ରାତିରେ ଶୋଇବା ସମୟରେ ଭୁଲରେ ବି ନିଜ ମୁଣ୍ଡ ପାଖରେ ରଖନ୍ତୁ ନାହଁ ଏହି ସବୁ ଜିନିଷ, ହୋଇପାରେ ଘୋର ଅନର୍ଥ- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଯେ, ଶୋଇବା ସମୟରେ କେଉଁ କାର୍ଯ୍ୟ ଦ୍ୱାରା ଆପଣ ଅସୁବିଧା ର ସମୁଖୀନ୍ନ ହୋଇଥାନ୍ତି । ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ ରେ କିଛି ଏଭଳି କାର୍ଯ୍ୟ କରିଥାଏ ଯାହାଦ୍ୱାରା ପରବର୍ତ୍ତୀ ସମୟରେ ସେ ସେହି କାର୍ଯ୍ୟ ର ଫଳ ଭୋଗ କରିଥାଏ । ଶାସ୍ତ୍ର ଅନୁସାରେ ସବୁ ଜିନିଷ ନିମନ୍ତେ ସଠିକ ସ୍ଥାନ ରହିଥାଏ । ସେହି ଅନୁସାରେ ହିଁ ମନୁଷ୍ୟ କୁ କାର୍ଯ୍ୟ କରିବା ଉଚିତ ।

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ରାତିରେ ଶୋଇବା ସମୟରେ କିଛି ବ୍ୟକ୍ତି ଏଭଳି କାର୍ଯ୍ୟ କରିଥାନ୍ତି ଯାହା ଅନୁଚିତ ଏବଂ ଏପରି କରିବା ଦ୍ୱାରା ଧନ ର ହାନି ହୋଇଥାଏ ଏବଂ ଦାରିଦ୍ର୍ୟତା ଦେଖିବାକୁ ମିଳିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କେଉଁ ଜିନିଷ ଶୋଇବା ସମୟରେ ନିଜ ମୁଣ୍ଡ ତଳେ ରଖି ଶୋଇବା ଦ୍ଵାରା ଆପଣ ଦାରିଦ୍ର୍ୟତା ର ଶିକାର ହୋଇଥାନ୍ତି ଏକ ବିଭିନ୍ନ ପ୍ରକାର ସମସ୍ୟା ର ସମୁଖୀନ୍ନ ହୋଇଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ରାତିରେ ଶୋଇବା ସମୟରେ କେବେବି ନିଜ ଗୋଡ଼ କୁ ଦକ୍ଷିଣ ଅଥବା ପୂର୍ବ ଦିଗ ଆଡ଼କୁ ରଖି ଶୋଇବା ଆଦୋୖ ଉଚିତ ନୁହେଁ । ଅର୍ଥାତ ପ୍ରତ୍ୟେକ ବ୍ୟକ୍ତି କୁ ଶୋଇବା ସମୟରେ ନିଜର ପାଦକୁ ଉତ୍ତର ଅଥବା ପଶ୍ଚିମ ଦିଗ ଆଡ଼କୁ କରି ଶୋଇବା ଉଚିତ । ଏହାଦ୍ବାରା ବ୍ୟକ୍ତି ମଧ୍ୟରେ ଏକ ସକରାତ୍ମକ ଉର୍ଜା ର ସୃଷ୍ଟି ହୋଇଥାଏ ଏବଂ ସେ ଜୀବନ ରେ ଉନ୍ନତି କରିଥାଏ ।

୨. ବନ୍ଧୁଗଣ କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ ରାତିରେ ନିଜ ମୁଣ୍ଡ ପାଖରେ ଜଳ ରଖି ଶୋଇଥାନ୍ତି । କିନ୍ତୁ ଏପରି କରିବା ସମ୍ପୂର୍ଣ୍ଣ ଭାବରେ ଅନୁଚିତ । ଶାସ୍ତ୍ର ଅନୁସାରେ ଶୋଇବା ସମୟରେ ମୁଣ୍ଡ ପାଖରେ ଜଳ ରଖି ଶୋଇବା ଦ୍ଵାରା ଅଶୁଭ ହୋଇଥାଏ । ଏହାଦ୍ବାରା ବ୍ୟକ୍ତି ର ଚନ୍ଦ୍ରମା ଗ୍ରହ କୁ ପ୍ରଭାବିତ କରିଥାଏ ଏବଂ ଯାହା ଫଳରେ ବ୍ୟକ୍ତି ର ମାନସିକ ସ୍ୱାସ୍ଥ୍ୟ ରେ ଏହାର କୁପ୍ରଭାବ ପଡ଼ିଥାଏ ।

୩. ବନ୍ଧୁଗଣ କେବେବି ରାତିରେ ଶୋଇବା ସମୟରେ ପୁସ୍ତକ କୁ ନିଜ ମୁହଁ ଉପରେ ବା ମୁଣ୍ଡ ତଳେ ରଖନ୍ତୁ ନାହଁ । ପୁସ୍ତକ କୁ ମୁହଁ ଉପରେ ରଖିବା ଦ୍ୱାରା ବିଦ୍ୟା ଦେବୀ ମାତା ସରସ୍ୱତୀ ଙ୍କ ଅପମାନ ହୋଇଥାଏ । ତେଣୁ ପୁସ୍ତକ କୁ ସର୍ବଦା ଉଚିତ ସ୍ଥାନ ରେ ରଖନ୍ତୁ । ନଚେତ ଏହାର ପ୍ରଭାବ ଆପଣଙ୍କ ଶରୀର ଉପରେ ପଡ଼ିଥାଏ ଏବଂ ଧନ ସମ୍ପତ୍ତି ମଧ୍ୟ ହାନୀ ହୋଇଥାଏ । ଏହା ସହିତ ଯଦି ପୁସ୍ତକ କୁ ମୁଣ୍ଡ ତଳେ ରଖି ଆପଣ ଶୋଇଥାନ୍ତି ତେବେ ଆପଣଙ୍କୁ କେବେବି ଆପଣଙ୍କ ମନ ପସନ୍ଦ ର କ୍ୟାରିଅର ହାସଲ ହୋଇନଥାଏ ।

୪. କେବେବି ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ବା ମୁଣ୍ଡ ତଳେ ନିଜର ଧନ ଅଥବା ପଇସା ରଖି ଶୁଅନ୍ତୁ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ ଏବଂ ଏହାଦ୍ବାରା ଆପଣଙ୍କ ଦୁଃଖ ଏବଂ ଚିନ୍ତା ବଢିଯାଇଥାଏ ଏବଂ ଏହା ସହିତ ଅଚାନକ ଖର୍ଚ୍ଚ ମଧ୍ୟ ବୃଦ୍ଧି ହୋଇଥାଏ । ତେଣୁ ମାତଲକ୍ଷ୍ମୀ ଙ୍କ କୃପା ରୁ ମିଳିଥିବା ଧନକୁ ସଠିକ ସ୍ଥାନରେ ରଖନ୍ତୁ ଏବଂ ଏହାର ସମ୍ମାନ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।