ବହୁତ କମ ବୟସରୁ ଦୁନିଆ ଛାଡି ଚାଲି ଯାଇଛନ୍ତି ଏହି ଓଡିଆ ଅଭିନେତା ଓ ଅଭିନେତ୍ରୀମାନେ

କହିବାକୁ ଗଲେ ଅଭିନେତା ଓ ଅଭିନେତ୍ରୀମାନଙ୍କ ରିୟଲ ଲାଇଫ ବି ସାଧାରଣ ମଣିଷଙ୍କ ଜୀବନ ଭଳି ସଂଘର୍ଷ ପୂର୍ଣ ହୋଇଥାଏ । ନିଜର ଜୀବନ ସହ ସଂଘର୍ଷ କରୁ କରୁ କିଛି ଅଭିନେତା ଓ ଅଭିନେତ୍ରୀମାନେ ହାରିଯାଇ ଶେଷରେ ବହୁତ କମ ବୟସରେ ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି । ଆଜି ଆମେ ଆପଣଙ୍କୁ ସେହିଭଳି କିଛି ଅଭିନେତା ଓ ଅଭିନେତ୍ରୀମାନଙ୍କ ବିଷୟରେ ଯେଉଁମାନେ ବହୁତ କମ ବୟସରେ ନିଜର ମୃତ୍ୟୁକୁ କୋଳେଇ ନେଇ ଥିଲେ ।

ସେମାନଙ୍କ ମୃତ୍ୟୁ ଆଜି ପର୍ଯ୍ୟନ୍ତ ରହସ୍ୟ ଘରରେ ଅଛି । ଆପଣଙ୍କୁ କହିଦେଉଛୁ କି ଏହି ଅଭିନେତା ଓ ଅଭିନେତ୍ରୀମାନେ ଓଡିଆ ଚଳଚିତ୍ର ଜଗତରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେଥିପାଇଁ ଦର୍ଶକ ମାନେ କେବେ ବି ଭୁଲି ପାରିବେ ନାହିଁ ।

ପପୁ –

ପପୁ ଉର୍ଫ ସୁବ୍ରକାନ୍ତ ସାହୁ ମାର୍ଚ୍ଚ ୨୨, ୨୦୦୮ ମସିହାରେ ମୃତ୍ୟୁ ବରଣ କରିଥିଲେ । ସେତେବେଳକୁ ତାଙ୍କର ବୟସ ମାତ୍ର ୨୭ ବର୍ଷ ଥିଲା । କହିବାକୁ ଗଲେ ତାଙ୍କର ମୃତ୍ୟୁ ସ୍ଵାଭାବିକ ନ ଥିଲା । ସେ ଭୁବନେଶ୍ବରର ନିଜର ଭଡା ଘରେ ସିଲିଙ୍ଗ ଫ୍ୟାନରେ ଫାସୀ ଦେଇ ଆତ୍ମହତ୍ୟା କରିଥିଲେ । ପୋଲିସକୁ ଝୁଳୁଥିବା ଅବସ୍ଥାରେ ତାଙ୍କ ଶରୀର ମିଳିଥିଲା । ଏହା ସହିତ ଘରର କବାଟ ମଧ୍ୟ ଭିତର ପଟୁ ବନ୍ଦ ଥିଲା ।

ସେଥିପାଇଁ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରଯାଇଥିଲା । ସେ ବହୁତ ଆଲବମରେ କାମ କରିବା ସହ ଓ ଓଡିଆ ସିରିୟଲ ‘ପରିଚୟ’ରେ ମଧ୍ୟ କାମ କରିଥିଲେ । ଓଡିଆ ଚଳଚିତ୍ର ‘ପ୍ରଥମ ପ୍ରେମ’ରେ ମଧ୍ୟ ତାଙ୍କୁ ଏକ ସପୋର୍ଟିଂ କ୍ୟାରେକ୍ଟର ଦେଖିବାକୁ ମିଳିଥିଲା ।

ରଞ୍ଜିତ ପଟ୍ଟନାୟକ –

ରଞ୍ଜିତ ପଟ୍ଟନାୟକ ଉର୍ଫ ରାଜା ୨୦୧୬ ମସିହା ଫେବ୍ରୁୟାରୀରେ ସିରିୟଲ ଜଗତରେ ଲୋକପ୍ରିୟ ଅଭିନେତା ରାଜା ଏହି ଦୁନିଆକୁ ଛାଡି ଚାଲି ଯାଇ ଥିଲେ । ତାଙ୍କର ମୃତ୍ୟୁ ମଧ୍ୟ ବଲିଉଡର କୌଣସି କ୍ରାଇମ ଫିଲ୍ମ ଠାରୁ କମ ନଥିଲା । ସେ ଭଦ୍ରକରୁ ଗୋଟିଏ ପ୍ରୋଗ୍ରାମରୁ କଟକ ଫେରୁଥିବା ସମୟରେ ରାସ୍ତାରେ ଏକ ବ୍ରିଜ ପାଖରେ କିଛି କାମ ବାହାନାରେ ଅଟକି ଥିଲେ । କିନ୍ତୁ କିଛି ସମୟ ପରେ ବ୍ରିଜ ତଳୁ ତାଙ୍କର ମୃତ ଦେହ ମିଳିଥିଲା । ଏହା ହତ୍ୟା ନା ଆତ୍ମହତ୍ୟା ଆଜି ପର୍ଯ୍ୟନ୍ତ ଜଣା ପଡି ନାହିଁ । କହିବାକୁ ଗଲେ ଏହି ଘଟଣା ଘଟିବା ସମୟରେ ତାଙ୍କ କାର ଡ୍ରାଇଭର ଓ ଅଭିନେତ୍ରୀ ଜେସୀ ମଧ୍ୟ ତାଙ୍କ ସହ ଟ୍ରାଭେଲ କରୁଥିଲେ ।

ନିକିତା –

୪ ଜାନୁୟାରୀ ୨୦୧୯ରେ ନିକିତା ଉର୍ଫ ଲକ୍ଷ୍ମିପ୍ରିୟା ବେହେରା ମୃତ୍ୟୁ ବରଣ କରିଥିଲେ । ସେ ତାଙ୍କ ଘର ଛାତ ଉପରୁ ତଳକୁ ପଡି ମୃତ୍ୟୁ ବରଣ କରିଥିଲେ । ମାତ୍ର ପୁଲିସ ଏହି କେସରେ ତାଙ୍କ ସ୍ଵାମୀଙ୍କୁ ଦାୟୀ କରି ଗିରଫ କରିଥିଲା । ଯିଏକି ନିକିତାଙ୍କ ସହ ଘଟଣା ଘଟିବା ସମୟରେ ଉପସ୍ଥିତ ଥିଲେ । ତାଙ୍କର ଶାଶୂ ଘର ଲୋକମାନେ ଏହାକୁ ସୁସାଇଡ କହୁଥିବା ବେଳେ ତାଙ୍କର ବାପ ଘର ଲୋକମାନେ ଏହା ଏକ ହତ୍ୟା ବୋଲି ଅଭିଯୋଗ କରିଥିଲେ । ତାଙ୍କ ମୃତ୍ୟୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ରହସ୍ୟ ଘେରରେ ରହିଛି ।

ସିମରନ –

ସିମରନ ସମ୍ବଲପୁରୀ ଗୀତ ପାଇଁ ପରିଚିତ ଥିଲେ । ଏହି ଅଭିନେତ୍ରୀଙ୍କ ୩ ଜାନୁୟାରୀ ୨୦୧୯ରେ ମାତ୍ର ୨୨ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ଏହି ଅଭିନେତ୍ରୀଙ୍କ ମୃତ ଦେହ ମହାନଦୀ ର ଏକ ବ୍ରିଜ ତଳୁ ମିଳିଥିଲା । ଯାହାକି ଗହିରମଥା ସମ୍ବଲପୁର ଅଞ୍ଚଳର ଅଟେ । ଏଥିରେ ଆତ୍ମହତ୍ୟା ପୂର୍ବରୁ ସୁଇସାଇଡ ନୋଟରେ ସେ ନିଜର ସ୍ଵାମୀଙ୍କୁ ନିଜର ଆତ୍ମହତ୍ୟା ପାଇଁ ଦାୟୀ ବୋଲି କହିଥିଲେ । ତାଙ୍କ ସ୍ଵାମୀଙ୍କ ଉପରେ ସେ ମେଣ୍ଟାଲ ଓ ଫିଜିକାଲ ହାରାସମେଣ୍ଟର ଅଭିଯୋଗ କରିଥିଲେ । ଯାହାକି ତାଙ୍କ ଆତ୍ମହତ୍ୟାର କାରଣ ବୋଲି ସୁସାଇଡ ନୋଟରୁ ଜଣାଯାଏ ।

ଏହି ତଥ୍ୟ ଇନ୍ଟରନେଟରୁ ସଙ୍ଗୃହିତ କରାଯାଇଅଛି, ଯଦି ଏହାକୁ ନେଇ ଆପଣଙ୍କ କିଛି ମତାମତ ଥାଏ ତେବେ ଆପଣ ଆମକୁ ମେସେଜ କରି ପାରିବେ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।