ବିବାହ ପରେ ଏବେ ଶାଶୁ ଘରେ କଣ କରୁଛନ୍ତି ଓଡିଆ ସିଙ୍ଗର Diptirekha Padhi

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବା ଓଲିଉଡ ସମଗ୍ର ଭାରତ ରେ ବହୁତ ନାମ କରିସାରିଲାଣି।ଏହା ସମ୍ଭବ ହୋଇପାରିଛି କେବଳ ଓଡ଼ିଆ ସିନେମା ଜଗତ ର ଅନେକ ଉଚ୍ଚକୋଟୀର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ।ଏମନଙ୍କ ପ୍ରଚେଷ୍ଟା ରେ ଆଜି ଓଡ଼ିଆ ସିନେମା ଜଗତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।ଆମେ ମନୋରଞ୍ଜନ ପାଇଁ ଚଳଚିତ୍ର ଦେଖିଥାଉ।କିନ୍ତୁ ସେ ପର୍ଯ୍ୟନ୍ତ ମନୋରଞ୍ଜନ ହୋଇ ନଥାଏ ଯେ ପର୍ଯ୍ୟନ୍ତ ଗୋଟିଏ ଭଲ ଗୀତ ଦେଖିବାକୁ ମିଳି ନଥାଏ।

ଏହି ଗୀତ ପଛରେ ଅନେକ ଲୋକଙ୍କ ର ହାତ ରହିଥାଏ।କିନ୍ତୁ ସବୁଠାରୁ ବେଶୀ ହାତ ରହିଥାଏ ଗାୟକ ଓ ଗାୟିକା ମାନଙ୍କର।ସେମାନେ ନିଜ କଣ୍ଠ ଦ୍ୱାରା ଗୀତ କୁ ସୁମଧୁର କରିପାରନ୍ତି।ତେବେ ବନ୍ଧୁଗଣ ସେହିପରି ଜଣେ ଗାୟିକା ହେଉଛନ୍ତି ଦୀପ୍ତିରେଖା ପାଢ଼ୀ। ଏହି ଗାୟିକା ଅନେକ ଗୀତ ରେ ନିଜର କଣ୍ଠଦାନ କରିଛନ୍ତି ଏବଂ ଅନେକ ଭଜନ ରେ କଣ୍ଠଦାନ କରିବା ସହିତ ସ୍ୱୟଂ ଅଭିନୟ ମଧ୍ୟ କରିଛନ୍ତି।

ତାଙ୍କ ର ସମସ୍ତ ଗୀତ କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି। ତେବେ ବନ୍ଧୁଗଣ ଏହି ଗାୟିକା କିଛି ମାସ ହେବ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ବର୍ତ୍ତମାନ ସମୟରେ ଏହା ପ୍ରଶ୍ନ ଉଠିଛି ଯେ ଏହି କଣ୍ଠଶିଳ୍ପୀ ବିବାହ ପରେ ବର୍ତ୍ତମାନ କଣ କରୁଛନ୍ତି? ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ ବିଗତ କିଛି ମାସ ହେବ ଓଲିଉଡ ଇଣ୍ଡଷ୍ଟ୍ରୀ ର କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଜଣେ ବିଜନେସ ମ୍ୟାନ୍ ଙ୍କୁ ବିବାହ କରିଥିଲେ।ତେବେ ବର୍ତ୍ତମାନ ସମୟ ରେ ଏହା ପ୍ରଶ୍ନ ଉଠିଛି ଯେ ବିବାହ ପରେ କଣ୍ଠଶିଳ୍ପୀ ଦୀପ୍ତିରେଖା ବର୍ତ୍ତମାନ କଣ କରୁଛନ୍ତି? ତେବେ ଏହି କଣ୍ଠଶିଳ୍ପୀ ଜଣକ ବିବାହ ପରେ ନିଜ ଶାଶୂଘର ସଦସ୍ୟ ଙ୍କ ସହିତ ନିଜର ସମୟ ଅତିବାହିତ କରୁଛନ୍ତି ଏବଂ ଖୁସି ରେ ରହୁଛନ୍ତି।

ନିଜର ପରିବାର ସଦସ୍ୟ ଙ୍କୁ ସମୟ ଦେବା ସହିତ ସେ ଦର୍ଶକ ମାନଙ୍କ ମନୋରଞ୍ଜନ ମଧ୍ୟ କରୁଛନ୍ତି। ବିବାହ ପରେ ମଧ୍ୟ ଦୀପ୍ତିରେଖା ନିଜ ସଙ୍ଗୀତ କ୍ୟାରିଅର କୁ ଜାରି ରଖିଛନ୍ତି ଏବଂ ଅନେକ ଗୀତ ରେ ନିଜର କଣ୍ଠଦାନ କରି ଦର୍ଶକ ମାନଙ୍କ ମନୋରଞ୍ଜନ କୁ ଜାରି ରଖିଛନ୍ତି।ବର୍ତ୍ତମାନ ମଧ୍ୟ ସେ ସୁ-ଟିଂ ସେଟ ରେ ବ୍ୟସ୍ତ ରହୁଛନ୍ତି ଏବଂ ହୋଲି ଉପଲକ୍ଷେ ବର୍ତ୍ତମାନ ନୂଆ ନୂଆ ଗୀତ ର ସୁ-ଟିଂ ଚାଲିଛି। ଏହିପରି ଅନେକ ଗୀତ ରେ ନିଜର କଣ୍ଠଦାନ କରି କଣ୍ଠଶିଳ୍ପୀ ଦୀପ୍ତିରେଖା ଦର୍ଶକ ମାନଙ୍କ ମନୋରଞ୍ଜନ କୁ ଜାରି ରଖିବେ ବୋଲି ସମସ୍ତେ ଆଶା ରଖିଛନ୍ତି।