ଆଦିତ୍ୟ ଙ୍କ ହତ୍ୟା ପଛରେ କାହାର ହାତ ଅଛି? ରହସ୍ୟ ଖୋଲିଲା?

ଆଦିତ୍ୟଙ୍କ ଏକ ଭିଡ଼ିଓ ଭାଇରାଲ,ଯେଉଁ ଭିଡ଼ିଓରେ ଆଦିତ୍ୟ ଏକା ଏକା ଚାଲି ଚାଲି ଯାଉଥିବାର ଦେଖାଯାଇଛି। ସମାଜ ସେବୀ ଆଦିତ୍ୟ ଦାସଙ୍କୁ ଆପଣ ନିଶ୍ଚୟ ଜାଣିଥିବେ ଆଜି କୁ କିଛି ଦିନ ତଳେ ତାଙ୍କର ଆତ୍ମହତ୍ୟା ସବୁଆଡେ ଚଞ୍ଚଲ୍ୟ ସୃଷ୍ଟି କରିଛି ପ୍ରତି ଦିନ ତାଙ୍କ ମୃତ୍ୟୁ କୁ ନେଇ ଅନେକ ରହସ୍ୟ ଖୋଲୁଛି କିନ୍ତୁ ଏ ପର୍ଯ୍ୟନ୍ତ ଏହା ଜଣା ପଡ଼ି ନାହିଁ କି ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରିଛନ୍ତି ।

ସିସି ଟିଭିରେ ଆଦିତ୍ୟ ଏକା ଏକା ଚାଲି ଯାଉଥିବାର ଭିଡ଼ିଓ ଭାଇରାଲ କିନ୍ତୁ ଏ ପର୍ଯ୍ୟନ୍ତ ସେହି ବ୍ୟକ୍ତି ପ୍ରକୃତରେ ଆଦିତ୍ୟ କି ନୁହଁ ଏହା ଜଣାପଡିନାହିଁ । ଯଦି ଏହି ବ୍ୟକ୍ତି ଆଦିତ୍ୟ ତେବେ ଆଦିତିଙ୍କ ଶବ ଉପରେ ପଡିଥିବା ଲୁଙ୍ଗି କାହାର ଏହା ଜଣାପଡିନାହିଁ । ବହୁତ ମୋଡ଼ ଦେଇ ଗତି କରୁଛି ଏହି ମାମଲା,ସମସ୍ତେ କେବଳ କହୁଛନ୍ତି ତଦନ୍ତ ଚାଲିଛି । ହେଲେ ମାମଲାର ମୋଡ଼ ପ୍ରତିଦିନ କିଛି ନୂଆ ହେଉଛି ।

ଏ ସବୁ ଭିତରେ ବିଦ୍ୟାଶ୍ରୀ ଅନେକ ପ୍ରକାର ବୟାନ ଚେଞ୍ଜ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି । ସେ କହୁଛନ୍ତି ଯଦି ଆଦିତ୍ୟ ସବୁ କଥା ନିଜ ମା ଙ୍କ ସହ ସେୟାର କରୁଥିଲେ ତେବେ ମୋ ସହ ସେ ଖୁସିରେ ନାହାଁନ୍ତି ବୋଲି ଏହି କଥା କଣ ପାଇଁ ସେୟାର କରିନଥିଲେ । ବିଦ୍ୟାଶ୍ରୀ ଏହା ବାରମ୍ବାର ଦାବି କରୁଛନ୍ତି ଯଦି ଆଦିତ୍ୟ ବିକାଶଙ୍କୁ ମୋ ସହ ଖୁସିରେ ନାହାଁନ୍ତି ବୋଲି କହିପାରିଲେ କିନ୍ତୁ ନିଜ ମା ଙ୍କୁ କହିପାରିନଥିଲେ ଏହା ମିଛ ବୋଲି ବିଦ୍ୟାଶ୍ରୀ କହିଛନ୍ତି।

ବିଦ୍ୟାଶ୍ରୀ ଏହା ଇଣ୍ଟରଭିଉରେ ମିଡ଼ିଆକୁ କହିଛନ୍ତି ଯଦି ଆଦିତ୍ୟ ସେହି ସୁଇସାଇଡ଼ ନୋଟରେ ଆଶ୍ରମ ଜମି ବିବାଦ, ନିଜ ଚାକିରି ସମସ୍ୟା ଓ ଅନ୍ୟାନ୍ୟ କଥା କୁ ଦର୍ଶାଇଛନ୍ତି ତେବେ ସେ କଣ ପାଇଁ କୋଉଠି ମଧ୍ୟ ସ୍ତ୍ରୀ ସହ ଖୁସିରେ ନାହାଁନ୍ତି ବା ବାହା ହୋଇ ଭୁଲ କରିଛନ୍ତି ବୋଲି ଦର୍ଶାଇ ନାହାଁନ୍ତି ବୋଲି ବିଦ୍ୟାଶ୍ରୀ କହିଛନ୍ତି ଆମ ଭିତରେ କୌଣସି ମନ ମାଳିନ ନଥିଲା ମୋ ବିରୋଧରେ ଯାହା ସବୁ କୁହାଯାଉଛି ସବୁ ମିଥ୍ୟା ଅଟେ।

କିନ୍ତୁ ସମସ୍ତେ ଏହା ପଛରେ ବିଦ୍ୟାଶ୍ରୀଙ୍କ ହାତ ବୋଲି କହିଛନ୍ତି କାରଣ ବିଦ୍ୟାଶ୍ରୀ ଅନେକ ପ୍ରକାରର ବୟାନ ଦେଉଛନ୍ତି।ତେବେ ଏହା ଜଣାପଡୁନାହିଁ ଏହା ପଛରେ ପ୍ରକୃତ ସତ୍ୟତା କଣ । ଆଦିତ୍ୟ ଙ୍କ ମୃତ୍ୟୁ କୁ ୧୯ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୋଲିସ ତାଙ୍କ ମୃତ୍ୟୁର ରହସ୍ୟ ଖୋଜି ପାଉନାହିଁ । ଏହା ଭିତରେ ତାଙ୍କର ଏହି ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଆଦିତ୍ୟ ଚାଲି ଚାଲି ଯାଉଥିବାର ଦେଖାଯାଇଛି କିନ୍ତୁ ସେ ଆଦିତ୍ୟ କି ଆଉ କିଏ ଏହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।

ଏବେ ସମସ୍ତେ ଆଦିତ୍ୟ ଙ୍କ ସୁଇସାଇଡ଼ ନୋଟରେ ଲେଖା କାହାର ଏହା କୁ ଅପେକ୍ଷା କରିଛନ୍ତି । ସମସ୍ତେ ଏହା ଅପେକ୍ଷା କରିଛନ୍ତି କେବେ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଖୋଲିବ। ଆଦିତ୍ୟ ଜଣେ ସଚୋଟ ସମାଜ ସେବୀ ଥିଲେ ସେ ଲୋକ ମାନଙ୍କୁ ଜୀବନର ମାନେ ବୁଝାଉଥିଲେ ସେଇ ଭଳି ଜଣେ ଲୋକ ଆତ୍ମହତ୍ୟା କରିଥିବ ବୋଲି କେହି ବିଶ୍ୱାସ କରିପାରିନାହଁନ୍ତି।

ତେବେ ଏହା ଉପରେ ଆପଣଙ୍କର କଣ ମତାମତ ଆମକୁ ଜଣାନ୍ତୁ ଏବଂ ଏହି ଲେଖାକୁ ଲାଇକ ଏବଂ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।