ସିରିଏଲ “ରାମାୟଣ” ର କଳାକାର ମାନଙ୍କ ସୁନ୍ଦରୀ ଝିଅ ମାନଙ୍କୁ ଦେଖିଲେ ଆପଣଙ୍କର ହୋସ ଉଡିଯିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ୮୦ ଦଶକ ର ପ୍ରସିଦ୍ଧ ସିରିଆଲ ରାମାୟଣ ସେହି ସମୟରେ ଟିଭି ରେପ୍ରସାରିତ ହେଉଥିଲା। ଏହି ସିରିଆଲ ଟିଭି ଇତିହାସ ର ସବୁଠାରୁ ଅଧିକ ପ୍ରସିଦ୍ଧ ସିରିଆଲ ଅଟେ। ଏହି ସିରିଆଲ ବିଭିନ୍ନ ରେକର୍ଡ ତିଆରି କରିଥିଲା। ଶୁଣିବାକୁ ମିଳେ ଯେ ସେହି ସମୟରେ ଦର୍ଶକ ମାନେ ଏହି ସିରିଆଲ ଟିଭି ରେ ପ୍ରସାରିତ ହେଉଥିବା ସମୟରେ ଦେଖିବା ନିମନ୍ତେ ଲୋକ ମାନଙ୍କ ଘରେ ଭିଡ଼ ଜମା ହୋଇଯାଉଥିଲା। ସମସ୍ତ ଦର୍ଶକ ଏହି ସିରିଆଲ ଦେଖିବାକୁ ଚାହୁଁଥିଲେ।

ଏହି ସିରିଆଲ ରେ ଅଭିନୟ କରିଥିବା କଳାକାର ଘରେଘରେ ଲୋକପ୍ରିୟତା ହାସଲ କରିଥିଲେ ଏବଂ ଏହା ମଧ୍ୟ ଶୁଣିବାକୁ ମିଳେ ଯେ ଲୋକ ମାନେ ସେହି କଳାକାର ମାନଙ୍କୁ ସ୍ୱୟଂ ଭଗବାନ ଙ୍କ ରୂପ ବୋଲି ମାନି ନେଇଥିଲେ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି କଳାକାର ମାନଙ୍କ ରିଅଲ ଲାଇଫ ଝିଅ ମାନଙ୍କ ସମ୍ବନ୍ଧରେ କହିବୁ। ଯାହାଙ୍କୁ ହୁଏତ ଆପଣ ମାନେ ଆଗରୁ କେବେବି ଦେଖି ନଥିବେ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ଅରୁଣ ଗୋବିଲ- ବନ୍ଧୁଗଣ ଏହି ଅଭିନେତା ଜଣକ ସିରିଆଲ ରାମାୟଣ ରେ ସ୍ୱୟଂ ପ୍ରଭୁ ରାମଚନ୍ଦ୍ର ଙ୍କ ଭୂମିକା ରେ ଅଭିନୟ କରିଥିଲେ। ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ ଏବଂ ପ୍ରଶଂସା ମଧ୍ୟ କରିଥିଲେ।ତାଙ୍କର ଏହି ଭୂମିକା ପାଇଁ ଦର୍ଶକ ମାନେ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ମନେ ରଖିଛନ୍ତି। ଏହି ଅଭିନେତା ଙ୍କ ଝିଅ ଙ୍କ ନାମ ସୋନିକା ଗୋବିଲ ଅଟେ ଏବଂ ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି।


୨. ଦୀପିକା ଚିକଲିୟା- ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ସିରିଆଲ ରାମାୟଣ ରେ ସୀତାମାତା ଙ୍କ ଭୂମିକା ରେ ଅଭିନୟ କରିଥିଲେ।ତାଙ୍କର ଏହି ଭୂମିକା ରେ ସେ କରିଥିବା ଅଭିନୟ ପ୍ରଦର୍ଶନ ଦର୍ଶକ ମାନଙ୍କୁ ମୋହିତ କରିଥିଲା ଏବଂ ସେ ବିଶେଷ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ। ଏହି ଅଭିନେତ୍ରୀ ଆୟୁସ୍ମାନ ଖୁରାନା ଙ୍କ ଫିଲ୍ମ ‘ବାଲା’ ରେ ବର୍ତ୍ତମାନ ସମୟରେ ଅଭିନୟ କରି ସାରିଛନ୍ତି। ଏହି ଅଭିନେତ୍ରୀ ଙ୍କ ଦୁଇଟି ଝିଅ ଅଛନ୍ତି। ଜୁହି ଏବଂ ନୀତି। ଦୀପିକା ଙ୍କ ଦୁଇ ଝିଅ ଦେଖିବାକୁ ବହୁତ ସୁନ୍ଦର।


୩. ଦାରା ସିଂ- ବନ୍ଧୁଗଣ ଏହି ଅଭିନେତା ସିରିଆଲ ରାମାୟଣ ରେ ରାମ ଭକ୍ତ ହନୁମାନ ଙ୍କ ଭୂମିକା ରେ ଅଭିନୟ କରିଥିଲେ। ତାଙ୍କର ଅଭିନୟ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରିଥିଲେ। ୨୦୧୨ ମସିହାରେ ଏହି ଅଭିନେତା ଙ୍କ ଦେହାନ୍ତ ହୋଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଅଭିନୟ ର ଛାପ ଦର୍ଶକ ମାନଙ୍କ ହୃଦୟ ରେ ରହିଛି। ଏହି ଅଭିନେତା ଙ୍କ ୩ ଜଣ ଝିଅ ଅଛନ୍ତି। ଲଭଲି, କମଲ ଏବଂ ଦୀପା ଅଟେ।


୪. ପଦ୍ମା ଖନ୍ନା- ବନ୍ଧୁଗଣ ଏହି ଅଭିନେତ୍ରୀ ସିରିଆଲ ରାମାୟଣ ରେ ରାଜା ଦଶରଥ ଙ୍କ ଦ୍ବିତୀୟ ପତ୍ନୀ କୈକେୟୀ ଙ୍କ ଭୂମିକା ରେ ଅଭିନୟ କରିଥିଲେ। ତାଙ୍କର ଅଭିନୟ ବେଶ ଲୋକପ୍ରିୟ ମଧ୍ୟ ହୋଇଥିଲା। ଏହି ଅଭିନେତ୍ରୀ ଲୋଫର, ସୌଦାଗର, ଜୋହ୍ନି ମେରା ନାମ ଭଳି ଫିଲ୍ମ ରେ କାମ କରିଛନ୍ତି। ଏହି ଅଭିନେତ୍ରୀ ଙ୍କ ଝିଅ ଙ୍କ ନାମ ନେହା ସିଡାନା ଅଟେ।


୫. ମୂଳଦାର ରାଜଦା- ବନ୍ଧୁଗଣ ଏହି ଅଭିନେତା ସିରିଆଲ ରାମାୟଣ ରେ ସୀତା ମାତା ଙ୍କ ପିତା ରାଜା ଜନକ ଙ୍କ ଭୂମିକା ରେ ଅଭିନୟ କରିଥିଲେ।ଏହି ଅଭିନେତା ଙ୍କ ଅଭିନୟ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ ଏବଂ ଖୁବ ପ୍ରଶଂସା ମଧ୍ୟ କରିଥିଲେ। ଏହି ଅଭିନେତା ଙ୍କ ଝିଅ ଙ୍କ ନାମ ବିଜଲ ରାଜଦା ଅଟେ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।