Bollywood ର ଏହି 5 ହିରୋଇନ ଲୁଚାଉଛନ୍ତି ନିଜର ପ୍ରେଗନାନ୍ସି ହେବାର ଖବରକୁ

ବଲିଉଡର ପ୍ରାୟତଃ ସବୁ ଅଭିନେତା ଓ ଅଭିନେତ୍ରୀମାନେ ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କହିବାକୁ ଗଲେ ବର୍ତ୍ତମାନ ସମୟରେ ବଲିଉଡ କିମ୍ବା ଟିଭି ଅଭିନେତ୍ରୀ ନିଜର ଗର୍ଭଧାରଣ ଖବରକୁ ସମସ୍ତଙ୍କୁ କହିବାକୁ ବହୁତ ପସନ୍ଦ କରିଥାନ୍ତି ଓ ଏହି ଅବସ୍ଥାରେ ଫୋଟୋ ଉଠାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ସେହିଭଳି କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ଲକଡାଉନ ସମୟରେ କିମ୍ବା ଲକଡାଉନ ପରେ ଗର୍ଭବତ୍ତୀ ହୋଇଛନ୍ତି ।

ଅନୁଷ୍କା ଶର୍ମା

୨୦୨୧ରେ ଅନୁଷ୍କା ଶର୍ମା ନିଜର ସନ୍ତାନଙ୍କୁ ଜନ୍ମ ଦେଇପାରନ୍ତି । ଅର୍ଥାତ ବିରାଟ କୋହଲି ଓ ଅନୁଷ୍କା ଶର୍ମା ପିତା ମାତା ହେବାର ସମ୍ଭାବନା ଅଛି । ଏହି ଦୁଇଜଣଙ୍କର ଏହା ପ୍ରଥମ ସନ୍ତାନ ହେବ ଯାହାକୁ ନେଇ ସୋସିଆଲ ମିଡିଆରେ କୋହଲି ଏକ ଫୋଟ ସେୟାର କରି ସମସ୍ତଙ୍କୁ ଜଣାଇ ଥିଲେ । ଆପଣଙ୍କୁ କହିଦେଉଛୁ କି ବିରାଟ ଓ ଅନୁଷ୍କା ୧୭ ଡିସେମ୍ବର ୨୦୧୭ରେ ଇଟାଲୀରେ ବିବାହ କରିଥିଲେ ।

ପ୍ରିୟଙ୍କା ଚୋପଡା

ପ୍ରିୟଙ୍କା ଚୋପଡା ଓ ନିକ ଜୋନସ ତାଙ୍କ ଭାଇ ଜୋ ଡେନିଆଲ ନିୟୁୟର୍କର ଏକ ଫେସନ ସୋରେ ସାମିଲ ହୋଇଥିଲେ । ଏହା ପରେ ଏହି ଶୋ ର କିଛି ଭାଇରାଲ ହେବାକୁ ଲାଗିଲା । ଯାହାକୁ ଦେଖିବା ପରେ ସୋସିଆଲ ମିଡିଆରେ କୁହାଯାଉଛି କି ପ୍ରିୟଙ୍କା ଗର୍ଭବତୀ ଅଛନ୍ତି । କିନ୍ତୁ ପ୍ରିୟଙ୍କା ଏହି ଖବରକୁ ନେଇ ନିଜର କୌଣସି ମତ ପ୍ରକାଶ କରି ନାହାନ୍ତି ।

କରିନା କପୁର

କରିନା କପୁର ୧୬ ଅକ୍ଟୋବର୍ ୨୦୧୨ରେ ସୈଫ ଅଲି ଖାନଙ୍କୁ ବିବାହ କରିଥିଲେ । ଏହାର ୪ ବର୍ଷ ପରେ ୨୦ ଡିସେମ୍ବର ୨୦୧୬ରେ କରିନା ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ଯାହାର ନାମ ତୈମୁର ରଖିଥିଲେ । ଏହା ଛଡା ସେ ବର୍ତ୍ତମାନ ସମୟରେ ବି ଗର୍ଭବତ୍ତୀ ଅଛନ୍ତି ଓ ନିଜର ଦ୍ଵିତୀୟ ସନ୍ତାନକୁ ଔ ଅଳ୍ପ ଦିନ ମଧ୍ୟରେ ଜନ୍ମ କରିବେ ଏବଂ ଏହି ସନ୍ତାନ ଫେବ୍ରୁୟାରୀ ୨୦୨୧ ସୁଧା ହୋଇପାରେ । ଏହି ଖୁସି ଖବର ସେମାନେ ଏକ ପ୍ରେସ ମିଟରେ ଘୋଷଣା କରିଥିଲେ ।

ଦୀପିକା ପାଦୁକୋଣ

ଦୀପିକା ପାଦୁକୋଣ ଓ ରଣବୀର ସିଂହ ୧୪ ନଭେମ୍ବର ୨୦୧୮ରେ ଇଟଲିରେ ବିବାହ କରିଥିଲେ । ମିଳିଥିବା ଖବର ଅନୁସାରେ ଦୀପିକା ବର୍ତ୍ତମାନ ମା ହେବାକୁ ଯାଉଛନ୍ତି । ଏହି କଥା ସେତେବେଳେ ଜଣା ପଡିଲା ଯେତେବେଳେ ରଣବୀର ଦୀପିକା ଗର୍ଭବତ୍ତୀ ଅଛନ୍ତି ବୋଲି ହିନ୍ଟ ଦେଇ ଏକ ଫୋଟୋ ସେୟାର କରିଥିଲେ ।

ନେହା କକ୍କ୍ଡ଼

ଏହି ଅଭିନେତ୍ରୀ ବହୁତ ଜଲ୍ଦି ମା ହେବାକୁ ଯାଉଛନ୍ତି । ସେ ସୋସିଆଲ ମିଡିଆରେ ତାଙ୍କ ସ୍ଵାମୀ ରୋହନ ପ୍ରୀତଙ୍କ ସହ ଏକ ଫୋଟୋକୁ ସେୟାର କରିଥିଲେ ଓ ଏହି ଫଟୋରେ ନେହା ଗର୍ଭବତ୍ତୀ ଅଛନ୍ତି ବୋଲି ସ୍ପଷ୍ଟ ଜଣା ପଡୁଥିଲା । ଏହି ଦୁଇଜଣ ୨୪ ଅକ୍ଟୋବର୍ ୨୦୨୦ରେ ବିବାହ କରିଥିଲେ ଅର୍ଥାତ ଦେଢ଼ ମାସ ପୂର୍ବେ । ଏମିତିରେ ନେହା ଗର୍ଭବତ୍ତୀ ଅଛନ୍ତି ବୋଲି ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହେଲେ ସତ ସାମନାକୁ ଆସିବା ପରେ ସମସ୍ତ ଫ୍ୟାନ ପୁରା ରାଗି ଯାଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।