ଏମାନେ ହେଲେ ତରଂଗ ର ସବୁଠୁ ଧନୀ ଓଡିଆ ସିରିଏଲ ହୀରୋ, ଦେଖନ୍ତୁ ନମ୍ବର 1 ରେ ଅଛି କିଏ ?

ଆଜିକାଲି ଘରେ ଘରେ ସମସ୍ତେ ଓଡିଆ ସିରିଏଲ ଦେଖିବାକୁ ପସନ୍ଦ କରୁଛନ୍ତି । ଏହି ସିରିଏଲରେ କିଛି ଶିକ୍ଷଣୀୟ ଜିନିଷ ବି ଦେଖିବାକୁ ମିଳିଥାଏ । ଏହି ସିରିଏଲ ଗୁଡିକର ଆରମ୍ଭ ସମୟ ଠାରୁ ନେଇ ସିରିଏଲ ଶେଷ ହେବା ପର୍ଯ୍ୟନ୍ତ ସବୁ ଦର୍ଶକଙ୍କୁ ଟିଭି ପାଖରେ ବାନ୍ଧି ରଖିଥାଏ । ଏହି ସିରିଏଲ ମାଧ୍ୟମରେ ଅନେକ କଳାକାର ମାନେ ନିଜ ଅଭିନୟର ସ୍ଵପ୍ନକୁ ପୁରା କରି ପଡ଼ିଛନ୍ତି । ଏହା ସହିତ ସେମାନେ ସିରିଏଲ ମାଧ୍ୟମରେ ନିଜ ଅଭିନୟର ପରାକାଷ୍ଠାକୁ ଦେଖାଇ ବହୁତ ଲୋକ ପ୍ରିୟତା ହାସଲ କରିଛନ୍ତି ।

ଏହି ସିରିଏଲ ମାଧ୍ୟମରେ କିଛି କଳାକାରା ମାନେ ଲୋକପ୍ରିୟତା ହାସଲ କରିବା ସହ ଭଲ ପାରିଶ୍ରମିକ ପାଇ ଧନଶାଳୀ ମଧ୍ୟ ହୋଇଛନ୍ତି । ଆଜି ଆମେ ଆପଣ ମାଙ୍କଉ ଏମିତି କିଛି ଅଭିନେତାଙ୍କ ବିଷୟରେ ଜଣାଇବୁ ଯେଉଁ ମାନେ କି ଓଡିଆ ସିରିଏଲରେ ଅଭିନୟ କରି ବହୁତ ଧନୀ ହୋଇ ପାରିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଅଭିନେତା ମାନେ କିଏ କିଏ ଅଟନ୍ତି ?

୧- “ସୁବାଶିଷ”: ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ “ଦୂର୍ଗା”, “ସିନ୍ଦୁରର ଅଧିକାର” ଏମିତି ଅନେକ ସିରିଏଲରେ ଅଭିନୟ କରି ଅଭିନେତା ସୁବାଶିଷ ଦର୍ଶକ ମାନକ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଏହା ଛଡା ସେ ଅନେକ ଓଡିଆ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କର ସମ୍ପତିର ମୂଲ୍ୟ ହେଉଛି ୮ କୋଟି ଟଙ୍କା ।

୨- “ଅଶ୍ଵିନୀ” : ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ “ତାରା ତାରିଣୀ”ରେ ଅଭିନେତା ଅଶ୍ଵିନୀ “ରୂପମ” ଭୂମିକାରେ ଅଭିନୟ କରୁଛନ୍ତି । ଏହି ସିରିଏଲଟି ଏତେ ଲୋକପ୍ରିୟ ହୋଇ ପାରିଛି ଯେ ଯାହାର ତୁଳନା କାହା ସହ କରାଯାଇ ପାରିବ ନାହି । ଏହାଛଡା ସେ କେତେକ ଓଡିଆ ଫିଲ୍ମରେ ମଧ୍ୟ ଅଭିନୟ କରି ସାରିଛନ୍ତି । ତାଙ୍କାର ୫ କୋଟି ଟଙ୍କାର ସମ୍ପତି ରହିଛି ।

୩- “ଜଗଜୀତ” : ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ “ନୂଆ ବୋହୁ”ରେ ଅଭିନେତା ଜଗଜୀତ “ସାତ୍ଵିକ” ଭୂମିକାରେ ଅଭିନୟ କରୁଛନ୍ତି । ସେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଏହି ସିରିଏଲଟିକୁ ଆଗକୁ ନେବାରେ ସଫଳ ହୋଇଛନ୍ତି । ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି । ତାଙ୍କର ୧ କୋଟି ଟଙ୍କାର ସମ୍ପତି ରହିଛି ।

୪- “ମିଲନ” : ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ “କୁଆଁରୀ ବୋହୁ”ରେ ଅଭିନେତା ମିଲନ “ସାଇ” ଚରିତ୍ରରେ ଅଭିନୟ କରୁଛନ୍ତି । ସେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଏହି ସିରିଏଲଟିକୁ ଆଗକକୁ ନେବାରେ ମୁଖ୍ୟ ଭୂମିକାରେ ରହିଛନ୍ତି । ତାଙ୍କର ୭୦ ଲକ୍ଷରୁ ଅଧିକ ସମ୍ପତି ରହିଛି ।

୫- “ମାନସ” : ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ “ମାୟା”ରେ ଅଭିନେତା ମାନସ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ସେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କର ୩୦ ଲକ୍ଷରୁ ଅଧିକ ସମ୍ପତି ରହିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।