କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଏତେ କୋଟି ଟଙ୍କାର ମାଲିକ, ଜାଣନ୍ତୁ ତାଙ୍କର ଘର, ଗାଡି ସମ୍ପତ୍ତି ବିଷୟରେ

ସୌରଭ ଗାଙ୍ଗୁଲି ଉର୍ଫ ଦାଦା ଭାରତୀୟ କ୍ରିକେଟ ଇତିହାସରେ ସବୁଠୁ ସଫଳ କ୍ୟାପଟେନ ମଧ୍ୟରେ ଜଣେ ଅଟନ୍ତି । ଏହା ଛଡା କେତେକ କ୍ରିକେଟ ଫ୍ୟାନ ତାଙ୍କୁ ମହେନ୍ଦ୍ର ସିଂହ ଧୋନୀଙ୍କ ଠାରୁ ବି ଭଲ କ୍ୟାପଟେନ ବୋଲି ମଧ୍ୟ କୁହନ୍ତି । ଭାରତର ମହାନ କ୍ରିକେଟର ମଧ୍ୟରେ ଜଣେ ସୌରଭ ଗାଙ୍ଗୁଲିଙ୍କ ନାଁ ପୁରା ଦୁନିଆରେ ବହୁତ ସମ୍ମାନର ସହ କୁହାଯାଏ । ସୌରଭ ଗାଙ୍ଗୁଲି ନିଜ ସମୟରେ କ୍ରିକେଟ ଜଗତରେ ବହୁତ ରେକର୍ଡ ମଧ୍ୟ କରିଛନ୍ତି । ସେ ନିଜର କ୍ୟାରିୟରରେ ବହୁତ ସଫଳତା ହାସଲ କରିଛନ୍ତି ।

କହିବାକୁ ଗଲେ ସୌରଭ ଗାଙ୍ଗୁଲିଙ୍କୁ ତାଙ୍କର ଖେଳ ପାଇଁ ଆଜି ବି ତାଙ୍କର ଫ୍ୟାନମାନେ ତାଙ୍କୁ ମନେ ପକାଇଥାନ୍ତି । ସେ ବାମ ହାତର ଜଣେ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଅଟନ୍ତି । ସେ ଟେସ୍ଟ, ୱାଣ୍ଡେ ଓ ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି ।

ସୌରଭ ଗାଙ୍ଗୁଲିଙ୍କୁ ଦାଦା ଛଡା ପ୍ରିନ୍ସ ଅଫ କୋଲକାତା, ବଙ୍ଗାଳର ଟାଇଗର ଓ ମହାରାଜା ନାମ ଦ୍ଵାରା ବି ତାଙ୍କର ପ୍ରଶଂସକ ଜାଣିଛନ୍ତି । ଏହା ସହିତ ବର୍ତ୍ତମାନ ସମୟରେ ସେ ଦୁନିଆର ସବୁଠୁ ଧନୀ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ବି ହୋଇ ଯାଇଛନ୍ତି । ବିସିସିଆଇ ତରଫରୁ ତାଙ୍କୁ ପାଖାପାଖି ୫ କୋଟି ଟଙ୍କା ମିଳିଥାଏ । କ୍ରିକେଟ ଛାଡିବା ସତ୍ବେ ବି ସେ କ୍ରିକେଟ ଠାରୁ ଅଲଗା ହୋଇ ନାହାନ୍ତି । ସେ କ୍ରିକେଟ କମେଣ୍ଟ୍ରିରେ ବି ନିଜର ବହୁତ ନାଁ କରିସାରିଛନ୍ତି ।

କହିଦେଉଛୁ କି କମେଣ୍ଟ୍ରି ପାଇଁ ସ୍ପୋର୍ଟ ଚ୍ୟାନେଲ ଠାରୁ ତାଙ୍କୁ ବର୍ଷକୁ ୭ କୋଟି ଟଙ୍କାରୁ ବି ଅଧିକ ଟଙ୍କା ମିଳିଥାଏ । ଏହା ସହିତ ସେ କେତେକ ବ୍ରାଣ୍ଡର ବିଜ୍ଞାପନ ବି କରିଥାନ୍ତି । ଯେଉଁଥି ପାଇଁ ସେ ଭଲ ଟଙ୍କା ଚାର୍ଜ ବି କରିଥାନ୍ତି । ମିଡିଆ ରିପୋର୍ଟ ଅନୁସାରେ ସୌରଭ ଗାଙ୍ଗୁଲି ଗୋଟିଏ ବିଜ୍ଞାପନ ପାଇଁ ୨ ରୁ ୩ କୋଟି ଟଙ୍କା ନେଇଥାନ୍ତି । ଏହା ସହିତ ସେ ଇଣ୍ଡିଆନ ସୁପରଲିଗର ଟିମ କାଳିକତାର ମାଲିକ ବି ଅଟନ୍ତି ।

ଯଦି ସୌରଭ ଗାଙ୍ଗୁଲିଙ୍କ ଘର ବିଷୟରେ କଥାବାର୍ତ୍ତା କରିବା ତେବେ କଲିକତାରେ ତାଙ୍କର ବହୁତ ବଡ ଘର ଅଛି । ଏହି ଘରର ମୂଲ୍ୟ ପାଖାପାଖି ୭ କୋଟି ଟଙ୍କା ଅଟେ । ସୌରଭ ଗାଙ୍ଗୁଲିଙ୍କ ପାଖରେ ବହୁତ ଦାମୀ ଦାମୀ କାର ମଧ୍ୟ ଅଛି । ତାଙ୍କ ପାଖରେ ଅଡି, BMW, ମର୍ସିଡୀଜର ବହୁତ ବଡ କଲେକ୍ସନ ଅଛି । ମିଡିଆ ରିପୋର୍ଟ ଅନୁସାରେ ସୌରଭ ଗାଙ୍ଗୁଲିଙ୍କ ସମ୍ପତ୍ତି ପାଖାପାଖି ୪୧୬ କୋଟି ଟଙ୍କା ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।