ଖେତରେ ମିଳିଲା ଦୁର୍ଲଭ ଘଡି, ଲୋକମାନେ ଭୁତ ଭାବି ଦୌଡି ପଳାଉଥିଲେ, ଜଣେ ସାହସ କରି ଖୋଲିଲା ତ ଯାହା ବାହରିଲା ଦେଖି ସମସ୍ତେ ଚମକି ପଡିଲେ

ପଲାମୂ ଝାରଖଣ୍ଡ ଜିଲ୍ଲାର ପାଂକୀ ଅଞ୍ଚଳର ଏକ ଗ୍ରାମରେ ମୋଗଲ ସମୟର ଚାନ୍ଦି ମୁଦ୍ରା ମିଳିବାର ମାମଲା ସାମ୍ନାକୁ ଆସିଛି । କହିବାକୁ ଗଲେ ଗ୍ରାମବାସୀମାନେ ମୁଦ୍ରାର ଲୋଭରେ ମାମଲାକୁ ଲୁଚାଇବାକୁ ଚାହୁଁଥିଲେ । କିନ୍ତୁ ସେହି ମୁଦ୍ରାକୁ ବାଣ୍ଟିବା ମଧ୍ୟରେ ଝଗଡା ହୋଇଗଲା ଓ ଶେଷରେ ଏହି ମାମଲାଟି ପୁରା ବ୍ୟାପିଗଲା । ପ୍ରଶାସନ ପାଖକୁ ବି ଏହି କଥା ଚାଲି ଗଲା । ପାଂକୀ ଥାନା ପ୍ରଭାରୀ ଜେକେ ରମଣଙ୍କ କହିବା ଅନୁସାରେ, ସେହି ଘଡି ପିତଳର ଅଟେ ।

ମୁଦ୍ରା ଉପରେ ଉର୍ଦୁରେ ଓ ଅରବି ଭାଷାରେ ୯୦୨, ୧୧୦୦ ଓ ୧୦୮୨ ଈସୱୀ ଲେଖା ହୋଇଥିଲା । ଏହା ପରେ ପୁଲିସ ମୁଦ୍ରା ଦ୍ଵାରା ଭର୍ତ୍ତି ଏହି ଘଡିକୁ ପ୍ରଶାସନ ହାତରେ ଦେଇ ଦେଇଛନ୍ତି । ଏହାକୁ ପୁରାତତ୍ୱ ବିଭାଗ ଦ୍ଵାରା ଯାଞ୍ଚ କରାଯିବ । ପୁଲିସର କହିବା ଅନୁସାରେ ନୌଡୀହା ଗ୍ରାମର ଭଲହୀ ଟୋଲାରେ ରହୁଥିବା ବଚନ ବୈଠା ନାମକ ଜଣେ ବ୍ୟକ୍ତି ନିଜ ଚାଷ ଜମିକୁ ଜେସିବି ଦ୍ଵାରା ସମତଳ କରୁଥିବା ସମୟରେ ତାକୁ ଏହି ଘଡି ମିଳିଥିଲା ।

କହିବାକୁ ଗଲେ ସେହି ଘଡିରେ ମାଟି ଲାଗି ଥିବାରୁ କାହାକୁ ନଜର ଆସୁ ନ ଥିଲା । କିନ୍ତୁ ଯେତେବଳେ ବର୍ଷା ହେଲା, ତେବେ ମାଟି ଧୋଇ ଯିବାରୁ ସମସ୍ତଙ୍କୁ ନଜର ଆସିଲା । ଘଡିର ଆକୃତି କିଛି ଅଜବ ପ୍ରକାରର ଓ ପୁରାତନ ହୋଇଥିବାରୁ ଦେଖି ସମସ୍ତେ ପ୍ରଥମେ ଭୟଭୀତ ହୋଇଗଲେ । ସେମାନେ ଘଡି ଭିତରେ ଭୁତ ଅଛି ବୋଲି ସନ୍ଦେହ କରିଲେ । ସେଥିପାଇଁ ତାକୁ କେହି ଧରିଲେ ନାହିଁ । ଏହା ମଧ୍ୟରେ କିଛି ଛୋଟ ପିଲା ସେହି ଘଡିକୁ ନେଇ ଖେଳିବାକୁ ଲାଗିଲେ ।

ଶେଷରେ ଲୋକମାନେ ମନରୁ ଭୟ ତ୍ୟାଗ କରି ଘଡିକୁ ଖୋଲି ଦେଖିଲେ । ଏହା ପରେ ସେଥିରୁ ଯେଉଁ ମୁଦ୍ରା ମିଳିଲା ତାହାକୁ ନିଜ ମଧ୍ୟରେ ବାଣ୍ଟି ନେଇଯିବା ପାଇଁ ପ୍ଳାନ କରିଲେ । କିନ୍ତୁ ବାଣ୍ଟିବା ସମୟରେ ସେମାନଙ୍କ ମଧ୍ୟରେ ଝଗଡା ହେବା ଦ୍ଵାରା ଏହି କଥା ପୁଲିସ ଓ ପ୍ରଶାସନ ପାଖକୁ ଚାଲିଗଲା । ଲୋକମାନେ ମିଳିମିଶି ଦେଖିବା ପରେ କହିଲେ କି ଏଥିରେ କିଛି ବହୁତ ମୂଲ୍ୟବାନ ବସ୍ତୁ ଅଛି । ସେହି ମୂଲ୍ୟବାନ ବସ୍ତୁକୁ ନିଜ ଭିତରେ ବାଣ୍ଟି ନେବେ ବୋଲି ଚିନ୍ତା କରିଲେ ।

ଏହା ପୂର୍ବରୁ ଲୋକମାନେ ସାହସ କରି ସେହି ଚାଷ ଜମିରେ ହିଁ ସେହି ଘଡିକୁ ଖୋଲି ଦେଖିଲେ । ଯେତେବେଳେ ଏହା ଭିତରେ ମୁଦ୍ରା ଥିବାର ଦେଖିଲେ, ତେବେ ତାଙ୍କ ମଧ୍ୟରେ ଲୋଭ ବଢିଗଲା । ଏହା ପରେ ଗ୍ରାମରେ ଏହି କଥା ପ୍ରଚାର ନ ହେଉ, ସେଥିପାଇଁ ସେମାନେ ପୁଣି ଥରେ ସେହି ଘଡିକୁ ସେହି ଚାଷ ଜମିରେ ପୋତି ଦେଲେ । କିନ୍ତୁ ଜହୀର ମିଆଁଙ୍କ ଜେସିବି ମେସିନ ଥିବାରୁ ସେ ଏହି ଘଡିକୁ ନିଜ ଘରକୁ ନେଇଗଲେ ।

କିନ୍ତୁ ଯେତେବେଳେ ଚାଷ ଜମିର ମାଲିକକୁ ଏହା ବିଷୟରେ ଜଣା ପଡିଲା ତେବେ ସେ ଜହୀର ମିଆଁକୁ ସେହି ଘଡି ମାଗିଲା । କିନ୍ତୁ ଜହୀର ମିଆଁ ସେହି ଘଡିକୁ ଦେବା ପାଇଁ ମନା କରି ଦେଲା । ସେଥିରେ ଚାଷ ଜମିର ମାଲିକ ରାଗି ଯାଇ ଗ୍ରାମର ସମସ୍ତ ଲୋକମାନଙ୍କୁ ଜଣାଇ ଦେଲା ଓ ଶେଷରେ ଏହି କଥା ପୁଲିସ ପାଖରେ ପହଞ୍ଚି ଗଲା । ଗ୍ରାମବାସୀମାନଙ୍କ କହିବା ଅଟେ କି ଶନିବାର ଦିନ ଦ୍ଵିପହର ୩ ଟା ବେଳେ ଏହି ଘଡି ମିଳି ଥିଲା ।

କିନ୍ତୁ ରବିବାର ସନ୍ଧ୍ୟା ସମୟରେ ସମସ୍ତଙ୍କ ସାମ୍ନାରେ ଏହି କଥା ଆସିଲା । କହିବାକୁ ଗଲେ ରବିବାର ପର୍ଯ୍ୟନ୍ତ ସମସ୍ତେ ନିଜ ଭିତରେ ଏହି ମୁଦ୍ରାକୁ ବାଣ୍ଟିବା ପାଇଁ ଯୋଜନା କରିଥିଲେ କିନ୍ତୁ ତାଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଗଲା । ଏହା ଛଡା ଲୋକମାନେ ସେହି ଘଡିରୁ ମୁଦ୍ରାକୁ ବାହାର ଗଣି ଥିଲେ । ସେଥିରେ ୧୦୨ଟି ମୁଦ୍ରା ବାହାରି ଥିଲା । ମୁଦ୍ରା ଉପରେ ଉର୍ଦୁ ଓ ଅରବୀ ମହମ୍ମଦ ଆଲ୍ଲା ହଜରତ ସହିତ ଅନ୍ୟ କେତେକ ନାମ ନାମ ମଧ୍ୟ ଲେଖା ହୋଇଥିଲା ।

କିନ୍ତୁ ଏହା ମଧ୍ୟରେ ମିଛ ପ୍ରଚାର ହୋଇ ଗଲା କି ଘଡି ଭିତରେ ୬୦୦ଟି ମୁଦ୍ରା ଥିଲା । କିନ୍ତୁ ଯେତେବେଳେ ମୁଦ୍ରା ବଣ୍ଟା ହୋଇ ପାରିଲା ନାହିଁ, ତେବେ କେହି ଜଣେ ଏହାର କିଛି ଭିଡିଓକୁ ଭାଇରାଲ କରିଦେଲା । ପୁଲିସକୁ ସୂଚନା ମିଳିବା ପରେ ଯେତେବେଳ ପୋଲିସ ଗ୍ରାମରେ ପହଞ୍ଚିଲା, ତେବେ କେହି ବି ଏହା ବିଷୟରେ କହିବାକୁ ରାଜି ହେଲେ ନାହିଁ । ଯେତେବେଳେ ଜହୀର ମିଆଁ ପୁଅକୁ ଥାନାକୁ ନେଇ ଆସିଲେ । ତେବେ ଏହି ପୁରା ମାମଲା ସାମ୍ନାକୁ ଆସିଲା । କିନ୍ତୁ ଚାଷ ଜମିର ମାଲିକ ପୂର୍ବରୁ ହିଁ ପୋଲିସକୁ ମୁଦ୍ରାର ଫଟୋ ଦେଖାଇ ଦେଇଥିଲା ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।