ଓଡିଶାର ଫେମସ କମେଡିଆନ Jogesh (Jojo) ଙ୍କ Family & Biography

ବନ୍ଧୁଗଣ ଓଲିଉଡ ଜଗତର ଅଭିନୟ କରୁଥିବା କଳାକାର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଏହି କଳାକାର ମାନେ ନିଜର ସାନଦାର ଅଭିନୟ, ପର୍ଶନାଲିଟି, ଲୁକ, ଦମଦାର ଷ୍ଟାଇଲିସ ପାଇଁ ଆଜିକା ଡେଟରେ ଖୁବ ଚର୍ଚ୍ଚାରେ ରହିଛନ୍ତି ।

ସେମାନେ କେବଳ ଦର୍ଶକ ମାନଙ୍କ ହୃଦୟରେ ଘର କରି ରହି ନାହାନ୍ତି ବରଂ ସୋସିଆଲ ମିଡିଆରେ ମଧ୍ୟ ବେଶ ଫ୍ୟାମାସ ଅଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଜଗତର କମେଡିଆନ ଯୋଗେଶ ଜୋଜୋଙ୍କ ଲାଇଫ ଷ୍ଟାଇଲ ସମ୍ଭଧରେ କିଛି ଅନୋଖା କଥା କହିବାକୁ ଯାଉଛୁ । ଓଡିଆ ଇଣ୍ଡଷ୍ଟ୍ରିରେ ଜଣେ ହାସ୍ୟ ଅଭିନେତା ଭାବେ ଯୋଗେଶ ଜୋଜୋ ପରିଚିତ ଅଟନ୍ତି । ତାଙ୍କ ପିତାଙ୍କ ନାମ ଧନୁ ଓବର ଓ ମାଙ୍କ ନାମ ଜୟନ୍ତୀ ଓବର ଅଟେ । ତାଙ୍କର ପ୍ରକୃତ ନାମ ହେଉଛି ଯୋଗେଶ ଓବର ଅଟେ ।

୧୯୯୩ ମସିହା ଜାନୁଆରୀ ମାସରେ ରସିୟା ପାଲିର ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କର ବୟସ ୨୮ ବର୍ଷ ଅଟେ । ତାଙ୍କ ବୟସ କମ ହେଲେ ମଧ୍ୟ ପଶ୍ଚିମ ଓଡିଶାରେ ସେ ଘରେ ଘରେ ପରିଚିତ ଅଟନ୍ତି । ସେ ରସିୟା ପାଲି ସ୍କୁଲରେ ନିଜର ପାଠ ପଢା ଶେଷ କରିଥିଲେ । ସେ ଡିପିଏ କଲେଜରେ ନିଜର କଲେଜ ଟାଇମ ଅତିବାହିତ କରିଛନ୍ତି ।

ସମ୍ବଲପୁରରେ +୩ ଆର୍ଟ୍ସ କରିବା ପରେ ମାତ୍ର ୩୦୦୦ ଟଙ୍କାରେ ଏକ ପେଟ୍ରୋଲ ପମ୍ପରେ ଚାକିରି କରିଥିଲେ । ସେହି ସମୟରେ ସେ ଶିବାନୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ବା ତାଙ୍କୁ ଭଲ ପାଇ ବସିଥିଲେ । ୨୦୧୯ ମସିହା ମାର୍ଚ ୧୩ରେ ସେ ଶିବାନୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତାଙ୍କର ପିଲା ଦିନୁ ଅଭିନୟ ପ୍ରତି ରୁଚି ରହିଥିବାରୁ ସେ ପରବର୍ତ୍ତୀ ସମୟରେ ତାଙ୍କ ଅଞ୍ଚଳରେ ଥିବା ଅଭିନୟ ଏକାଡେମୀରେ ଶିକ୍ଷା ଲାଭ କରିଥିଲେ । ଏହା ଛଡା ତାଙ୍କର ୟୁଟୁବରେ ଏକ ଚ୍ଯାନେଲ ରହିଛି ଯାହାର ନାଁ ହେଉଛି “ଯଦବ ଯେ ୫ ପ୍ରଡ଼କସନ” ଟାଇଟେଲ ରହିଛି ।

ଏହା ପରେ ସେ ଅନ୍ୟ ଏକ ନୂଆ ଚ୍ଯାନେଲ କରିଛନ୍ତି ଯାହା ୪ ଲକ୍ଷରୁ ଅଧିକ ଟଙ୍କା ସସ୍କ୍ରାଇବ ହେଉଛି । ତାଙ୍କର ମାସିକ ଆୟ ୨ରୁ ୩ ଲକ୍ଷ ଟଙ୍କା ଅଟେ । ଗୋଟିଏ ସ୍ଟେଜ ସୋ କରିବା ପାଇଁ ସେ ୫୦ ହଜାର ଟଙ୍କା ନେଇୟଥାନ୍ତି । ତାଙ୍କର ସମୁଦାୟ ସମ୍ପତିର ମୂଲ୍ୟ ହେଉଛି ୭୦ରୁ ୮୦ ଲକ୍ଷ ଟଙ୍କା ।

ସେ ତାଙ୍କର କମେଡି ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରୁଛନ୍ତି । ଏହା ବ୍ଯତୀତ ସେ ସୋସିଆଲ ମିଡିଆରେ ମଧ୍ୟ ଖୁବ ଜଣାଶୁଣା ଅଭିନେତା ଭାବେ ପରିଚିତ ଅଟନ୍ତି । ତାଙ୍କ ପରିବାର ସହ ସେ ଅଧିକ ସମୟ ବିତାଇବାକୁ ପସନ୍ଦ କରନ୍ତି । ନିଜ ସ୍ତ୍ରୀ ଶିବାନୀଙ୍କ ସହ ତାଙ୍କର ଭଲ ସମ୍ଭଧ ରହିବା ସହ ଦୁହିଙ୍କ ମଧ୍ୟରେ ଭଲ ବୁଝାମଣା ରହିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ