Rajiv Kapoor ଦେହାନ୍ତ ପରେ ନିଜ ପଛରେ ଛାଡି ଯାଇଛନ୍ତି ଏତେ କୋଟି ର ସମ୍ପତ୍ତି କି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ….

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ରାଜ୍ କପୁର ଙ୍କ ପୁତ୍ର ‘ରାଜୀବ କପୁର’ ଙ୍କ ନିଧନ ହୋଇଛି । ୫୮ ବର୍ଷୀୟ ରାଜୀବ କପୁର ଙ୍କ ନିଧନ ହାର୍ଟ ଆଟାକ୍ କାରଣରୁ ହୋଇଛି । ମଙ୍ଗଳବାର ଦିନ ତାଙ୍କୁ ଅଚାନକ ହାର୍ଟ ଆଟାକ ହୋଇଥିଲା ଏବଂ ତାଙ୍କ ବଡ଼ ଭାଇ ରଣଧୀର କପୁର ତାଙ୍କୁ ହସ୍ପିଟାଲ କୁ ନେଇ ଯାଇଥିଲେ । କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ରାଜୀବ କପୁର ଙ୍କୁ ନିଜ ପିତା ରାଜ୍ କପୁର ଙ୍କ ଦ୍ଵାରା ନିର୍ଦ୍ଧେଶନା କରାଯାଇଥିବା ଫିଲ୍ମ ‘ରାମ ତେରୀ ଗଙ୍ଗା ମୈଲୀ’ ଫିଲ୍ମ ରୁ ପରିଚୟ ମିଳିଥିଲା ।

ଏହା ସହିତ ତାଙ୍କୁ ଫିଲ୍ମ ‘ଏକ୍ ଜାନ୍ ହେ ହମ୍’ ରେ ମଧ୍ୟ ଦେଖିବାକୁ ମିଳିଥିଲା । ସେ ଫିଲ୍ମ ‘ପ୍ରେମ୍ ଗ୍ରନ୍ଥ’ ର ଡାଇରେକ୍ସନ୍ କରିଥିଲେ ଏବଂ ଏହି ଫିଲ୍ମ ରେ ତାଙ୍କ ଭାଇ ଲିଡ଼ ରୋଲ ରେ ଅଭିନୟ କରିଥିଲେ । ଏହା ବ୍ୟତୀତ ରାଜୀବ କପୁର ଙ୍କୁ ୧୯୮୪ ମସିହାର ଫିଲ୍ମ ‘ଆସମାନ’, ‘ଲଭର ବଏ’, ‘ଜବରଦସ୍ତ’ ଏବଂ ‘ହମ୍ ତୋ ଚଲେ ପର୍ଦ୍ଧେଶ’ ରେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା ।

ଶେଷରେ ତାଙ୍କୁ ୧୯୯୦ ମସିହାରେ ଫିଲ୍ମ ‘ଜିମ୍ମେଦାର’ ରେ ଦେଖିବାକୁ ମିଳିଥିଲା । ଏହାପରେ ସେ ଡାଇରେକ୍ଟର ଏବଂ ପ୍ରୋଡ୍ୟୁସର ଭାବରେ କାମ କରିବା ଆରମ୍ଭ କରିଥିଲେ । ୧୯୯୧ ମସିହାରେ ସେ ଫିଲ୍ମ ‘ହିନା’ ରେ ନିର୍ଦେଶନା ଦେଇଥିଲେ । ଯଦିଓ ଏହି ଫିଲ୍ମ ରେ ତାଙ୍କ ଭାଇ ରଣଧୀର କପୁର ଡାଇରେକ୍ଟର ଥିଲେ ।

ଏହାପରେ ସେ ୧୯୯୬ ମସିହାରେ ଫିଲ୍ମ ‘ପ୍ରେମ ଗ୍ରନ୍ଥ’ ରେ ଡାଇରେକ୍ଟର ରୂପରେ ନିଜର କ୍ୟାରିଅର ର ଆରମ୍ଭ କରିଥିଲେ । ଏହି ଫିଲ୍ମ ରେ ଅଭିନେତା ଋଷି କପୁର ଏବଂ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଙ୍କୁ ଲିଡ଼ ରୋଲ ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ଅଧିକ ଚାଲି ପାରି ନଥିଲା । ଏହାପରେ ସେ ୧୯୯୯ ମସିହାରେ ଫିଲ୍ମ ‘ଆ ଅବ୍ ଲୌଟ୍ ଚଲେ’ ରେ ନିର୍ଦେଶନା ଦେଇଥିଲେ । ୨୦୦୧ ମସିହାରେ ସେ ଆର୍କିଟେକ୍ଟ ଆରତୀ ସଭରୱାଲ୍ ଙ୍କୁ ବିବାହ କରିଥିଲେ ।

ଅଭିନେତା ରାଜ୍ କପୁର ଙ୍କ ଦୁଇ ପୁଅ ରିଷୀ କପୁର ଓ ରନ୍ଧିର କପୁର ବିଶେଷ ଖ୍ୟାତି ଅର୍ଜନ କରିଥିଲେ । କିନ୍ତୁ ତାଙ୍କ ତୃତୀୟ ପୁତ୍ର ରାଜୀବ କପୁର ଏତେ ମାତ୍ରାରେ ପ୍ରସିଦ୍ଧି ଲାଭ କରିପାରି ନଥିଲେ । ରାଜୀବ କପୁର ନିଜ ପଛରେ କୋଟିଏ ସମ୍ପତ୍ତି ଛାଡ଼ି ସବୁଦିନ ପାଇଁ ଚାଲି ଯାଇଛନ୍ତି ।

ମିଡିଆ ରିପୋର୍ଟ ଙ୍କ ଅନୁସାରେ ରାଜୀବ କପୁର ଙ୍କ ପାଖରେ ପାଖାପାଖି ୩୬ କୋଟି ଟଙ୍କା ର ସମ୍ପତ୍ତି ରହିଛି । ଏହି ମହାନ ବ୍ୟକ୍ତିତ୍ବ ପରଲୋକ ଗମନ କରିଛନ୍ତି ସତ କିନ୍ତୁ ସେ ସବୁଦିନ ପାଇଁ ଅମର ହୋଇ ରହି ଯାଇଛନ୍ତି । ସେହି ମହାନ ବ୍ୟକ୍ତିତ୍ୱ ଙ୍କ ପାଇଁ ଆମେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।