ଆଜିର ରାଶିଫଳ, 24 ଜୁଲାଇ 2020, ଶୁକ୍ରବାର, ଆଜି ଏହି ୬ଟି ରାଶିଙ୍କୁ ମିଳିବ ଭାଗ୍ୟର ଭରପୁର ସାଥ, ମା ଦୂର୍ଗାଙ୍କ କୃପାରୁ ଚମକିବ ଭାଗ୍ୟ, ହେବ ଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୪ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ସବୁ କାମ ଆପଣଙ୍କ ଇଚ୍ଛା ଅନୁସାରେ ପୁରା ହେବ । ଏହି କାରଣରୁ ଆପଣଙ୍କ ଦିନ ସୁଖମୟ ହୋଇଯିବ। ଆଜି ଆପଣ ନିଜର ପୁରୁଣା ମିତ୍ରଙ୍କ ଧ୍ୟାନ ରଖିବେ । ତାଙ୍କ ସହିତ ମିଶି କୌଣସି ଖାସ ବିଷୟ ଉପରେ ଚର୍ଚା କରିବେ । ଆପଣ ପରିଜନଙ୍କ ଧ୍ୟାନ ରଖିବେ । ଘରେ କୌଣସି ପ୍ରକାରର ବଡ ଫଙ୍କସନ ହୋଇପାରେ । ଘରେ କୌଣସି ସଦସ୍ୟଙ୍କ ବିବାହ ହୋଇପାରେ । ଘରର ଶାନ୍ତି ପାଇଁ କାର୍ଯ୍ୟ କରିବେ ।

ବୃଷ

ଆଜି ପରିବାର ଲୋକମାନଙ୍କ ସହିତ ସମୟ ବ୍ୟତିତ କରିବେ । ଯେଉଁ ଲୋକମାନେ ମାର୍କେଟିଙ୍ଗ ସହ ଜଡିତ ଅଛନ୍ତି ତାଙ୍କ ହାତରେ କିଛି ଭଲ ଅବସର ଲାଗିପାରେ । ଏହି ସମୟରେ ଆପଣ କୌଣସି ରହସ୍ୟମୟୀ ଜିନିଷ ବିଷୟରେ ଜାଣିବେ । ଧାର୍ମିକ ଗ୍ରନ୍ଥ ପଢିବେ । ଏହି ସମୟରେ ଆପଣଙ୍କ ପ୍ରତିଭା ସମସ୍ତଙ୍କ ସାମ୍ନାକୁ ଆସିବ । ପଡୋଶୀଙ୍କ ଦ୍ଵାରା ଆପଣଙ୍କୁ କୌଣସି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ସେଥିପାଇଁ ତାଙ୍କ ଠାରୁ ଅଳ୍ପ ସାବଧାନ ରୁହନ୍ତୁ ।

ମିଥୁନ

ଟଙ୍କାର ଆଦାନ ପ୍ରଦାନ କରିବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଧନ ମାମଲାରେ ସାବଧାନ ରୁହନ୍ତୁ । ଏହା ସହିତ ଛୋଟ ଛୋଟ ଯାତ୍ରା ଉପରେ ଆପଣ ଯିବେ । ପାରିବାରିକ ଜୀବନ ସାମାନ୍ୟ ରହିବ । ଆପଣଙ୍କୁ କିଛି କାମରେ ଲାଭ ମିଳିବ । ଆପଣଙ୍କୁ ଆର୍ଥିକ ଲାଭ ହେବ । ଏହି ସମୟ ଅଚାନକ ଧନ ଲାଭ ହେବାର ସମ୍ଭାବନା ଅଛି । ଆଜି ଲକ୍ଷ୍ମୀଙ୍କ କୃପାରେ ଆପଣଙ୍କ ଟଙ୍କା ପ୍ରାପ୍ତି ହେବ । ଆପଣଙ୍କ କୌଣସି ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ ହେବ । ଚିନ୍ତା ଅଧିକ ରହିବ ।

କର୍କଟ

ଘରେ କୌଣସି କଥାକୁ ନେଇ ବାପାଙ୍କ ସହ ବିବାଦ ହୋଇପାରେ । ଆପଣଙ୍କ ବିଭିନ୍ନ ସ୍ରୋତରୁ ଆମଦାନୀ ହୋଇପାରେ । କିନ୍ତୁ ଖର୍ଚ ବଢିବାର ସମ୍ଭାବନା ଅଛି । ପରିସ୍ଥିତି ଆପଣଙ୍କ କାବୁରେ ରହିବ । ମାତା ପିତାଙ୍କ ଆଶୀର୍ବାଦ ମିଳିବ । ଆଜି ଅଫିସରେ ଆପଣଙ୍କୁ ସିନିୟରଙ୍କ ବହୁତ ସହଯୋଗ ମିଳିବ । ଯାହା ଦ୍ଵାରା ଆପଣଙ୍କ ଆମଦାନୀରେ ବୁଦ୍ଧି ହେବ । ଏହି ସମୟରେ କଠିନ ପରିଶ୍ରମ କରିବାକୁ ହେବ । ଆପଣ ନିଜର ପରିଶ୍ରମରେ ଅଧିକ ସଫଳ ହେବେ ।

ସିଂହ

ଆପଣ ସେହି ଲୋକମାନଙ୍କ ଠାରୁ ଦୂରରେ ରୁହନ୍ତୁ ଯେଉଁମାନେ ଆପଣଙ୍କୁ ଭୁଲ ଉପଦେଶ ଦେଉଛନ୍ତି । ଆଜି ଆପଣ କାମ ପାଇଁ କୌଣସି ବ୍ୟକ୍ତିଙ୍କ ସହ ସାକ୍ଷାତ କରି ପାରନ୍ତି । ଆଜି ଆପଣ ନିଜର ଭୋଜନର ପ୍ରତି ସଚେତନ ରୁହନ୍ତୁ । ଆପଣଙ୍କୁ ଆଗକୁ ବଢିବା ପାଇଁ ଭଲ ଭଲ ଯୋଜନା କରିବାର ଅଛି । ନିଜର ପରିଶ୍ରମର ଫଳ ପାଇବା ପାଇଁ ଆପଣଙ୍କୁ ଆହୁରି ଅଧିକ ପରିଶ୍ରମ କରିବାକୁ ପଡିପାରେ ।

କନ୍ୟା

ଆପଣ ନିଜର କାର୍ଯ୍ୟକୁ ଭଲ କରିବା ପାଇଁ ପ୍ରୟାସ କରିବେ । ଆଜି ଆପଣଙ୍କ ସାକ୍ଷାତ ଏହିଭଳି ଜଣେ ବ୍ୟକ୍ତିଙ୍କ ସହ ହେବ ଯାହାଙ୍କ କଥା ଆପଣଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇବ । ବାଦ ବିବାଦ ହେବ ନାହିଁ । ପରୀକ୍ଷା ପ୍ରତିଯୋଗିତାରେ ଅଂସ ଗ୍ରହଣ କରି ପାରିବେ ନାହିଁ । ସାକ୍ଷାତ୍କାରରେ ଲାଭଦାୟକ ହେବ । ନୂଆ ଗାଡି ପ୍ରାପ୍ତି ହେବାର ଯୋଗ ଅଛି । ଉଚ୍ଚ ଶିକ୍ଷା ପାଇଁ ଯାତ୍ରା କରି ପାରିବେ ନାହିଁ । ସେବା ସମ୍ବନ୍ଧିୟ କାର୍ଯ୍ୟରେ ପ୍ରଶଂସିତ ହେବେ ।

ତୁଳା

ନିଜର କାର୍ଯ୍ୟ ପୁରା କରିବା ପାଇଁ କିଛି ଲୋକଙ୍କ ସହଯୋଗ ନେବେ । କାର୍ଯ୍ୟ କ୍ଷେତ୍ରରେ କମ ପରିଶ୍ରମରେ ଆପଣଙ୍କୁ ଅଧିକ ସଫଳତା ମିଳିବ । ସାକ୍ଷାତ୍କାରରେ ମନ ସନ୍ତୋଷ ରହିବ । ଅଧିକ ରୋଜଗାର ହେବ । ବ୍ୟୟ ବି ଅଧିକ ହେବ । ଗୃହୋପକରଣ କ୍ରୟ କରିବା ଯୋଗ ଅଛି । ବିଦ୍ୟାରେ ଉନ୍ନତି ହେବ । ବ୍ୟବସାୟ ପ୍ରତି ଉତ୍ସାହ ବଢିବ । ଉଦ୍ଦୀପନା ବୃଦ୍ଧି ପାଇବ । ଚିନ୍ତା ଭାବନା ଦୂର ହୋଇଯିବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ବାଦ ବିବାଦ, ମାଲିମୋକଦ୍ଦମା ଜୟଯୁକ୍ତ ହେବେ ।

ବିଚ୍ଛା

ବ୍ୟବସାୟ କ୍ଷେତ୍ରରେ ସହଯୋଗ ପ୍ରାପ୍ତି ହେବ । ଆୟ ବୃଦ୍ଧି ହେବ । ମାନ – ସମ୍ମାନ ବି ବୃଦ୍ଧି ହେବ । କର୍ମ କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ । ଉଚ୍ଚପଦସ୍ଥ ଅଫିସରମାନେ ପ୍ରଶଂସା କରିବେ । ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ଅଧିକ ରୋଜଗାର କରିବେ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ । ଭୁଲ ବୁଝାମଣା ଦୂର ହେବ । ଶତୃ ପରାସ୍ତ ହେବେ । ପୁରୁଣା ରୋଗପୀଡ଼ାର ଉପଶମ ହେବ । ଯେ କୌଣସି କାର୍ଯ୍ୟ କରିବେ ତାହା ଭବିଷ୍ୟତ ପାଇଁ ଭଲ ହେବ ।

ଧନୁ

ଆଜି କୌଣସି ବ୍ୟକ୍ତି ପାଇଁ ଆପଣ ସାହାର୍ଯ୍ୟକାରୀ ବ୍ୟକ୍ତି ହେବେ । ଏହି ରାଶିର ଚାକିରି କରୁଥିବା ଲୋକମାନଙ୍କୁ ଭଲ ଅଫର ମିଳିପାରେ । ଆଜି ପରିବାରରେ ଉତ୍ସାହ ରହିବ । ସନ୍ତାନ ପକ୍ଷରୁ ବି ଆଜି ଆପଣଙ୍କୁ ଖୁସି ମିଳିବ । ଯଦି କୌଣସି ପ୍ରକାରର ବିବାଦରେ ଫସି ଯାଉଛନ୍ତି ତେବେ ସେଥିରୁ ବାହାରିବା ପାଇଁ ଚେଷ୍ଟା କରନ୍ତୁ । ସନ୍ତାନ ପକ୍ଷକୁ ନେଇ ସ୍ଥିତି ଅନୁକୂଳ ରହିବ । ସାହାସ ଓ ଉତ୍ସାହ ଦ୍ଵାରା କରାଯାଇଥିବା କାର୍ଯ୍ୟରୁ ସଫଳତା ପ୍ରାପ୍ତ ହେବ ।

ମକର

ଉଚ୍ଚଶିକ୍ଷା ପ୍ରାପ୍ତ ହେବ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ସାମାଜିକ କ୍ଷେତ୍ରରେ  ପ୍ରତିଷ୍ଠା ବୃଦ୍ଧି ପାଇବ । ବ୍ୟବସାୟରେ କମ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ସାମାଜିକ କାର୍ଯ୍ୟରେ ସାମିଲ ହେବେ । ସୁଖ ସମ୍ପଦ ପ୍ରାପ୍ତିହେବ । ବହୁତ ଜରୁରୀ କାମ ନ ଥିଲେ ବାହାରକୁ ଯାଆନ୍ତୁ ନାହିଁ । ସଭା ସମିତିରେ ସଫଳତା ମିଳିବ ।  ମନ ଭିତରେ ରାଗରେ ଜଳୁଥିଲେ ମଧ୍ୟ କିଛି କାହାକୁ କହିବାକୁ ସାହସ ହେବ ନାହିଁ । କାର୍ଯ୍ୟ ଯୋଗୁ ଉଚ୍ଚବର୍ଗଙ୍କ ଠାରୁ ସମ୍ମାନିତ ହେବେ ।

କୁମ୍ଭ

ଆପଣଙ୍କୁ ନିଜ ତରଫରୁ ସବୁଠୁ ଭଲ ବ୍ୟବହାର କରିବାର ଅଛି । କାରଣ ଆଜି ଆପଣଙ୍କ ପାଇଁ ଦିନ ସବୁଠୁ ଖାସ ହୋଇପାରେ । ଏହି ସମୟରେ କାର୍ଯ୍ୟ କ୍ଷେତ୍ରରେ ବି ଭଲ ପରିଣାମ ମିଳିବ । ଆପଣଙ୍କୁ ବ୍ୟାପାରରେ ଭଲ ଲାଭ ମିଳିବ । ଅଫିସର ସହକର୍ମି ଆପଣଙ୍କ ବନ୍ଧୁ ହେବେ । ଆଜି ଲୋକମାନଙ୍କ ଉପରେ ଆପଣଙ୍କ ବିଶ୍ଵାସ ବଢିବ । ଏହି ରାଶିର ଛାତ୍ରମାନଙ୍କ ପାଇଁ ଆଜିର ଦିନ ଅନୁକୂଳ ଅଟେ । ସଫଳତା ଆପଣଙ୍କ ପାଖରେ ଆସିବ ।

ମୀନ

ଯଦି କାହା ସହିତ ବିବାଦ ହୋଇ ଯାଉଛି ତେବେ ବିବାଦକୁ ଆଗକୁ ବଢାଇବା ପରିବର୍ତ୍ତେ ତାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଗରିବ ଲୋକମାନଙ୍କ ସାହାର୍ଯ୍ୟ କରନ୍ତୁ । ଏହି ସମୟରେ ଆପଣଙ୍କ ପ୍ରେମ ପ୍ରସଙ୍ଗରେ ପ୍ରଗତି ଆସିବ । ବ୍ୟବସାୟରେ କ୍ଷତି ଅପେକ୍ଷା ଲାଭର ପରିମାଣ ଅଧିକ ହେବ । ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ । ଆପଣ କ୍ୟାରିୟରରେ ଭଲ ସଫଳତା ପ୍ରାପ୍ତ କରିବେ । ସିନିୟରସଙ୍କ ନିର୍ଦେଶକୁ ପାଳନ କରିବେ । ସମୟ ଉପରେ ସମସ୍ତ କାର୍ଯ୍ୟ ପୁରା ହୋଇଯିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।