହେବେନି ।

ଏହି କାରଣ ପାଇଁ କେତେକ ଷ୍ଟାର କିଡ୍ସ ଏହି କିଛି ଦିନ ହେବ ବଳିଉଡରେ ଏଣ୍ଟ୍ରି କରୁଛନ୍ତି, ଆଜି ଆମେ ଆପଣଙ୍କୁ ତିନୋଟି ଏମିତି ଷ୍ଟାର କିଡ୍ସଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଭବିଷ୍ୟତରେ ଦମଦାର ରୁପରେ ବଲିଉଡରେ ଏଣ୍ଟ୍ରି ନେବେ ।

ଇବ୍ରାହିମ ଅଲି ଖାନ ପଟୌଦି

ଇବ୍ରାହିମ ବଲିଉଡର ନବାବ ସେଫ ଅଲି ଖାନ ଓ ଚୁଲବୁଲି ନାୟିକା ଅମୃତା ସିଂହଙ୍କର ପୁଅ ଅଟନ୍ତି, ଇବ୍ରାହିମ ନିଜ ପିତା ସେଫଙ୍କ କାର୍ବନ କପି ଲାଗନ୍ତି, ସେ ତାଙ୍କପରି ଦେଖିବାକୁ ବହୁତ ହ୍ୟାଣ୍ଡସମ, ଇଂଷ୍ଟାଗ୍ରାମରେ ତାଙ୍କର ଫଟୋ ଓ ଭିଡିଓ ସବୁ ଅଧିକ ଭାଇରାଲ ହୋଇଥାଏ, ଇବ୍ରାହିମଙ୍କୁ ଦେଖି ଆମେ ପୁରା ବିଶ୍ବାସ ସହ କହିପାରିବା କି ସେ ଫିଲ୍ମରେ ଲିଡ ଆକ୍ଟର ରୂପେ ଡେବ୍ୟୁ କରିବେ ।

କିନ୍ତୁ ତାଙ୍କ ଭଉଣୀ ସାରା ଅଲି ଖାନ ପ୍ରଥମରୁ ହିଁ ବଲିଉଡର ଭଲ ଆକ୍ଟ୍ରେସ ହେଇ ସାରିଲେଣି । ସେ ‘ କେଦାରନାଥ’ ଫିଲ୍ମରୁ ନିଜର ଡେବ୍ୟୁ କରିଥିଲେ, ଏବେ ଏହା ଦେଖିବାର ଅଛି ଇବ୍ରାହିମ ବଲିଉଡରେ ଏଣ୍ଟ୍ରି କେବେ କରୁଛନ୍ତି ।

ଇଶାନ୍ତ ସୁଦ

ଏହି କିଛିଦିନ ଲକ୍ ଡାଉନରେ ସୋନୁ ସୁଦ ଚାରିଆଡ଼େ ଚର୍ଚ୍ଚାରେ ଅଛନ୍ତି, ତାଙ୍କ ପାଇଁ ଆଜି କେତେକ ପ୍ରବାସୀ ଶ୍ରମିକ ନିଜ ଘର ଓ ପରିବାର ପାଖକୁ ଫେରି ଯାଇଛନ୍ତି, ସୋନୁ ନା କେବଳ ଦେଖିବାକୁ ହ୍ୟାଣ୍ଡସମ ଅଟନ୍ତି ତାଙ୍କ ବଡି ମଧ୍ୟ କମାଲ ଅଟେ, ନିଜ ପିତାଙ୍କୁ ଅନୁସରଣ କରି ତାଙ୍କ ପୁଅ ଇଶାନ୍ତ ସୋନୁ ସୁଦ ମଧ୍ୟ ଭଲ ବଡ଼ି ବନାଇଛନ୍ତି, କିଛିଦିନ ହେବ ନିଜର ସାନଦାର ବଡ଼ି କାରଣରୁ ସେ ଇଂଷ୍ଟାଗ୍ରାମରେ ଭଇରାଲ ହୋଇଥିଲେ, ଇଶାନ୍ତଙ୍କୁ ବଲିଉଡକୁ ଆସିବା ପାଇଁ ଟିକେ ସମୟ ଲାଗିବ, ଏବେ ତାଙ୍କୁ ତାଙ୍କର କଲେଜ ପଢା ମଧ୍ୟ ସାରିବାର ଅଛି ।

ବାବିଲ ଖାନ

କିଛିଦିନ ତଳେ ସ୍ଵର୍ଗବାସ ହୋଇ ସାରିଥିବା ଦିଗଜ୍ଜ୍ ଅଭିନେତା ଇରଫାନ ଖାନଙ୍କ ପୁଅ ଅଟନ୍ତି ବାବିଲ ଖାନ । ବାବିଲ ୨୩ ବର୍ଷର ଅଟନ୍ତି ଓ ଲଣ୍ଡନରେ ଫିଲ୍ମ ମେକିଙ୍ଗର ପଢ଼ାପଢ଼ି କରୁଛନ୍ତି, ଇରଫାନଙ୍କ ଭଳି ବାବିଲ ମଧ୍ୟ ବହୁତ ଇଣ୍ଟେଲିଜେଣ୍ଟ ଅଟନ୍ତି । ଏହି କିଛିଦିନ ହେବ କ୍ୟାମେରାର ପଛପଟର କଳା ଶିକ୍ଷାର ଗୋଟେ ଫଟୋ ସେୟାର କରିଥିଲେ ।

ସେମିତିରେ ବବିଲଙ୍କ ମାଇଣ୍ଡକୁ ଦେଖି ଏହା ଲାଗୁଛି କି ସେ ଅନ ସ୍କ୍ରିନରେ କାମ କରିବା ବଦଳରେ ଅଫ ସ୍କ୍ରିନ କାମ କରିବା ଅଧିକ ପସନ୍ଦ କରିବେ, କିନ୍ତୁ ଏହି ବିଷୟରେ ଏବେ କିଛି କହିବା ଭୁଲ ହେବ । ଥରେ ତାଙ୍କର ପଢ଼ାପଢ଼ି, ପୂରଣ ହୋଇଯାଇ ତାପରେ ଆମେ ଜାଣିପାରିବା କି ସେ ଆକ୍ଟିଙ୍ଗର ଦୁନିଆରେ ଆସୁଛନ୍ତି ନା ଡାଇରେକ୍ଟର ହେଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।